Connect with us

ଖେଳ

ପୁଣି ଟିକଟ ମିଳିଲାନି

ସାଙ୍କେତିକ ଚିତ୍ର

ପୁଣି ଟିକଟ ମିଳିଲାନି
ଭୁବନେଶ୍ୱର,୨୦ା୧୧ : ହକି ବିଶ୍ୱକପର ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ନେଇ ଟ୍ୱିନ୍ ସିଟିର ଦର୍ଶକ ବେଶ୍ ଉତ୍ସାହିତ ଥିଲେ । କାର୍ଯ୍ୟକ୍ରମରେ ଭାଗ ନେବା ଓ ଅନଲାଇନ ଟିକଟ କାଟିବାର ଉତ୍ସାହ ଯୁଦ୍ଧ ଜୟ କରିବାର ଉନ୍ମାଦନା ଠାରୁ କିଛି କମ ନଥିଲା । ମଙ୍ଗଳବାର ସକାଳେ ରାଜ୍ୟ ସରକାରଙ୍କ ଦ୍ୱାରା ଅନଲାଇନ ଟିକଟ ବିକ୍ରି ସମ୍ବନ୍ଧୀୟ ସୂଚନା ପାଇବା ପରେ ଉତ୍ସାହ ଓ ଉନ୍ମାଦନା ଆହୁରି ବଢ଼ିଯାଇଥିଲା । କିନ୍ତୁ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ଓ ମୋବାଇଲ ସ୍କ୍ରିନ୍ ସାମ୍ନାରେ କସରତ କରିବା ପରେ ଅନଲାଇନ ଟିକଟ କେବଳ ଏକ ଭେଳିକିରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି । ‘ଟିକଟଜିନି ଡଟ ଇନ୍’ ନାମକ ୱେବସାଇଟ୍ ଦ୍ୱାରା ଉଦଘାଟନି ସମାରୋହର ଟିକେଟ୍ ବିକ୍ରି ହେଉଥିବା ଜଣାପଡିବା ପରେ ଏଭଳି ଭେଳିକିର ସାମ୍ନା କରିଥିଲେ ଉତ୍ସାହୀ ଛାତ୍ର ଓ ଯୁବପିଢ଼ି । ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ କଟକ ବାରବାଟୀ ଷ୍ଟାଡିୟମରେ ପୃଥକ ପୃଥକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ରାଜ୍ୟ ସରକାର । ତେବେ ଉଭୟ କାର୍ଯ୍ୟକ୍ରମର ଟିକଟ ଦିନ ୧୨ଟାରେ ଆରମ୍ଭ ହେବାର ମାତ୍ର କିଛି ସମୟ ମଧ୍ୟରେ ଶେଷ ହୋଇଯାଇଥିଲା ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଟିକଟ ସରି ଯାଇଥିଲେ ମଧ୍ୟ ଅନଲାଇନରେ କଟକ ବାରବାଟୀର ଟିକଟ ଉପଲବ୍ଧ ୱେବସାଇଟରେ ଦୃଶ୍ୟମାନ ହେଉଥିଲା । ଫଳରେ ଟିକଟ ନପାଇ ହକି ପ୍ରେମୀଙ୍କୁ ପୁଣିଥରେ ନିରାଶ ହେବାକୁ ପଡିଛି । ତେବେ ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଏକକାଳୀନ ଅଧିକ ଲୋକ ୱେବସାଇଟ୍ ଖୋଲିଥିବାରୁ ସର୍ଭର ଡାଉନ୍ ହୋଇଯାଇଛି । କିଛି ସମୟ ପରେ ସମସ୍ୟାର ସମାଧାନ ହୋଇଯିବ ବୋଲି ହକି ଇଣ୍ଡିଆ ଟ୍ୱିଟ୍ କରି କହିଛି ।

କଳିଙ୍ଗ ଷ୍ଟାଡିୟମ ଓ ବାରବାଟୀରେ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ, ଗୀତିକାର ଏ.ଆର. ରେହମାନ, ସାଉଥ ହିରୋ ତଥା ବାହୁବଳୀ ଷ୍ଟାର ପ୍ରଭାସ ପ୍ରମୁଖ ଯୋଗ ଦେବେ । ସେଥିପାଇଁ ଓଡ଼ିଶାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ କଳିଙ୍ଗ ଷ୍ଟାଡିୟମ ପାଇଁ ଟିକଟର ମୂଲ୍ୟ ୫୦୦ ଓ ବାରବାଟୀ ଷ୍ଟାଡିୟମ ପାଇଁ ୧୦୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ