Connect with us

ଓଡିଶା

ମାଟ୍ରିକ ପରୀକ୍ଷାରେ ଶୂନ ରେଜଲ୍ଟ କରିଥିବା ୮୨ ସ୍କୁଲକୁ ନୋଟିସ୍ ଜାରୀ

ସାଙ୍କେତିକ

ମାଟ୍ରିକ ପରୀକ୍ଷାରେ ଶୂନ ରେଜଲ୍ଟ କରିଥିବା ୮୨ ସ୍କୁଲକୁ ନୋଟିସ୍ ଜାରୀ
ଭୁବନେଶ୍ୱର, ୦୬ ଜୁନ – ଚଳିତ ମାଟ୍ରିକ ପରୀକ୍ଷାରେ ଶୂନ ରେଜଲ୍ଟ ହୋଇଥିବା ୮୨ଟି ସ୍କୁଲକୁ ନୋଟିସ୍ କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନୋଟିସ୍ ଜାରୀ କରାଯାଇଛି ।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଗୁରୁବାର ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟକୁ ଯାଇ ବୋର୍ଡ ସଭାପତି ଜାହାନ ଆରା ବେଗମଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସେ କହିଛନ୍ତି, ମୁଁ ମନ୍ତ୍ରୀ ହେବା ପରେ ବୋର୍ଡ ଅଫିସକୁ ସୌଜନ୍ୟ ମୂଳକ ଭାବେ ବୁଲିବାକୁ ଆସିଥିଲି । ବୋର୍ଡ ସଭାପତିଙ୍କ ସହ ଆଲୋଚନା କଲି । ଶୂନ ରେଜଲ୍ଟ କରିଥିବା ସ୍କୁଲକୁ ମୁଁ ନିଜେ ଗସ୍ତ କରିବ । କ’ଣ ଅସୁବିଧା ରହିଛି ସେ ନେଇ ସମୀକ୍ଷା କରାଯିବ ଓ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ପରୀକ୍ଷାରେ ସଂସ୍କାର ପାଇଁ ତର୍ଜମା ଆରମ୍ଭ ହୋଇଛ । ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷାବିତ୍ ମାନଙ୍କୁ ନେଇ ଆଲୋଚନା ଜାରି ରହିଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ମଇ ୨୧ ତାରିଖରେ ପ୍ରକାଶ ପାଇଥିବା ମାଟ୍ରିକ୍ ରେଜଲ୍ଟରେ ୮୨ ଟି ସ୍କୁଲର ଫଳ ଶୂନ ହେଇଥିବା ବେଳେ ୨୮୯ ସ୍କୁଲର ଫଳ ଶତ ପ୍ରତିଶତ ରହିଥିଲା । ଶୂନ ରେଜଲ୍ଟ କରିଥିବା ସ୍କୁଲ ଶିକ୍ଷକମାନଙ୍କୁ କାରଣ ଦର୍ଶାଇବାକୁ କୁହାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା