Connect with us

ଆଞ୍ଚଳିକ

ତିତଲୀ ପ୍ରଭାବ :- ବିଏମସିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପୂଜା ଛୁଟି ବାତିଲ

ସାଙ୍କେତିକ ଚିତ୍ର

ତିତଲୀ ପ୍ରଭାବ :- ବିଏମସିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପୂଜା ଛୁଟି ବାତିଲ

ଭୁବନେଶ୍ୱର:- ବିଏମସିରେ କାର୍ଯ୍ୟରତ କର୍ମଚାରୀମାନେ ପୂଜାଛୁଟି କଟାଇ ପାରିବେ ନାହିଁ । ବିଏମ୍‌ସି ପକ୍ଷରୁ ଶୁକ୍ରବାର ଦିନ ଏକ ନିର୍ଦେଶନାମା ଜାରି କରାଯାଇ କୁହାଯାଇଛି ଯେ, ବିଏମ୍‌ସି କର୍ମଚାରୀମାନେ ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ସାଧାରଣ କାର୍ଯ୍ୟ ଦିବସ ଭଳି ଅଫିସ୍‌ରେ ଉପସ୍ଥିତ ରହି କାର୍ଯ୍ୟ କରିବେ ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ମଧ୍ୟ ଦୁର୍ଗାପୂଜା ପାଇଁ କିଛି ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ କରି ଦେଇଛନ୍ତି । ବାତ୍ୟା ପରେ ବର୍ଷା ସ୍ଥିତିକୁ ନେଇ ସରକାର ଛୁଟି ବାତିଲ କରିଛନ୍ତି । ସରକାର ରିଲିଫ ବ୍ୟବସ୍ଥାତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସଚିବାଳୟ କର୍ମଚାରୀ ଓ ବିଭାଗୀୟ ମୁଖ୍ୟଙ୍କ ଛୁଟି ବାତିଲ ହୋଇଛି । ଯେଉଁମାନଙ୍କୁ ଛୁଟି ଅନୁମତି ମିଳିଥିଲା ସେମାନଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ସେହିଭଳି ରାଜ୍ୟର ଦକ୍ଷିଣ ଓ କେନ୍ଦ୍ରାଞ୍ଚଳ ଜିଲ୍ଲାର ଜିଲ୍ଲାପାଳଙ୍କ ଛୁଟି ବାତିଲ ହୋଇଛି । ଅକ୍ଟୋବର ୨୪ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ