Connect with us

ଓଡିଶା

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ : ଗୟଳ କଟା ଆରମ୍ଭ

ସାଙ୍କେତିକ

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ : ଗୟଳ କଟା ଆରମ୍ଭ
ପୁରୀ, ୪ ଜୁନ୍ – ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ୧୧ଟି ଚକ କାମ ଶେଷ ହୋଇଥିବା ବେଳେ ଆଉ ୩ଟି ଚକ କାମ ଚାଲିଛି । ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୧୬ ଚକ ମଧ୍ୟରୁ ୧୨ଟି ଚକର କାମ ଶେଷ ହୋଇଛି । ମା ସୁଭଦ୍ରାଙ୍କ ଦର୍ପଦଳନ ରଥର ୧୧ଟି ଚକ ସମ୍ପୂର୍ଣ୍ଣ ହୋଇଛି । ସମୁଦାୟ ୪୨ଟି ଚକ ମଧ୍ୟରୁ ୩୪ଟି ଚକ କାମ ସମ୍ପୂର୍ଣ୍ଣ ହୋଇଛି । ନନ୍ଦିଘୋଷର ୧୬ ଚକ, ତାଳଧ୍ୱଜର ୧୪ ଚକ ଓ ଦର୍ପଦଳନର ଆଉ ୧୨ଟି ଚକ ନିର୍ମାଣ ହେବ । ସେହିପରି ନନ୍ଦିଘୋଷର ୮ଟି ଅଖ, ତାଳଧ୍ୱଜର ୭ଟି ଓ ଦର୍ପଦଳନର ୬ଟି ଅଖ ନିର୍ମାଣ ହେଉଛି । ପ୍ରତି ରଥର ୨ଟି ଚକ ଓ ଅଖ ଲଗାଯାଇ ଡ଼େରା ଯାଇଛି । ଦୋଳବେଦୀ ପରିସରରେ ୪୦ ଫୁଟିଆ ଗୟଳ କାମ ଆରମ୍ଭ ହୋଇଛି । ଏହି ଗୟଳ ଅଖ ଉପରେ ଶକ୍ତ ଭାବେ ରହିବ । ଏହା ବ୍ୟତୀତ ମୁହାଁଟ ଓ ଗୁଜ କାମ ଆଗେଇ ଚାଲିଛି ।
ସେହିପରି ଦୋଳବେଦୀରେ ଚାଲିଛି କମାରଶାଳ । କମାର ମାନେ ତିନି ରଥ ପାଇଁ ଆବଶ୍ୟକ ବିଭିନ୍ନ ସାଇଜ୍ ର କଂଟା ନିର୍ମାଣରେ ବ୍ୟସ୍ତ ଅଛନ୍ତି । ୧୬ ଇଂଚିଆ, ୧୫ ଇଂଚିଆ ଅଖ କଂଟା ନିର୍ମାଣ ଚାଲିଛି । ୪୦ଟି ଅଖ କଂଟା ପ୍ରତି ରଥରେ ଲାଗିବ । ବଡ ଠାକୁର ବଳଭଦ୍ରଙ୍କ କମାରଶାଳରେ ଜଗନ୍ନାଥ ମହାରଣା, ଜଗନ୍ନାଥଙ୍କ କମାରଶାଳରେ ଦାସରଥି ମହାରଣା ଓ ଦେବୀ ସୁଭଦ୍ରାଙ୍କ କମାରଶାଳରେ କେଦାର ମହାରଣା କଂଟା ନିର୍ମାଣରେ ତାଙ୍କ ଟିମ୍ ସହିତ ବ୍ୟସ୍ତ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା