Connect with us

ଓଡିଶା

ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗରେ ୧୦୮ଟି ନୂତନ ପଦବୀ ସୃଷ୍ଟି

ସାଙ୍କେତିକ

ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗରେ ୧୦୮ଟି ନୂତନ ପଦବୀ ସୃଷ୍ଟି
ଭୁବନେଶ୍ୱର,୧୬ା୧ : ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ଆଇସିଡିଏସ୍ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ମାନବ ସମ୍ବଳର ଆବଶ୍ୟକତା ରହିଛି । ଏହି ଆବଶ୍ୟକତା ଦୂର ପାଇଁ ନୂତନ ୧୦୮ ପଦବୀ ସୃଷ୍ଟି କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଅବିଳମ୍ବେ ଏହି ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ବୁଧବାର ଦିନ ସନ୍ଧ୍ୟାରେ ସଚିବାଳୟଠାରେ ସାମ୍ବାଦିକ ମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଜିଲ୍ଲା ଏବଂ ସବଡିଭିଜନ ସ୍ତରରେ ୯୩ଟି ପ୍ରୋଗ୍ରାମ ଅଫିସର, ୧୩ଟି ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ପଦବୀ. ରାଜ୍ୟ ସ୍ତରରେ ୨ଟି ଉପନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯିବ । ଏହ ଦୁଇ ଉପ ନିର୍ଦ୍ଦେଶକ ଜଣେ ନିର୍ଦ୍ଦେଶକଙ୍କ ଅଧିନରେ ରହିବେ । ଯାହାଫଳରେ ସମସ୍ତ ପ୍ରକାର ସେବାକାର୍ଯ୍ୟ ଶୀଘ୍ର ହୋଇପାରିବ । ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଥିଲେ ଯେ, ବର୍ଷକୁ ଏ ବାବଦରେ ରାଜକୋଷରୁ ଅଧିକ ୯ କୋଟି ଟଙ୍କା ବ୍ୟୟ ହେବ ।

ଅପରପକ୍ଷରେ ମହିଳା ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଫୁଲ ସାମଲ କହିଲେ ଯେ, ପ୍ରୋଗ୍ରାମ ଅଫିସର ମାନଙ୍କ କାର୍ଯ୍ୟକୁ ଅଧିକ ଗୁଣାତ୍ମକ ମାନ କରିବା ପାଇଁ ସେମାନଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ସେମାନଙ୍କ ସଂଖ୍ୟା ୩୭୧ରୁ ୪୬୪କୁ ବୃଦ୍ଧି କରାଯାଇଛି । ଡିଏସଡବ୍ଲୁ ୩୫ଟି ଥିଲା ବେଳେ ଏବେ ସେ ସଂଖ୍ୟାକୁ ୪୮କୁ ବୃଦ୍ଧି କରାଯାଇଛି ବୋଲି କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା