Connect with us

ବାଣିଜ୍ୟ

ପିଆଜ ଓ ଆଳୁର ଅହେତୁକ ଦରବୃଦ୍ଧି

ସାଙ୍କେତିକ

ପିଆଜ ଓ ଆଳୁର ଅହେତୁକ ଦରବୃଦ୍ଧିକୁ ରୋକିବାପାଇଁ ପଦକ୍ଷେପ ନେଲେ ଯୋଗାଣ ବିଭାଗ
ଭୁବନେଶ୍ୱର,୨୬ ଡିସେମ୍ବର – ରାଜ୍ୟରେ ଦେଖାଦେଇଥିବା ପିଆଜ ଓ ଆଳୁର ଅହେତୁକ ଦରବୃଦ୍ଧିକୁ ରୋକିବାପାଇଁ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଛି । ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଭୁବନେଶ୍ୱରରେ ଆଳୁ, ପିଆଜ ହୋଲସେଲର ମାନେ ୧୦୦୦ କ୍ୱିଂଟାଲ ଆଳୁ ଏବଂ ୨୫୦ କ୍ୱିଂଟାଲ ପିଆଜ ରଖି ପାରିବେ । କଟକ, ରାଉରକେଲା, ସମ୍ବଲପୁର ଏବଂ ବ୍ରହ୍ମପୁରରେ ହୋଲସେଲରମାନେ ୫୦୦ କ୍ୱିଂଟାଲ ଆଳୁ ଏବଂ ୨୫୦ କ୍ୱିଂଟାଲ ପିଆଜ ରଖିପାରିବେ । ଅନ୍ୟାନ୍ୟ ସ୍ଥାନରେ ୩୦୦ କ୍ୱିଂଟାଲ ଆଳୁ ଓ ୧୫୦ କ୍ୱିଂଟାଲ ପିଆଜ ବ୍ୟବସାୟୀମାନେ ରଖିପାରିବେ ।

ଏହା ବ୍ୟତୀତ ଉପରୋକ୍ତ ୪ଟି ସହରରେ ଖୁଚୁରା ବେପାରୀମାନେ ୪୦ କ୍ୱିଂଟାଲ ଆଳୁ ଏବଂ ୨୦ କ୍ୱିଂଟାଲ ପିଆଜ ରଖିପାରିବେ । ଅନ୍ୟାନ୍ୟ ସହରରେ ୧୫ କ୍ୱିଂଟାଲ ଆଳୁ ଏବଂ ୮ କ୍ୱିଂଟାଲ ପିଆଜ ରଖିପାରିବେ । ସଂଶୋଧିତ ଯୋଗାଣ ଷ୍ଟୋରେଜ ଆଇନ ବ୍ୟବସ୍ଥା ଅନୁଯାୟୀ ନିୟମିତ ଭାବରେ ତଦାରଖ ଓ ଚଢ଼ାଉ କରିବା ପାଇଁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ