Connect with us

ଓଡିଶା

୧୦,୪୬୪ ବୁଥରେ ମତଦାନ କରିବେ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର

ସାଙ୍କେତିକ

୧୦,୪୬୪ ବୁଥରେ ମତଦାନ କରିବେ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର
ଭୁବନେଶ୍ୱର,୨୨ ଅପ୍ରେଲ -ମଙ୍ଗଳବାର ତୃତୀୟ ପର୍ଯ୍ୟାୟରେ ୬ ଗୋଟି ଲୋକସଭା ଆସନ ଯଥା- ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱରରେ ମତଦାନ ହେବ ।
ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ସମ୍ବଲପୁର, ରେଙ୍ଗାଲି , ରେଢାଖୋଲ , କୁଚିଣ୍ଡା , ଦେବଗଡ , ଛେଣ୍ଡିପଦା ଏବଂ ଆଠମଲ୍ଲିକ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ଏହି ଅଂଚଳର ମୋଟ ଭୋଟର ସଂଖ୍ୟା ୧୪,୬୬,୯୭୬ ରହିଥିବା ବେଳେ ବୁଥ୍ ସଂଖ୍ୟା ୧୭୪୯ ରହିଛି । ଲୋକସଭା ଆସନରୁ ବିଜେପିରୁ ନୀତେଶ ଗଙ୍ଗଦେବ , ବିଜେଡିରୁ ନଳିନୀକାନ୍ତ ପ୍ରଧାନ ଓ କଂଗ୍ରେସର ଶରତ ପଟ୍ଟନାୟକଙ୍କ ମଧ୍ୟରେ ଜୋରଦାର ଟକ୍କର ହେବ ।
ସେହିପରି କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡମ୍ବା , ବାଙ୍କୀ , ଆଠଗଡ, ବାରବାଟୀ -କଟକ , ଚୌଦ୍ୱାର -କଟକ , କଟକ ସଦର ଏବଂ ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ହେବ । ଏଠାରେ ଭୋଟରଙ୍କ ସଂଖ୍ୟା ୧୩,୦୨,୧୯୧ ରହିଥିବା ବେଳେ ବୁଥ୍ ସଂଖ୍ୟା ରହିଛି ୧୪୨୦ । ପ୍ରକାଶ ମିଶ୍ର (ବିଜେପି), ଭର୍ତୃହରି ମହତାବ (ବିଜେଡି) ଓ ପଂଚାନନ କାନୁନଗୋ(କଂଗ୍ରେସ) ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ ।
ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତରେ ପୁରୀ , ବ୍ରହ୍ମଗିରି , ସତ୍ୟବାଦୀ , ପିପିଲି , ଚିଲିକା ,ରଣପୁର ଓ ନୟାଗଡ ବିଧାନସଭା ଆସନ ରହିଛି । ଭୋଟରଙ୍କ ସଂଖ୍ୟା ୧୫,୫୯,୫୪୫ ଏବଂ ବୁଥ୍ ସଂଖ୍ୟା ୧୭୬୨ । ସମ୍ବିତ୍ ପାତ୍ର (ବିଜେପି) , ପିନାକୀ ମିଶ୍ର (ବିଜେଡି) ଓତ୍ୟ ପ୍ରକାଶ ମିଶ୍ର (କଂଗ୍ରେସ)ଙ୍କ ମଧ୍ୟରେ ହେବ ବିଗ୍ ଫାଇଟ୍ ।
ଢେଙ୍କାନାଳ ଲୋକସଭା ଆସନରେ ଆସୁଥିବା ଢେଙ୍କାନାଳ ,ହିନ୍ଦୋଳ , କାମାକ୍ଷାନଗର , ପର୍ଜଙ୍ଗ,ପାଲଲହଡ , ତାଳଚେର ଓ ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ମୋଟ ୧୪,୭୮,୬୮୯ ଭୋଟର ୧୭୦୬ ବୁଥ୍ ରେ ମତଦାନ କରିବେ । ରୁଦ୍ରନାରାୟଣ ପାଣି (ବିଜେପି) , ମହେଶ ସାହୁ (ବିଜେଡି) ଓ କାମାକ୍ଷା ପ୍ରସାଦ ସିଂହଦେଓ(କଂଗ୍ରେସ) ମଧ୍ୟରେ ହେବ ପ୍ରତିଦ୍ୱନ୍ଦିତା ।
ସେହିପରି ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟଦେବ, ମଧ୍ୟ , ଉତର , ଏକାମ୍ର , ଜଟଣୀ , ବେଗୁନିଆ ଓ ଖୋର୍ଦ୍ଧାର ମୋଟ ୧୬,୯୭,୫୮୩ ଭୋଟର ୧୬୪୯ ବୁଥ୍ ରେ ମତଦାନ କରିବେ ।
ଏଥର ଅପରାଜିତା ଷଡଙ୍ଗୀ (ବିଜେପି) , ଅରୂପ ପଟ୍ଟନାୟକ (ବିଜେଡି) ଏବଂ ଜନାର୍ଦ୍ଦନ ପତି (ସିପିଆଇଏମ୍) ମଧ୍ୟରେ ଲଢେଇ ହେବ ।
ଏହା ବ୍ୟତୀତ କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ତେଲକୋଇ , ଘସିପୁରା , ଆନନ୍ଦପୁର,ପାଟଣା , କେନ୍ଦୁଝର , ସଦର , ଚମ୍ପୁଆ ଓ କରଂଜିଆ ବିଧାନସଭା ଆସନରେ ମତଦାନ ହେବ । ମୋଟ ୧୪,୭୬,୮୫୫ ଭୋଟର ୧୯୬୧ ବୁଥ୍ ରେ ମତଦାନ କରିବେ । ବିଜେପି ପ୍ରାର୍ଥୀ ଅନନ୍ତ ନାୟକ , ବିଜେଡିର ଚନ୍ଦ୍ରାଣୀ ମୁର୍ମୁ ଓ କଂଗ୍ରେସର ମୋହନ ହେମ୍ବ୍ରମଙ୍କ ମଧ୍ୟରେ ଲଢେଇ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା