Connect with us

ଅପରାଧ

ପୋଲିସ ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧି ବେଣୁ ଆହତ

ସାଙ୍କେତିକ ଚିତ୍ର

ପୋଲିସ ଏନକାଉଣ୍ଟର
ଦୁର୍ଦ୍ଦାନ୍ତ ଅପରାଧି ବେଣୁ ଆହତ
ଗଞ୍ଜାମ,୧୩ା୧୧: ପୋଲିସ ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧି ବେଣୁ ବାରିକ ଆହତ ହୋଇଛି । ତା’ର ବାମ ଗୋଡରେ ଦୁଇଟି ଗୁଳି ବାଜିଛି । ଆହତ ବେଣୁକୁ ପ୍ରଥମେ ବୁଗୁଡ଼ା ଡାକ୍ତରଖାନା ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ମଙ୍ଗଳବାର ଭୋର୍ ସମୟରେ ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ରାମପାଦ ଜଙ୍ଗଲରେ ବେଣୁର ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ପୋଲିସ ସଦଳବଳେ ସେଠାରେ ଚଢ଼ଉ କରିଥିଲା । ପୋଲିସ ଉପରକୁ ଗୁଳି ଚଳାଇ ଅପରାଧି ବେଣୁ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସର ପାଲଟା ଜବାବରେ ସେ ଆହତ ହୋଇଥିଲା । ବେଣୁର ସହଯୋଗୀ ବୁଲୁ ଦାସ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ଏହି ଚଢ଼ଉ ବେଳେ ବୁଗୁଡ଼ା ଥାନା ଅଧିକାରୀ କାର୍ତିକ ନାୟକ ଏବଂ ଅନ୍ୟ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି । ପୋଲିସ ତା’ ନିକଟରୁ ଗୋଟିଏ ବାଇକ୍, ପିସ୍ତଲ ଓ ମୋବାଇଲ୍ ଜବତ କରିଛି । ପ୍ରକାଶ ଥାଉ କି, ବେଣୁ କିଛି ଦିନ ତଳେ ଜେଲ୍ ରୁ ପାରୋଲରେ ଆସି ଅପରାଧମୂଳକ କାର୍ଯ୍ୟରେ ଲିପ୍ତ ଥିଲା ।

ମାଣିତରା ବ୍ୟାଙ୍କ ଲୁଟ୍ ସହିତ ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ତା’ ନାମରେ ୧୦ରୁ ଉଦ୍ଧ୍ୱର୍ ସଙ୍ଗୀନ ମାମଲା ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ବେଣୁର ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଜାମପାଟଣା ଗ୍ରାମରେ ବୋଲି ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ