Connect with us

ଦେଶ

ବାୟୁସେନା ଦିବସରେ ବିଶାଳ ପ୍ୟାରେଡ ଓ ରଣକୌଶଳ ପ୍ରଦର୍ଶନ

ସାଙ୍କେତିକ ଚିତ୍ର

ବାୟୁସେନା ଦିବସରେ ବିଶାଳ ପ୍ୟାରେଡ ଓ ରଣକୌଶଳ ପ୍ରଦର୍ଶନ
ରାଫେଲ ଲଢ଼ୁଆ ବିମାନ ବାୟୁସେନାର ଦକ୍ଷତା ବୃଦ୍ଧି କରିବ : ବିଏସ୍ ଧନୋଆ
ନୂଆଦିଲ୍ଲୀ,୮ା୧୦ : ରଫେଲ୍ ଲଢ଼ୁଆ ବିମାନ ଓ ଏସ୍-୪୦୦ କ୍ଷେପଣାସ୍ତ୍ର କିଣାଗଲେ ବିମାନ ବାହିନୀର ଦକ୍ଷତା ବୃଦ୍ଧି ପାଇବ ବୋଲି ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ବିଏସ୍ ଧନୋଆ କହିଛନ୍ତି । ଗାଜିଆବାଦର ହିଣ୍ଡନ୍ ବିମାନ ବାହିନୀ ଘାଟିରେ ବିମାନ ବାହିନୀର ୮୬ତମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ ଧନୋଆ ଏହା କହିଛନ୍ତି । ଦେଶପାଇଁ ବିମାନ ବାହିନୀର ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି । ଏହି ଅବସରରେ ଏକ ପ୍ୟାରେଡ ଉତ୍ସବରେ ଆୟୋଜନ କରାଯାଇଥିଲା ଏବଂ ବିମାନ ବାହିନୀ ତା’ର ଲଢ଼ୁଆ ବିମାନ ଗୁଡିକର ରଣକୌଶଳ ପ୍ରଦର୍ଶନ କରିଥିଲା ।

ସୂଚନାଯୋଗ୍ୟ ଯେ, ବିଗତ ୮ ଦଶନ୍ଧୀ ମଧ୍ୟରେ ବିମାନ ବାହିନୀ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଯଥେଷ୍ଟ ପ୍ରଗତି ହାସଲ କରିଛି ଏବଂ ଦେଶକୁ ବିପଦରୁ ରକ୍ଷା କରିବା ପାଇଁ ନିଜର ସାମର୍ଥକୁ ମଜଭୁତ କରିଛି । ଭାରତୀୟ ଆକାଶସୀମାକୁ ସୁରକ୍ଷିତ ରଖିବା ପାଇଁ ନିଜର ପ୍ରତିଶ୍ରୁତିବଦ୍ଧତାକୁ ପାଳନ କରିବା ସଙ୍ଗେ ସଙ୍ଗେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେଶବାସୀଙ୍କୁ ସହାୟତା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବାୟୁ ସେନା ଦିବସ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ପ୍ରମୁଖ ବିମାନ ବାହିନୀର ଯବାନ ଓ ସମସ୍ତ କର୍ମଚାରୀ ତଥା ଅଧିକାରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଏହି ୮୬ତମ ବାର୍ଷିକୀ ପାଳନ ପାଇଁ ବିମାନ ବାହିନୀ ସୋମବାର ଗାଜିଆବାଦର ହିଣ୍ଡନ ବିମାନବାହିନୀ ଘାଟିରେ ଏକ ବିଶାଳ ପ୍ୟାରେଡ ଓ ରଣକୌଶଳ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା । ଭାରତୀୟ ବିମାନ ବାହିନୀ ମୁଖ୍ୟ ମାର୍ଶାଲ ବିଏସ୍ ଧନୋଆ ଏବଂ ଚିଫ୍ ଅଫ୍ ଏୟାର ଷ୍ଟାଫ ଏହି ପ୍ୟାରେଡ ଉତ୍ସବରେ ଯୋଗ ଦେଇଥିଲେ । ପ୍ୟାରେଡ ପରେ ପରେ ବିମାହନବାହିନୀର ଲଢ଼ୁଆ ଡ୍ରିଲ୍ ଟିମ୍ ରଣକୌଶଳ ପ୍ରଦର୍ଶନ କରିଥିଲେ ।

ବିମାନ ବାହିନୀର ଆକାଶ ଗଙ୍ଗା ଟିମ୍ ଏ ଏନ୍-୩୨ ଲଢ଼ୁଆ ବିମାନରୁ ଲମ୍ପ ପ୍ରଦାନ କୌଶଳ ପ୍ରଦର୍ଶନ କରିଥିଲେ । ପ୍ଲାଏ ପାଷ୍ଟରେ ଏମ୍ଆଇ ୧୭ ଭି ୫, ରୁଦ୍ର ହେଲିକପ୍ଟର, ଡୋନିୟର ସି-୧୩୦ଜେ ଓ ସି୧୭ପରିବହନ ଯୁଦ୍ଧ ବିମାନ, ଜାଗୁଆର ବିଶନ, ଏମ୍ଆଇଜି-୨୯, ମିରେଜ-୨୦୦୦ ଓ ଏସ ୟୁ-୩୦ ଏମକେଆଇ ଯୁଦ୍ଧ ବିମାନ ଗୁଡିକ ଅଂଶଗ୍ରହଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ