Connect with us

ଦେଶ

ଆଇଆଇଟି ଗବେଷଣଙ୍କ ସ୍ପଟୋକ୍ତି

ସାଙ୍କେତିକ

ଆଇଆଇଟି ଗବେଷଣଙ୍କ ସ୍ପଟୋକ୍ତି
୨୫୦ କୋଟି ବର୍ଷ ପୂର୍ବେ ଭାରତରେ ଥିଲା ଜୀବନ
ଖଡଗପୁର,୨୧ା୧ : ଆଇଆଇଟି ଖଡଗପୁର ଗବେଷକଙ୍କୁ ୨୫୦ କୋଟି ବର୍ଷ ପୂର୍ବେ ଭାରତରେ ଜୀବନ ଥିବା ପ୍ରମାଣ ମିଳିଛି । ପୃଥିବୀ ପୃଷ୍ଠରେ ଜୈବ-ରାସାୟନିକ ପରିବର୍ତ୍ତନ ହେତୁ ଧରାପୃଷ୍ଠରେ ଅମ୍ଳଜାନ ଗ୍ୟାସ ଉତ୍ପନ୍ନ ହୋଇଥିଲା । ୨୪୦ କୋଟି ବର୍ଷ ପୂର୍ବେ ଏହି ପ୍ରକ୍ରିୟା ପରେ ପୃଥିବୀ ପୃଷ୍ଟରେ ଜୀବଜନ୍ତୁଙ୍କ ଜନ୍ମ ହୋଇଥିଲେ । ‘ଗ୍ରେଟ ଅକ୍ସଡାଇସନ୍ ଇଭେଣ୍ଟ‘ ନାମରେ ପରିଚିତ ଏହି ତଥ୍ୟକୁ ଭିତ୍ତିକରି ପୃଥିବୀ ପୃଷ୍ଠରେ ୨୪୦ କୋଟି ବର୍ଷ ପୂର୍ବେ ପ୍ରାଣ ସଞ୍ଚାର ହୋଇଥିଲା ବୋଲି ବିଶ୍ୱାସ କରାଯାଏ । ତେବେ ଆଇଆଇଟି ଖଡଗପୁରର ବିଶେଷଜ୍ଞଙ୍କ ତଥ୍ୟ ଅନୁଯାୟୀ ୨୫୦ କୋଟି ବର୍ଷ ପୂର୍ବେ ଭାରତ ପୃଷ୍ଠରେ ଜୀବିତ ପ୍ରାଣୀଙ୍କ ଚଳପ୍ରଚଳ ଥିଲା ବୋଲି ପ୍ରମାଣିତ ହୋଇଛି ।

ପୃଥିବୀ ପୃଷ୍ଠରେ ସର୍ବପ୍ରଥମେ ଜୀବାଣୁଙ୍କ ଉତ୍ପନ ହୋଇଥିବା ପ୍ରମାଣିତ ରହିଥିବା ବେଳେ ଦକ୍ଷିଣର ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ପୃଥିବୀର ସର୍ବପ୍ରଥମ ଜୀବାଣୁର ଆବିର୍ଭାବ ହୋଇଥିବା ଆଇଆଇଟି ଗବେଷଣକଙକ୍ୁ ପ୍ରମାଣ ମିଳିଛି । ଗବେଷକଙ୍କ ଏଭଳି ତଥ୍ୟ ଭୂ-ବିଜ୍ଞାନୀ ଓ ମୃତ୍ତିକା ବିଶେଷଜ୍ଞଙ୍କୁ ଚକିତ କରିଦେଇଛି । ଗବେଷଣକଙ୍କୁ ଏହି ବ୍ୟାକ୍ଟେରିଆଙ୍କ ସୁରାକ ସେହି ସମୟରେ ମିଳିଛି ଯେଉଁ ସମୟରେ ପୃଥିବୀ ପୃଷ୍ଠ କ୍ରମାଗତ ଭୂମିକମ୍ପ ଓ ଅନିୟମିତତା ବାତାବରଣ ପରିବର୍ତ୍ତନର ଜାରି ରହିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ