Connect with us

ଅପରାଧ

ପ୍ୟରିସ ବେକେରି ର ଠକାମୀ ?

ସାଙ୍କେତିକ ଚିତ୍ର

ପ୍ୟରିସ ବେକେରି ର ଠକାମୀ ?

ଭୁବନେଶ୍ୱର:-: ରାଜ୍ୟର ଅନ୍ୟତମ ବେକେରି ସଂସ୍ଥା ପ୍ୟାରିସ ବେକେରି ନାଁରେ ପାଖାପାଖି 25 କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଛି ଏବଂ ଏହି ଅଭିଯୋଗ , ସଂସ୍ଥା ପାଇଁ ସାମଗ୍ରୀ ଯୋଗାଉଥିବା ବ୍ୟକ୍ତି ବିଶେଷ (ଭେଣ୍ଡର), ଫ୍ୟାକ୍ଟ୍ରି ଚାଲୁଥିବା ଘର ମାଲିକ ଓ ସଂସ୍ଥାର କର୍ମଚାରୀମାନେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ହେଉ ହେଉ ସଂସ୍ଥାର ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ଆଉଟଲେଟ୍‌ରେ ତାଲା ପଡ଼ିଛି । ସଂସ୍ଥା ମାଲିକ ଓ ଜଣେ ନିର୍ଦେଶକ କେଉଁଆଡ଼େ ଫେରାର୍‌ ହୋଇଯାଇଛନ୍ତି । ଏନେଇ କେତେକ ଭେଣ୍ଡର କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଶାଖାରେ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱର, ବାଲେଶ୍ବର, ବ୍ରହ୍ମପୁର, କଟକ, ପୁରୀ, କୋଲକାତା, ମୁମ୍ବାଇ ଆଦି ସହରରେ ଥିବା ସଂସ୍ଥାର ଆଉଟଲେଟଗୁଡ଼ିକୁ କିଛି ଭେଣ୍ଡର ଅଟା, ମଇଦା, ଚିନି, ବେ‌କେରି ପାଉଡର୍‌, ଚକୋଲେଟ, କେବେରି ମିକ୍ସ, କେକ୍ ଜେଲ୍, ଗ୍ଲେଜ ଜେଲ୍ ଆଦି ୪ବର୍ଷ ହେବ ଯୋଗାଇ ଆସୁଥିଲେ । କିନ୍ତୁ ଗତବର୍ଷ ସେପ୍ଟେମ୍ବରରେ ହଠାତ ସଂସ୍ଥା ପକ୍ଷରୁ ଭେଣ୍ଡରମାନଙ୍କୁ ଜଣାଇ ଦିଆଗଲା କି ଦୁଇ ମାସର ଟଙ୍କା ବାକି ରହିବ, ଏହି ଟଙ୍କା ୨୦୧୮ ଜାନୁଆରି ମାସରେ ପ୍ରଦାନ କରାଯିବ ।

ଜଣେ ଭେଣ୍ଡର ସଂଜୟ ସାମଲଙ୍କ ଅନୁସାରେ ୪ବର୍ଷ ହେବ ସାମଗ୍ରୀ ଯୋଗାଉଥିବାରୁ କେହି ଅବିଶ୍ବାସ କରି ପାରି ନ ଥିଲେ । କିନ୍ତୁ ଚଳିତ ବର୍ଷର ସେ‌େପ୍ଟମ୍ବର ମାସ ହୋଇ ଯାଇଥିଲେ ମଧ୍ୟ ଭେଣ୍ଡରମାନଙ୍କୁ ଟଙ୍କା ମିଳିଲା ନାହିଁ । ଶେଷରେ ଭେଣ୍ଡରମାନେ ସଂସ୍ଥାର ଦୁଇ ନିର୍ଦେଶକ ଜୟ ନାରାୟଣ ପୂଜାପଣ୍ଡା ଓ ବିଭାସ ରଂଜନଙ୍କୁ କାବୁ କରି ପ୍ରଥମେ ଚନ୍ଦ୍ରଶେଖରପୁର ଓ ପରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ସେଠାରେ ଜୟନାରାୟଣ ଭେଣ୍ଡରମାନଙ୍କୁ ଚଳିତ ମାସ ୮ ତାରିଖରେ ଟଙ୍କା ପ୍ରଦାନ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥି‌େଲ । ଏପରିକି କେତେକ ଭେଣ୍ଡରଙ୍କୁ ସେ ଚେକ୍ ମଧ୍ୟ ପ୍ରଦାନ କରିଥିଲେ । କିନ୍ତୁ ସେହି ଚେକ୍ ସବୁ ବାଉନ୍ସ ହୋଇଯାଇଛି । ୮ ତାରିଖଠାରୁ ପୂଜାପଣ୍ଡା ଓ ବିଭାସଙ୍କ ମୋବାଇଲ ଫୋନ୍ ସୁଇଚଅଫ୍ ରହିଛି । ସେମାନଙ୍କ ପତ୍ତା ମିଳୁନାହିଁ । ଏଣେ ରାଜଧାନୀ ସମେତ ଅନ୍ୟ ସ୍ଥାନ‌ରେ ଥିବା ବିଭିନ୍ନ ଆଉଟଲେଟ ଏବେ ବନ୍ଦ ହୋଇ ଯାଇଛି । କେବଳ ଏହି ଠକେଇ ଭେଣ୍ଡରମାନଙ୍କ ପାଖରେ ସୀମିତନରହି କାମ କରୁଥିବା କର୍ମଚାରୀ ଓ ବ୍ୟବସାୟ ଚାଲୁଥିବା ଘର ମାଲିକମାନଙ୍କ ସହିତ ମଧ୍ୟ ହୋଇଅଛି ।

ଉକ୍ତ ସଂସ୍ଥା ନନ୍ଦନକାନନ ନିକଟରେ ଭଡ଼ା ନେଇ ଫ୍ୟାକ୍ଟ୍ରି ଚଳାଉଥିବା ଜମି ମାଲିକଙ୍କ ଟଙ୍କା ମଧ୍ୟ ବାକି ରଖିଥିବାବେଳେ ସଂସ୍ଥାରେ କାମ କରୁଥିବା କର୍ମଚାରୀମାନେ ମଧ୍ୟ ଗତ କିଛି ମାସ ହେବ ଦରମା ପାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଫଳରେ କର୍ମଚାରୀମାନେ ଓ ଭେଣ୍ଡରମାନେ ବାଧ୍ୟ ହୋଇ ଗତକାଲି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଶାଖାରେ ଅଭିଯୋଗ କରିଛନ୍ତି । କ୍ରାଇମ୍‌ବ୍ରାଞ୍ଚ ଅଭିଯୋଗ ଗ୍ରହଣ ନ କଲେ ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଭେଣ୍ଡର ଶ୍ରୀ ସାମଲ ସୂଚନା ଦେଇଛନ୍ତି ।

ଏ ସମ୍ପର୍କରେ ନୂଆପଲ୍ଲୀ ଥାନା ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନ କହିଛନ୍ତି ଯେ , ସଂସ୍ଥା ବିରୋଧରେ ୪ କୋଟି ୨୬ ଲକ୍ଷ ୭୨ହଜାର ୯୨୩ଟଙ୍କାର ଠକେଇ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗ ଗ୍ରହଣ କରିଥିଲେ ମଧ୍ୟ ମାମଲା ରୁଜୁ କରି ନାହିଁ । କାରଣ ପୁଲିସ ଅଭିଯୋଗର ସତ୍ୟାସତ୍ୟ ଉପରେ ତଦନ୍ତ କରୁଛି । ଏ ସମ୍ପର୍କରେ ପ୍ୟାରିସ ବେକେରି ସଂସ୍ଥା ସହିତ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ମୋବାଇଲ ସୁଇଚ୍‌ ଅଫ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା ।
ଅଭିଯୋଗକାରୀମାନଙ୍କ ପ୍ରତିକ୍ରିୟା :- ପୀଡିତ ବ୍ୟକ୍ତିମାନେ ଦୁଃଖ ପ୍ରକାଶ କରି କହିଛନ୍ତିଯେ, ଯେତେବେଳେ ଚନ୍ଦ୍ରଶେଖରପୁର ଥାନା ଓ ନୂଆପାଲ୍ଲୀ ଥାନାରେ ଆଲୋଚନା ମାଧ୍ୟମରେ 8 ତାରିଖ ଦିନ ଵାକୟା ରାଶି ପ୍ରଦାନ କରିବାକୁ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ କେଉଁ ଅଦୃଶ୍ୟ କାରଣରୁ ପୋଲିସ ମାମଲା ରୁଜ୍ଜୁ ନକରି ତଦନ୍ତ ଅଳରେ ସମୟ ଗଡ଼ାଇ ଚାଲୁଅଛି ଆମେ ବୁଝିପାଉନାହୁଁ ଓ ଆମର ପୋଲିସ ଉପରୁ ବିଶ୍ୱାସ ଉଠି ଯାଉଛି ତେଣୁ ବିଭାଗୀୟ ଉଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବୀ ହେଉଛି 

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ