Connect with us

ଓଡିଶା

ରିଲାଏନ୍ସ ଗ୍ରୁପ୍ ପକ୍ଷରୁ ଓଡ଼ିଶାରେ ସ୍ପୋର୍ଟସ ସେଣ୍ଟର ପ୍ରତିଷ୍ଠା କରାଯିବ

ସାଙ୍କେତିକ ଚିତ୍ର

ଭୁବନେଶ୍ୱର,୧୨ା୧୧ : ବିଗତ ଦିନମାନଙ୍କରେ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ପ୍ରଭୂତ ଉନ୍ନତି ସାଧନ କରିଛି । ଓଡ଼ିଶାର କ୍ରୀଡାବିତମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ ସଂଖ୍ୟକ ସ୍ୱର୍ଣ୍ଣପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିପାରିଛନ୍ତି । ଓଡ଼ିଶା ସରକାର ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାର ସଫଳ ଆୟୋଜନ କରିପାରିଛନ୍ତି । ଭାରତୀୟ ହକି ଦଳର ଆଗାମୀ ପାଞ୍ଚବର୍ଷ ପାଇଁ ପ୍ରାୟୋଜକ ହୋଇଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ରିଲାଏନ୍ସ ଗ୍ରୁପ୍ ପକ୍ଷରୁ ଓଡ଼ିଶାରେ ସ୍ପୋର୍ଟସ ସେଣ୍ଟର ପ୍ରତିଷ୍ଠା କରାଯିବ ।

ମେକ୍ ଇନ୍ ଓଡ଼ିଶା କନକ୍ଳେଭରେ ଦ୍ୱିତୀୟ ଅଧିବେଶନକୁ ସମ୍ବୋଧିତ କରିବା ଅବସରରେ ରିଲାଏନ୍ସ ଗ୍ରୁପ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହା କହିଛନ୍ତି । ଆଜିର ଅଧିବେଶନରେ ଅଧ୍ୟକ୍ଷତା କରିଥିବା ଶ୍ରୀ ଅମ୍ବାନି କହିଲେ ଯେ, ଜାତୀୟ ଅଭିବୃଦ୍ଧି ହାରଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ । ଡିଜିଟାଲ୍ ଇଣ୍ଡିଆରେ ଡିଜିଟାଲ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଡିଜିଟାଲର ଯୁଗରେ ରିଲାଏନ୍ସ ନିଜକୁ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଇତିମଧ୍ୟରେ ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶା ୪୩ ହଜାର ଗ୍ରାମକୁ ସଂଯୋଗ କରାଯାଇପାରିଛି । ଇଣ୍ଟରନେଟ୍ ଡାଟା ବ୍ୟବହାୟରେ ଓଡ଼ିଶା ଦେଶର ସବୁଠାରୁ ଆଗରେ । ଆଗାମୀ ଦିନରେ ଓଡ଼ିଶାର ସମସ୍ତ ଅନୁନ୍ନତ ଅଞ୍ଚଳକୁ ଡିଜିଟାଲ ସଂଯୋଗ କରିବା ପାଇଁ ଜିଓ ଯୋଜନା କରିଛି । ନୂତନ ପିଢ଼ିର ବୈଷୟିକ ଜ୍ଞାନକୌଶଳରେ ଏହା ସମ୍ଭବ ହୋଇପାରିବ ।

ଓଡ଼ିଶାରେ ଡିଜିଟାଲ କ୍ଷେତ୍ରରେ ରିଲାଏନ୍ସ ୬ ହଜାର କୋଟି ଟଙ୍କା ନିବେଶ କରିଥିବା ବେଳେ ଆଗାମୀ ଦିନରେ ଆଉ ୩ ହଜାର କୋଟି ଟଙ୍କା ନିବେଶ କରିବ । ମିଶନ୍ ଶକ୍ତି ସ୍କିମରେ ଓଡ଼ିଶାକୁ ସାମିଲ କରାଯିବ । ସଂଯୋଗ ଓ ସୁଲଭ ମୂଲ୍ୟରେ ଡିଜିଟାଲ ବୈଷୟିକ ଜ୍ଞାନକୌଶଳ ଉପଲବ୍ଧିକୁ ଗୁରୁତ୍ୱ ଦିଆଯିବ । ଆଗାମୀ ଦିନରେ ବ୍ରଡ୍ବ୍ୟାଣ୍ଡରେ ସମଗ୍ର ଓଡ଼ିଶାକୁ ସଂଯୋଗ କରାଯିବ ।

ସେ ଆହୁରି କହିଥିଲେ ଯେ, କ୍ଷୁଦ୍ରଶିଳ୍ପ ଓ ଯୁବବର୍ଗଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ବିକାଶରେ ଯେପରି ସମସ୍ତେ ସାମିଲ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦିଆଯିବା ଉଚିତ । ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରି ମୁକେଶ କହିଲେ ଯେ, ବିଜୁଙ୍କ ସ୍ୱପ୍ନ ଓ ରିଲାଏନ୍ସ ଗ୍ରୁପର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀଙ୍କ ସ୍ୱପ୍ନ ସମାନ ଥିଲା । ସେହି ସ୍ୱପନ୍ନ ପୂରଣ ଦିଗରେ ରିଲାଏନ୍ସ ପ୍ରୟାସ କରିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା