Connect with us

ଅପରାଧ

ବିଜେଡି ବିଧାୟକଙ୍କ ଦବଙ୍ଗଗିରି- ବିଧାୟକଙ୍କ ନାଁରେ ଏତଲା ଦେଲେ ଜେଇଙ୍କ ପତ୍ନୀ

ସାଙ୍କେତିକ

ବିଜେଡି ବିଧାୟକଙ୍କ ଦବଙ୍ଗଗିରି: ରାସ୍ତା ଉପରେ ସରକାରୀ ଅଧିକାରୀଙ୍କୁ କରାଇଲେ ଉଠବସ୍ ;ଭିଡିଓ ଭାଇରାଲ
– ଦୁଃଖ ପ୍ରକାଶ କଲେ ବିଧାୟକ ସରୋଜ ମେହେର
– ବିଧାୟକଙ୍କ ନାଁରେ ଏତଲା ଦେଲେ ଜେଇଙ୍କ ପତ୍ନୀ
ଭୁବନେଶ୍ୱର, ୦୬ ଜୁନ – ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବ ସାଧାରଣରେ ରୋଡ୍ ଉପରେ ଉଠବସ୍ କରାଇ ଚର୍ଚ୍ଚାରେ ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର । ପୂର୍ତ ବିଭାଗର ଉକ୍ତ ଅଧିକାରୀଙ୍କୁ ବିଧାୟକ ଉଠବସ୍ କରାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ନିମ୍ନମାନର ରାସ୍ତା କାମ ହୋଇଥିବାରୁ ବିଧାୟକ ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କରି ଶହେ ଥର ବସଉଠ ହେବାକୁ କହୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି । ସଂପୃକ୍ତ ଅଧିକାରୀ ଦେଲେ କଂଟାବାଞ୍ଜି ପିଡବ୍ଲୁଡି କନିଷ୍ଠ ଯନ୍ତ୍ରୀ ଯଶବନ୍ତ ଶବର । ଘଟଣା ପାଇଁ ବିଧାୟକ ଦୁଃଖ ପ୍ରକାଶ କରିଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ବିଧାୟକଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି ।
ଅପରପକ୍ଷରେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଯିବା ଘଟଣାରେ ପାଟଣାଗଡ଼ର ବିଜେଡ଼ି ବିଧାୟକ ସରୋଜ ମେହେର ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ ପରିସ୍ଥିତକୁ ଦେଖି ସେ ଏପରି କରିବାକୁ ବାଧ୍ୟ ହୋଇଥିଲେ । ନିମ୍ନମାନର ରାସ୍ତାକାମରେ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ଲୋକ ପୂର୍ତବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମାରିବା ପାଇଁ ଆସିଥିଲେ । ସେହି ସମୟରେ ପରିସ୍ଥିତିକୁ ଶାନ୍ତ କରାଇବା ପାଇଁ ସେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ହେବାକୁ କହିଥିଲେ । ଏପରିକି କାର୍ଯ୍ୟାନୁଷ୍ଠାନ ଦାବି ନେଇ ତାଙ୍କ ଉପରେ ମଧ୍ୟ ଆକ୍ରମଣର ଆଶଙ୍କା ଥିଲା ବୋଲି ସରୋଜ କହିଛନ୍ତିୟ ସେ ଉକ୍ତ ଘଟଣା ପାଇଁ ଦୁଃଖିତ ବୋଲି କହିଛନ୍ତି ।
ଘଟଣା ସାମ୍ନାକୁ ଆସିବା ପରେ ଏନେଇ ନିର୍ଯାତିତ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ବିଧାୟକଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେବା ସହ ବିଧାୟକଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି । ଜେଇଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ଗତକାଲି ଠାରୁ ତାଙ୍କ ସ୍ୱାମୀ ଘରେ ନାହାଁନ୍ତି । ତାଙ୍କ ପତିଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଆଜି ସେ ଟିଭିରୁ ଜାଣିଛନ୍ତି । ତାଙ୍କୁ ଗତକାଲି ଠାରୁ ଅପହରଣ କରି ବିଧାୟକ କିଛି ଅଘଟଣ କରି ପାରି ଥାନ୍ତି । ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନାରେ ଏତଲା ଦେବା ସହ ସରୋଜ ମେହେରଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି ।
ଘଟଣାଟି ହେଉଛି ବୁଧବାର ସନ୍ଧ୍ୟା ସମୟର । ନବନିର୍ବାଚିତ ବିଧାୟକ ସରୋଜ ମେହେର ପାଟଣାଗଡ ବେଲପଡା ଗସ୍ତରେ ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ତେବେ ମଣ୍ଡଲଠାରୁ ବେଲପଡା ଯାଏଁ ନିର୍ମାଣ ହେଉଥିବା ବାଇ ପାସ ରୋଡରେ ନିମ୍ନ ମାନର କାମ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଏହାର ପ୍ରମାଣ ଦେବାକୁ ଯାଇ ହାତରେ ଏବଂ କୋଡିରେ ରାସ୍ତାର ପିଚୁ କାଢିଥିଲେ । ଆଉ ରାସ୍ତାରୁ ଅତି ସହଜରେ ମଧ୍ୟ ପିଚୁ ଉଠିଯାଉଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଏପରି ଅଭିଯୋଗ ଶୁଣି କାମ କରିଥିବା କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକ ଡାକିଥିଲେ । ଏଭଳି କାମ ପାଇଁ ତାଙ୍କୁ ତାଗିଦ୍ କରିବା ସହ ଉଠବସ୍ ହେବା ପାଇଁ କହିଥିଲେ । କିଛି ଥର ଉଠବସ୍ ହେବା ପରେ ଅଧିକାରୀ ଜଣକ ହାତଯୋଡ଼ି ନେହୁରା ହେଉଥିବା ଭିଜୁଆଲରେ ଦେଖିବାକୁ ମିଳିଛି । ଉଠବସ ନହେଲେ ଲୋକ ମାଡ଼ ମାରିବେ ବୋଲି ମଧ୍ୟ ବିଧାୟକ ଚେତାବନୀ ଦେଉଥିବା ମଧ୍ୟ ଦେଖାଯାଇଛି ।
ବିଧାୟକଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ କିଛି ମହଲରେ ସ୍ୱାଗତ କରାଯାଇଥିବା ବେଳେ ଜଣେ ଜଣେ ଜନଜାତି ଅଫିସରଙ୍କୁ ସର୍ବସମ୍ମୁଖରେ ଏଭଳି ଦଣ୍ଡ ଦେବାକୁ ନେଇ ପ୍ରଶ୍ନ ଉଠିଛି ।
ସେହିପରି ଏଭଳି ଏକ ଘଟଣାକୁ ପୂର୍ବତନ ପାଟଣାଗଡ ବିଧାୟକ ତଥା ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ସମାଲୋଚନା କରିଛନ୍ତି । ନିଜ ଦଳର କିଭଳି ଲୋକଙ୍କୁ ପାର୍ଟି ସୁପ୍ରିମୋ ଟିକେଟ୍ ଦେଇଛନ୍ତି ସେ ଅନୁତାପ କରିବା ଦରକାର ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ