Connect with us

ଦେଶ

ଡିଆରଡିଓରୁ ଆଇଏସ୍ଆଇ ଏଜେଣ୍ଟ ଗିରଫ

ସାଙ୍କେତିକ ଚିତ୍ର

ଡିଆରଡିଓରୁ ଆଇଏସ୍ଆଇ ଏଜେଣ୍ଟ ଗିରଫ
ନୂଆଦିଲ୍ଲୀ,୮ା୧୦ : ନାଗପୁରସ୍ଥିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ୟୁନିଟରେ କାର୍ଯ୍ୟ କରୁଥିବା ଜଣେ ଆଇଏସ୍ଆଇ ଏଜେଣ୍ଟକୁ ସୋମବାର ଗିରଫ କରାଯାଇଛି । ଗିରଫ ଆଇଏସ୍ଆଇ ଏଜେଣ୍ଟଙ୍କ ନାମ ନିଶାନ୍ତ ଅଗ୍ରୱାଲ ଓ ସେ ପ୍ରତିରକ୍ଷା ଗବେଷଣା ବିକାଶ ପ୍ରତିଷ୍ଠାନ (ଡିଆରଡିଓ)ର ଜଣେ ବୈଜ୍ଞାନିକ ବୋଲି କୁହାଯାଉଛି । ନିଶାନ୍ତ ବ୍ରହ୍ମୋସ କ୍ଷେପଣାସ୍ତ୍ର ସମ୍ବନ୍ଧିତ ବୈଷୟିକ ଜ୍ଞାନ ଏବଂ ଅନ୍ୟ ଗୋପନୀୟ ତଥ୍ୟ ପାକିସ୍ତାନର ଗୁଇନ୍ଦା ସଂସ୍ଥା (ଆଇଏସ୍ଆଇ) ଓ ଆମେରିକାକୁ ଦେଉଥିଲେ ବୋଲି ସନ୍ଦେହ କରାଯାଉଛି ।

ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧ ଦଳ ସହ ଭାରତୀୟ ସେନାର ଗୁଇନ୍ଦା ଅଧିକାରୀଙ୍କ ମିଳିତ କାର୍ଯ୍ୟାନୁଷ୍ଠାନରେ ନିଶାନ୍ତଙ୍କୁ ଗିରଫ କରାଯାଇଛି । ତାଙ୍କୁ ଏବେ ପଚରାଉଚୁରା କରାଯାଉଛି । ସେ ଏପର୍ଯ୍ୟନ୍ତ ଆଇଏସ୍ଆଇକୁ କେଉଁ କେଉଁ ସୂଚନା ପ୍ରଦାନ କରିଛନ୍ତି ଓ କିଭଳି ଆଇଏସ୍ଆଇ ସହ ତା’ର ଲିଙ୍କ ହେଲା ତାହା ଜାଣିବାକୁ ଚେଷ୍ଟା ଜାରି ରହିଛି । ଅଫିସିଆଲ ସିକ୍ରେଟ୍ ଆଇନ୍ ଆଧାରରେ ନିଶାନ୍ତଙ୍କୁ ଗିରଫ କରାଯାଇଛି । ଉଲ୍ଲେଖ ଯେ, ନିଶାନ୍ତଙ୍କୁ ୨୦୧୭-୧୮ରେ ଯୁବ ବିଜ୍ଞାନୀ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ରବିବାର ରାତିରୁ ତାଙ୍କୁ ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧ ଦଳ (ଏଟିଏମ୍) ଟ୍ରାକ୍ କରିଥିଲା । ସବୁ କିଛି ଜାଣିବା ପରେ ସୋମବାର ଦିନ ଆଉ ଏକ ସଂସ୍ଥା ସହ ମିଶି ନିଶାନ୍ତଙ୍କୁ ଗିରଫ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ