Connect with us

ଅପରାଧ

ପ୍ରଶ୍ନପତ୍ର ଲିକ୍ : ଓଟିଇଟି ପରୀକ୍ଷା ବାତିଲ

ସାଙ୍କେତିକ

ପ୍ରଶ୍ନପତ୍ର ଲିକ୍ : ଓଟିଇଟି ପରୀକ୍ଷା ବାତିଲ
ଭୁବନେଶ୍ୱର,୧୬ା୧ : ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଓଟିଇଟି (ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ୍) ବାତିଲ ହୋଇଯାଇଛି । ବୁଧବାର ଦୁଇଟି ସିଟିଂ ପରୀକ୍ଷାକୁ ବାତିଲ କରାଯାଇଛି । ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଏହି ପରୀକ୍ଷା ବାତିଲ ହୋଇଯାଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଆଉ ଥରେ ଓଟିଇଟି ପରୀକ୍ଷା କରାଯିବ । ତେବେ କେବେ ପରୀକ୍ଷା ହେବ ସେ ନେଇ ପରବର୍ତୀ ସମୟରେ ଘୋଷଣା କରାଯିବ ବୋଲି ବୋର୍ଡ ସଭାପତି ଜାହାନ ଆରା ବେଗମ୍ ପ୍ରକାଶ କରିବା ସହ ଏଭଳି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।

ଅପରପକ୍ଷରେ ପରୀକ୍ଷା ବାତିଲ ହୋଇଯିବାରୁ ପରେୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏପରିକି ରାଉରକେଲାର ଉଦିତ ନଗର ହାଇସ୍କୁଲରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନେ ପରୀକ୍ଷାକେନ୍ଦ୍ର ସମ୍ମୁଖରେ ଧାରଣା ଦେଇଛନ୍ତି । ସୂଚନା ଅନୁଯାୟୀ ବୁଧବାର ଓଟିଇଟିର ଦୁଇଟି ସିଟିଂ ପରୀକ୍ଷା ଥିଲା । ପ୍ରଥମ ସିଟିଂ ପରୀକ୍ଷା ସକାଳ ସାଢେ ୧୦ଟାରୁ ଅ।ରମ୍ଭ ହୋଇ ସାଢେ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ଦ୍ୱିତୀୟ ସିଟିଂ ପରୀକ୍ଷା ସାଢେ ୨ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ହେବାର ଥିଲା । ସକାଳ ସାଢେ୧୦ଟାରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା । ସୋସିଅ।ଲ୍ ମିଡିଆରେ ପ୍ରଶ୍ନପତ୍ର ସହ ଉତର ମଧ୍ୟ ଘୁରି ବୁଲୁଥିଲା ।

ପ୍ରଥମ ସିଟିଂ ପରୀକ୍ଷା ସରିବା ପରେ ଓ ଲିକ୍ ପ୍ରଶ୍ନପତ୍ର ଯାଂଚ କରିବା ପରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରୀକ୍ଷା ବାତିଲ ନେଇ ଘୋଷଣା କରାଯାଇଥିଲା । ଏଥର ମୋଟ ୧ ଲକ୍ଷ ୧୨ ହଜାର ପିଲା ଓଟିଇଟି ଦେବା ପାଇଁ ଆବେଦନ କରିଥିଲେ । ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ହେବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ବୁଧବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ବିଭାଗୀୟ ତଦନ୍ତ ହେବା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରୀକ୍ଷାର୍ଥୀମାନେ ନିରାଶ ହୁଅନ୍ତୁ ନାହିଁ । ପୁଣି ଥରେ ଓଟିଇଟି ପରୀକ୍ଷା ହେବ । ପରୀକ୍ଷାର୍ଥୀମାନେ ମନୋବଳ କମ ନକରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଓଡିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡକୁ ଚିଠି ଲେଖିଛି କ୍ରାଇମବ୍ରାଂଚ । ଏନେଇବୋର୍ଡ ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି । ବୁଧବାର ଅନୁଷ୍ଠିତ ହେବାକୁ ଥିବା ଓଟିଇଟି ପରୀକ୍ଷାର ୨ ଟି ସିଟିଂର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ବାତିଲ କରାଯାଇଥିଲା । ଭାଇରାଲ୍ ହୋଇଥିବା ପ୍ରଶ୍ନପତ୍ର ଏବଂ ଓଟିଇଟି ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ର ମେଳ ଖାଉଥିବାରୁ ବୋର୍ଡ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିଲା ।

ତେବେ କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଲିକ୍ ହେଲା, କିଏ ଏହାକୁ କେଉଁଠୁ ପାଇଲା ଏବଂ କିଏ ସୋସିଆଲ୍ ମିଡିଆରେ ଛାଡ଼ିଲା, ଏ ସଂପର୍କରେ କିଛି ଜଣାପଡି ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ