Connect with us

ଅପରାଧ

ବିଜେଡି ପ୍ରଚାରକଙ୍କ ଗାଡ଼ି ଭାଙ୍ଗିଦେଲେ

ସାଙ୍କେତିକ

ବିଜେଡି ପ୍ରଚାରକଙ୍କ ଗାଡ଼ି ଭାଙ୍ଗିଦେଲେ

ଭୁବନେଶ୍ୱର : ଭୁବନେଶ୍ବରରେ ମତଦାନ ଯେତିକି ପାଖେଇ ଆସୁଛି ସେତିକି ହିଂସା ବଢ଼ି ବଢ଼ି ଚାଲିଛି । ଆଜି ଝାରପଡ଼ାରେ କେତେକ ଅସାମାଜିକ ବ୍ୟକ୍ତି ଜଣେ ବିଜେଡି ପ୍ରଚାରକଙ୍କ ଗାଡ଼ି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।ବିଜେଡି ପ୍ରଚାରକ ହେଉଛନ୍ତି ଅମୂଲ୍ୟ ପରିଡ଼ା । ଅମୂଲ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ସମେତ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପ୍ରଚାର ପାଇଁ ଝାରପଡ଼ା ଜେଲ୍‌ ପାଚେରି ନିକଟରେ ତାଙ୍କ କାର୍‌ ରଖି ନିକଟସ୍ଥ କଲୋନୀକୁ ଯାଇଥିଲେ । ରାତି ପ୍ରାୟ ସାଢ଼େ ୮ଟା ବେଳେ ଦୁଇଜଣ ଅସାମାଜିକ ବ୍ୟକ୍ତି ଏକ ବାଇକ୍‌ରେ ଆସି ଏକ ଲୁହା ଛଡ଼ରେ କାର୍‌କୁ ପିଟି ଥିଲେ । ଫଳରେ କାର୍‌ର କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା ।

ଘଟଣାକୁ କେନ୍ଦ୍ର କରି ଦୀର୍ଘ ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗାଡ଼ି ଭାଙ୍ଗିଥିବା ଯୁବକମାନେ ବିଜେପି ଦଳର ସମର୍ଥକ ବୋଲି ଅମୂଲ୍ୟ ଅଭିଯୋଗ କରିଥିଲେ । ସେ କହିଥିଲେ, ହଳଦୀପଡ଼ିଆ ବସ୍ତିରେ ଦୀର୍ଘ ଦିନ ହେବ ଉଭୟ ପତିପତ୍ନୀ କ୍ୟାମ୍ପେନିଂ ଜାରି ରଖିଛୁ । ବିଜେଡିକୁ ବିପୁଳ ସମର୍ଥନ ମିଳୁଛି । ଏଣୁ ଏହାକୁ ସହି ନପାରି ଏହି ବିରୋଧୀ କର୍ମୀମାନେ ଓଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି । ଆଜି ମୋ ଗାଡ଼ିକୁ ସର୍ବସମ୍ମୁଖରେ ଭାଙ୍ଗିଛନ୍ତି । ସେମାନଙ୍କୁ ତୁରନ୍ତ ଗିରଫ କରା ନଗଲେ ମୁଁ ରାସ୍ତା କଡ଼ରେ ବସି ରହିବି ବୋଲି ସେ କହିଛନ୍ତି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ଆଇଆଇସି ଦୟାନିଧି ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା କରୁଛନ୍ତି ।

ପୂର୍ବରୁ ବିଜେଡି ଜିଲ୍ଲା ସଭାପତି ଅମରେଶ ଜେନାଙ୍କ କାର୍ଯ୍ୟାଳୟ ଉପରକୁ ବୋମା ମାଡ଼ ହୋଇଥିଲା । ବିରୋଧୀମାନେ ଏହି ବୋମାମାଡ଼ କରିଥିବା ଅଭିଯୋଗ ହୋଇଥିଲା । ୭ ଦିନ ଭିତରେ ଲକ୍ଷ୍ମୀସାଗର ଅଞ୍ଚଳରେ ଏହି ଦ୍ବିତୀୟ ନିର୍ବାଚନୀ ହିଂସା ଘଟିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ