Connect with us

ଓଡିଶା

ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକ୍‌ଜାଣ୍ଡର ଜେଗ୍‌ଲର ଓଡିଶାରେ l

ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକ୍‌ଜାଣ୍ଡର ଜେଗ୍‌ଲର ଓଡିଶାରେ l

ଭୁବନେଶ୍ୱର:- ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକ୍‌ଜାଣ୍ଡର ଜେଗ୍‌ଲର ଶନିବାର ଦିନ ଏକ ବ୍ୟବସାୟୀ ପ୍ରତିନିଧି ମଣ୍ଡଳ ସହିତ ଓଡିଶା ଆସିଛନ୍ତି l ଉକ୍ତ ପ୍ରତିନିଧି ମଣ୍ଡଳୀ ସଚିବାଳୟ ଆସି ଓଡ଼ିଶାରେ ପୁଞ୍ଜିନିବେଶ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି । ଫ୍ରାନ୍ସର ବିଭିନ୍ନ କମ୍ପାନୀ ଯଥା, ହୋଟେଲ, ଇସ୍ପାତ, ବୈଦ୍ୟୁତିକ ଉପକରଣ, ଶକ୍ତି ଆଦି କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ଆଗାମୀ ନଭେମ୍ବର ମାସରେ ହେବାକୁ ଥିବା ‘ମେକ୍‌-ଇନ୍‌ ଓଡ଼ିଶା’ କନ୍‌କ୍ଲେଭରେ ଭାଗନେବାକୁ ମଧ୍ୟ ସେ ଇଛା ପ୍ରକାଶ କରିଛନ୍ତି l ବ୍ୟବସାୟୀ ପ୍ରତିନିଧି ମଣ୍ଡଳୀକୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଥିଲେ ଯେ, ଓଡ଼ିଶାରେ ପୁଞ୍ଜିନିବେଶ ଫଳରେ ଭାରତ-ଫ୍ରାନ୍ସ ମଧ୍ୟରେ ବ୍ୟାପକ ସାମାଜିକ, ଅର୍ଥନୈତିକ ଓ ଵାଣିଜ୍ୟକ ସମ୍ପର୍କ ସ୍ଥାପନ ହୋଇପାରିବ।

ଏହି ବୈଠକରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ଶିଳ୍ପ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା