Connect with us

ଦେଶ

ଇଭିଏମ୍ ହ୍ୟାକିଂ ପ୍ରସଙ୍ଗ

ସାଙ୍କେତିକ

ଇଭିଏମ୍ ହ୍ୟାକିଂ ପ୍ରସଙ୍ଗ
ଏଫ୍ଆଇଆର ରୁଜୁ ପାଇଁ ଇସିଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୨ା୧ : ୨୦୧୪ ନିର୍ବାଚନରେ ଇଭିଏମ୍ ହ୍ୟାକ୍ କରାଯାଇଥିଲା ବୋଲି ଲଣ୍ଡନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯେଉଁ ଅଭିଯୋଗ ଆଗତ କରିଛନ୍ତି, ତା’ ଉପରେ ଏଫ୍ଆଇଆର ଆଗତ କରି ତଦନ୍ତ କରିବାକୁ ଦିଲ୍ଲୀ ପୋଲିସକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ସୂଚନାଥାଉ କି, ଇଭିଏମ୍ ହ୍ୟାକ୍ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରମାଣ ରଖିବା ପରେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଆମେରିକାର ରାଜନୈତିକ ଶରଣ ନେଇଥିବା ଭାରତୀୟ ସାଇବର ବିଶେଷଜ୍ଞ ସୟେଦ ସୁଜା ସ୍କାଇପି ମାଧ୍ୟମରେ ଗତକାଲି ଲଣ୍ଡନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି କହିଥିଲେ ଯେ, ୨୦୧୪ ସାଧାରଣ ନିର୍ବାଚନରେ ଦେଶର ୨୦୦ ନିର୍ବାଚନ ମଣ୍ଡଳୀରେ ଇଭିଏମ୍କୁ ହ୍ୟାକ୍ କରାଯାଇଥିଲା । ନିଜକୁ ଇଲେକ୍ଟ୍ରୋନିକ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡର ଜଣେ ପୂର୍ବତନ କର୍ମଚାରୀ ବୋଲି ଦାବି କରୁଥିବା ସୟେଦ ୨୦୧୪ ପରେ ତାଙ୍କ ଜୀବନ ପ୍ରତି ବିପଦ ଦେଖା ଦେବାରୁ ସେ ଭାରତ ଛାଡି ଆମେରିକା ପଳାଇ ସେଠାରେ ରାଜନୈତିକ ଶରଣ ନେଇଛନ୍ତି ବୋଲି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

ଏଥିସହ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କୁ ମନ୍ତ୍ରିମଣ୍ଡଳରେ ତାଙ୍କ ମନ ପସନ୍ଦ ବିଭାଗ ନ ମିଳିବାରୁ ସେ ଏହି ଘଟଣାକୁ ପ୍ରଘଟ କରି ଦେଇଥାନ୍ତେ । ଏହି ଭୟରେ ଶ୍ରୀ ମୁଣ୍ଡେଙ୍କୁ ହତ୍ୟା କରାଯାଇଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏପରିକି ସାମ୍ବାଦିକ ଗୌରୀ ଲଙ୍କେଶ ଇଭିଏମ୍ ହ୍ୟାକିଂ ସମ୍ବାଦ ପ୍ରକାଶ କରିବା ସମ୍ଭାବନା ଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ