Connect with us

ଦେଶ

ବାଟମାରଣା ବେଳେ କଂଗ୍ରେସ ନିରବଦ୍ରଷ୍ଟା ସାଜିଥିଲା : ମୋଦି

ସାଙ୍କେତିକ

ବାଟମାରଣା ବେଳେ କଂଗ୍ରେସ ନିରବଦ୍ରଷ୍ଟା ସାଜିଥିଲା : ମୋଦି
ବାରାଣସୀ,୨୨ା୧ : ଦେଶର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନାର ଅର୍ଥ ବାଟମାରଣା କଂଗ୍ରେସ ସରକାର ଅମଳରେ ଉତ୍କଟ ରୂପ ଧାରଣ କରିଥିଲା । ଏହାକୁ ରୋକିବାକୁ ଉଦ୍ୟମ କରିବା ପରିବର୍ତ୍ତେ କଂଗ୍ରେସ ସରକାର କେବଳ ନିରବରେ ଏସବୁକୁ ଦେଖି ଚାଲିଥିଲା । ପ୍ରବାସୀ ଭାରତୀୟ ଦିବସ ଅବସରରେ ନିଜ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରାଣସୀରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।

ଏହି ଅବସରରେ ପ୍ରବାସୀ ଭାରତୀୟଙ୍କୁ ଦେଶର ପ୍ରକୃତ ରାଷ୍ଟ୍ରଦୂ ଓ ଦକ୍ଷତାର ପରିଚାୟକ ଭାବେ ବର୍ଣ୍ଣନା କରିଥିଲେ ପ୍ରଧାନମନ୍ତ୍ରୀ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ନାମ ଉଚ୍ଚାରଣ ନ କରି ତାଙ୍କର ଏକ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ୧୯୮୫ରେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଟମାରଣା ସମ୍ପର୍କରେ କହିଥିବା ଆପଣମାନେ ଶୁଣିଥିବେ । ସେ କହିଥିଲେ ଯେ, ଯଦି ଟଙ୍କାଟିଏ ଗରିବ ଲୋକଙ୍କ ପାଇଁ ଦିଆଯାଏ ତେବେ ସେଥିରୁ ମାତ୍ର ୧୫ ପଇସା ତା ପାଖରେ ପହଞ୍ଚୁଛି, ଅନ୍ୟ ୮୫ ପଇସା ବାଟମାରଣା ହୋଇ ଯାଉଛି । ଏହା ଜାଣି ମଧ୍ୟ ତାଙ୍କ ସରକାର ଏହାକୁ ରୋକିବାକୁ ବାଟ ବାହାର କରି ନଥିଲା ।
ଯଦି ଆଜି କଂଗ୍ରେସ ସରକାର ଥାନ୍ତା ତେବେ ଗରିବଙ୍କ ଲାଗି ଖର୍ଚ୍ଚ କରାଯାଇଥିବା ୫ଲକ୍ଷ ୮୦ ହଜାର କୋଟି ଟଙ୍କାରୁ ୪ ଲକ୍ଷ ୫୦ ହଜାର କୋଟି ଟଙ୍କା ବାଟମାରଣା ହୋଇଯାଇଥାନ୍ତା । ଏହାପୂର୍ବରୁ ମଧ୍ୟ ରାଜୀବ ଗାନ୍ଧିଙ୍କ ଉକ୍ତିକୁ ପ୍ରଧାନମନ୍ତ୍ରୀ ଉଦ୍ଧାର କରିଥିଲେ । ଗତବର୍ଷ ସେପ୍ଟେମ୍ବର ମାସରେ ଛତିଶଗଡ଼ରେ ଏକ ଜନସମାବେଶରେ ମୋଦି କହିଥିଲେ ଯେ, ସେତେବେଳେ କ’ଣ ସଡକ ପରିବହନ ମନ୍ତ୍ରାଳୟ ନଥିଲା ନା ଯନ୍ତ୍ରୀ ନଥିଲେ? ଟଙ୍କାର ଥିଲା ନା ଲୋକଙ୍କ ଦାବି ନଥିଲା? କିନ୍ତୁ କାମ କରିବାକୁ ସରକାର ଡରୁଥିଲେ । କାରଣ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିକାଶ ପାଇଁ ଖର୍ଚ୍ଚ ରାଶିର ୧୫% ବାଟମାରଣା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ