Connect with us

ଦେଶ

ରୂପାନୀଙ୍କୁ ନୀତିଶ ଓ ଯୋଗୀଙ୍କ ଅପିଲ ସୁରକ୍ଷା ଦିଅ

ସାଙ୍କେତିକ ଚିତ୍ର

ଗୁଜୁରାଟରେ ୟୁପି ଓ ବିହାରବାସୀଙ୍କ ଉପରେ ଆକ୍ରମଣ
ରୂପାନୀଙ୍କୁ ନୀତିଶ ଓ ଯୋଗୀଙ୍କ ଅପିଲ
ସୁରକ୍ଷା ଦିଅ
ଅହମ୍ମଦାବାଦ,୮ା୧୦ : ଗୁଜୁରାଟରେ ଉତ୍ତରପ୍ରଦେଶ ଓ ବିହାରର ଲୋକଙ୍କ ଉପରେ ବଢ଼ୁଥିବା ଆକ୍ରମଣ ଯୋଗୁଁ ସେଠାକାର ସ୍ଥିତି ଗମ୍ଭୀର ହୋଇପଡିଛି । ଆକ୍ରମଣ କାରଣରୁ ଉତ୍ତର ଭାରତୀୟ ଲୋକେ ଏବେ ଗୁଜୁରାଟରୁ ନିଜ ରାଜ୍ୟକୁ ଫେରି ଆସୁଛନ୍ତି । ଏହାମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଫୋନ୍ କରି ନିଜ ରାଜ୍ୟବାସୀଙ୍କ ଉପରେ ହେଉଥିବା ଆକ୍ରମଣର ଚିନ୍ତାବ୍ୟକ୍ତ କରି ଉତ୍ତର ଭାରତୀୟଙ୍କୁ ସୁରକ୍ଷା ଦେବାକୁ ଅପିଲ କରିଛନ୍ତି । ଗୁଜୁରାଟ ସରକାର ମଧ୍ୟ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଭରସା ଦେଇଛନ୍ତି ।

ଅନ୍ୟପଟେ ଗୁଜୁରାଟର ଗୃହମନ୍ତ୍ରୀ ପ୍ରଦୀପ ଜାଡେଜା ମଧ୍ୟ ଏହି ମାମଲାରେ ସରକାରଙ୍କ ପକ୍ଷ ରଖି କହିଛନ୍ତି ଯେ, କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ନିର୍ବାଚନ ଜିତି ପାରିନାହାନ୍ତି ସେମାନେ ଏହି ହିଂସାକାଣ୍ଡ ଭିଆଉଛନ୍ତି । ଉତ୍ତର ଭାରତୀୟଙ୍କ ଉପରେ ହେଉଥିବା ଆକ୍ରମଣ ଭୟରେ ଗୁଜୁରାଟରୁ ପଳାୟନ କରୁଥିବା ମାମଲାକୁ ଗମ୍ଭୀରତାର ସହ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ନୀତିଶ କହିଛନ୍ତି ଯେ, ରବିବାର ମୁଖ୍ୟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଆଲୋଚନା କରିଛି । ତାଙ୍କ ସହିତ କ୍ରମାଗତ ଯୋଗାଯୋଗରେ ରହି ସ୍ଥିତି ଉପରେ ନଜର ରଖିଛି । ଯେଉଁମାନେ ଉତ୍ତର ଭାରତୀୟ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି ସେମାନଙ୍କୁ ସଜା ମିଳିବା ଉଚିତ । ଏଥିରେ କୌଣସି ପ୍ରକାର ଭେଦଭାବ ନହେବା ଉଚିତ ବୋଲି ନୀତିଶ କୁମାର କହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରୂପାନୀଙ୍କୁ ଫୋନ କରି ଉତ୍ତର ଭାରତୀୟଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ଚିନ୍ତା ପ୍ରକଟ କରିଛନ୍ତି ।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରି କହିଛନ୍ତି ଯେ, ଗତ ତିନିଦିନରେ କୌଣସି ଘଟଣା ଘଟିନାହିଁ । ଗୁଜୁରାଟ ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛନ୍ତି । ଗୁଜୁରାଟରେ ସମସ୍ତଙ୍କୁ ସମାନରେ ରହିବାକୁ ଦିଆଯିବ । ଗୁଜୁରାଟ ସରକାରଙ୍କ ଦ୍ୱାରା ଉଠାଯାଇଥିବା ପଦକ୍ଷେପରେ ୟୁପି ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି । ଗୁଜୁରାଟର ଗୃହମନ୍ତ୍ରୀ ପ୍ରଦୀପ ଜାଡେଜା ଏହି ମାମଲାରେ ଏ ପର୍ଯ୍ୟନ୍ତ ୪୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ରାଜ୍ୟର ଡିଜିପି ନିଜେ ସ୍ଥିତି ଉପରେ ନଜର ରଖିଛନ୍ତି । ଆବଶ୍ୟକ ସଂଖ୍ୟକ ପୋଲିସ ବଳ ମୁତୟନ କରାଯାଇଛି । ଏସପି ଓ ଡିଏମଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖାଯାଇ ସ୍ଥିତିକୁ ସମ୍ଭାଳିବା ସହିତ ଆକ୍ରମଣକାରୀଙ୍କ ଗିରଫଦାରୀ ଜାରି ରହିଛି ବୋଲି ଜାଡେଜା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ