Connect with us

ଅପରାଧ

ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ

ସାଙ୍କେତିକ

ଭୁବନେଶ୍ୱର : ବିଜେଡିର ଭୁବନେଶ୍ୱର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରେ ଆକ୍ରମଣ ହୋଇଛି । ଆଜି ନିର୍ବାଚନ ପ୍ରଚାର ପରେ ଫେରୁଥିବା ବେଳେ ଝାରପଡା ଅଂଚଳ କେନାଲ ରୋଡରେ ଅନନ୍ତଙ୍କ ଗାଡି ଉପରେ କିଛି ଯୁବକ ଅଚାନକ ଆକ୍ରମଣ କରିଥିଲେ । ଦୁଇଟି ବାଇକରେ ଯୁବକମାନେ ଆସି ଅନନ୍ତ ବସିଥିବା ଗାଡିକୁ ଅଟକାଇବା ପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏପରିକି ଗାଡି ଉପରକୁ ବମ ପକାଇଥିବା ଅଭିଯୋଗ ଆଣିଛନ୍ତି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା । ଏହି ଆକ୍ରମଣରେ ଅନନ୍ତ ଗୁରୁତର ଆହତ ହୋଇଛନ୍ତି । ଏଥିରେ ଅନନ୍ତଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି । ଅନନ୍ତଙ୍କ ସହ ତାଙ୍କ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି ।
ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱରରେ ନିର୍ବାଚନ ହେବାକୁ ଥିବା ବେଳେ ଲଗାତାର ଯେଉଁଭଳି ଭାବେ ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଉଛି ତାହା ଭୁବନେଶ୍ୱର ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଚି । ଏହା ପୂର୍ବରୁ ଏହି ଆସନରେ ପ୍ରତିଦ୍ବନ୍ଦିତା କରୁଥିବା ବିଜେପି ପ୍ରାର୍ଥୀଙ୍କୁ ଡେ଼ଲ୍ଟା କଲୋନୀ ଅଂଚଳରେ ଆକ୍ରମଣ କରାଯାଇଥିଲା ।
ଏହି ଘଟଣା ନେଇ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ପତ୍ର ଲେଖି ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ବୋମାମାଡ ଅଭିଯୋଗ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଲାଏ ଡିଟେକଟର ଜରିଆରେ ପରୀକ୍ଷା କରାଯିବାକୁ ଦାବି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ