Connect with us

ରାଜ୍ୟ

ବସ୍‌ ଭଡ଼ା ବୃଦ୍ଧି ପାଇଲା :- ସାଧାରଣରେ ଅସନ୍ତୋଷ l

ବସ୍‌ ଭଡ଼ା ବୃଦ୍ଧି ପାଇଲା :- ସାଧାରଣରେ ଅସନ୍ତୋଷ l

ଭୁବନେଶ୍ୱର: ବସ୍‌ ଭଡ଼ା ବଢ଼ିବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆଜି ଘୋଷଣା କରାଯାଇଛି । ଗତ କିଛିଦିନ ଧରି ବାରମ୍ବାର ତେଲ ଦର ବୃଦ୍ଧି ପାଉଥିବାରୁ ବସ୍‌ ଭଡ଼ା ବୃଦ୍ଧି କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ । ବସ୍‌ ଭଡ଼ା କିଲୋମଟିର ପିଛା ୨ରୁ ୪ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଅର୍ଡିନାରୀ, ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର ପିଛା ୨ପଇସା ବଢ଼ି ଥିବା ବେଳେ ଡିଲକ୍ସ, ଏସି ଡିଲକ୍ସ ବସ୍‌ କିଲୋମିଟର ପିଛା ୪ପିଇସା ବୃଦ୍ଧି ପାଇଛି ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଏହି ଭଡ଼ା ବୃଦ୍ଧି ପଇବା ପରେ ଅର୍ଡିନାରୀ ବସ୍‌ ଭଡ଼ା କିଲୋମିଟର ପିଛା ୭୨ ପଇସା ହୋଇଛି । ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟରକୁ ୭୫ ପଇସା, ଡିଲକ୍ସ ବସ୍‌ ଭଡ଼ା ହୋଇଛି ୧ଟଙ୍କା ୫ ପଇସା ଏବଂ ଏସି ଡିଲକ୍ସ କିଲୋମିଟରକୁ ୧ଟଙ୍କା ୨୭ ପଇସା ହୋଇଥିବା ଜଣାପଡ଼ିଛି । ବସ ଭଡା ବୃଦ୍ଧି ପାଇବା ପରେ ସାଧାରଣରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛିି ।

Click to comment

Leave a Reply

Your email address will not be published. Required fields are marked *

More in ରାଜ୍ୟ