Connect with us

ଖେଳ

ପୁରୁଷ ହକି ବିଶ୍ୱ କପ ଟ୍ରଫିକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ ଚିତ୍ର

ପୁରୁଷ ହକି ବିଶ୍ୱ କପ ଟ୍ରଫିକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨ା୧୧: ଆସନ୍ତା ୨୮ ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱ କପ୍ ପ୍ରତିଯୋଗିତା ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ହେବା ଉପରେ । ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଷ ହକି ବିଶ୍ୱ କପର ଟ୍ରଫିକୁ ଲୋକାର୍ପଣ କରିଛନ୍ତି ।

ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ କ୍ରୀଡ଼ାର ବିକାଶ ନେଇ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜ୍ୟରେ କ୍ରୀଡ଼ାର ବିକାଶ ନେଇ ସେ ବେଶ୍ ଆଶାବାଦୀ ଅଟନ୍ତି । ଏହା ବ୍ୟତୀତ ଆଗାମୀ ଦିନରେ ବହୁ ଦକ୍ଷ କ୍ରୀଡ଼ାବିତ୍ ମାନଙ୍କୁ ପ୍ରୋତ୍ସାହନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।

ଏହି ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରାଙ୍କ ସମେତ ବିଭାଗୀୟ ସଚିବ, ନିର୍ଦ୍ଦେଶକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ