Connect with us

ଖେଳ

ରଜ୍ୟସ୍ତରୀୟ ହିଙ୍ଗୁଳା କପ-୨୦୨୦ କ୍ରିକେଟ ଉଦଯାପିତ,

ସାଙ୍କେତିକ

ରଜ୍ୟସ୍ତରୀୟ ହିଙ୍ଗୁଳା କପ-୨୦୨୦ କ୍ରିକେଟ ଉଦଯାପିତ,
ଭଦ୍ରକ ଚମ୍ପିଆନ ,ପାରାମାଉଂଟ ଭୁବନେଶ୍ୱର ରନର୍ସ
କୋରାଇ, ୦୪ ଫେବୃଆରୀ- ଯାଜପୁର ଜିଲାର ଲକ୍ଷ୍ମୀନଗର ପଂଚାୟତ ସ୍ଥିତ ତରାପୁର ଗ୍ରାମର ଆଂଚଳିକ ହିଙ୍ଗୁଳା ଯୁବପରିଷଦ ଆନୁକୂଲ୍ୟରେ ୨୨ତମ ରାଜ୍ୟସ୍ତରୀୟ ‘ହିଙ୍ଗୁଳା କପ-୨୦୨୦ କ୍ରିକେଟ’ଟୁର୍ଣ୍ଣାମେଂଟର ମଙ୍ଗଳବାର ଫାଇନାଲ ଖେଳ ପାରାମାଉଂଟ ଭୁବନେଶ୍ୱର ଓ ଇଷ୍ଟକୋଷ୍ଟ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏହି ମ୍ୟାଚରେ ପାରାମାଉଂଟ ଭୁବନେଶ୍ୱରକୁ ଇଷ୍ଟକୋଷ୍ଟ ଭଦ୍ରକ ୪ୱିକେଟ ପରାସ୍ତକରି ଚଳିତ ବର୍ଷର ଚମ୍ପିଆନ ହୋଇଛି । ପାରାମାଂଉଟ ଭୁବନେଶ୍ୱର ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ବାକୁ ନିଷ୍ପତିନେଇ ନିର୍ଦ୍ଧାରିତ ୨୫ଓଭର ମଧ୍ୟରେ ସମସ୍ତ ୱିକେଟ ହରାଇ ୧୮୩ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଆଲୋକ ସେଠୀ ୨୩ବଲରେ ୪୨ରନ ଓ ସୁଜିତ ବେବା ୫୦ବଲରେ ୩୨ରନ କରିଥିଲା ବେଳେ ଇଷ୍ଟକୋଷ୍ଟ ଭଦ୍ରକର ସାଇଲ ଖାଁନ ୫ଓଭର ବୋଲିଂକରି ୨୬ରନ ବିନିମୟରେ ୨ୱିକେଟ ଓ ମୃଣ୍ମୟ ତ୍ରିପାଠୀ ୫ଓଭର ବୋଲିଂକରି ୩୦ରନ ବିନିମୟରେ ୨ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଇଷ୍ଟକୋଷ୍ଟ ଭଦ୍ରକ ୨୪.୪ଓଭରରେ ୬ୱିକେଟ ହରାଇ ୧୮୪ରନ କରି ବିଜୟ ଲକ୍ଷ ହାସଲ କରିଥିଲା । ଦଳପକ୍ଷରୁ ଜ୍ୟୋତିରଞ୍ଜନ ମହାରଣା ୪୯ବଲରେ ୭୩ରନ ଓ ଦିବ୍ୟଶକ୍ତି ୩୩ବଲରେ ୩୮ରନ କରି ସଂଗ୍ରହ କରିଥିଲେ । ପାରାମାଉଂଟ ଭୁବନେଶ୍ୱରର ସୁକାନ୍ତ ଦାସ ୫ଓଭର ବୋଲିଂକରି ୩୨ରନ ବିନିମୟରେ ୨ୱିକେଟ ଓ ଆଲୋକ ସେଠୀ ୫ଓଭର ବୋଲିଂକରି ୩୨ରନ ଦେଇ ୧ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ଇଷ୍ଟକୋଷ୍ଟ ଭଦ୍ରକର ଜ୍ୟୋତିରଞ୍ଜନ ମହାରଣାଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ’ ଭାବେ ବିବେଚିତ କରାଯାଇଥିଲା ।

ଏହି ଖେଳକୁ ଛାୟାକାନ୍ତ ଦ୍ୱିବେଦୀ ଓ ଦୁର୍ଗାପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲା ବେଳେ ସ୍କୋରରଭାବେ ଜିତେନ୍ଦ୍ର ଦାସ ଓ ରଜତ ନାୟକ ଏବଂ ଘୋଷକ ଭାବେ ବିକାଶ ସାହୁ ଓ ତପନ ଖିଲାର ଦାୟିତ୍ୱ ନିର୍ବାହ କରିଥିଲେ । ଆଜି ଟୁର୍ଣ୍ଣମେଂଟର ଉଦଯାପନୀ ତଥା ଫାଇନାଲ ଖେଳର ପୁରସ୍କାର ବିତରଣ ସଭା ଅନୁଷ୍ଠାନର ସଭାପତି ତ୍ରିନୟନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥିଭାବେ କୋରାଇର ପ୍ରାକ୍ତନ ବିଧାୟକ ତଥା ଓଡିଶା ସରକାରଙ୍କ ‘ମୋ କଲେଜ ଅଧ୍ୟକ୍ଷ’ ଆକାଶ ଦାସନାୟକ ଯୋଗଦେଇଥିଲା ବେଳ ମୁଖ୍ୟବକ୍ତଭାବେ ଆକାଶ ଇଷ୍ଟିଚ୍ୟୁଟର ନିର୍ଦେଶକ ଅଜୟ ବାହାଦୂର ସିଂହ, ସମ୍ମାନିତ ଅତିଥିଭାବେ ପିସିସିର କାର୍ଯ୍ୟକାରୀ ମହିଳା ସଭାନେତ୍ରୀ ବନ୍ଦିତା ପରିଡା, ରାଜ୍ୟ ଯୁବବିଜେଡି ଉପସଭାପତି ପ୍ରିତୀରଞ୍ଜନ ସାହୁ, ଆନ୍ତର୍ଜାତୀୟ ଟେିନସ ମହାସଂଘର ଉପସଭାପତି ରିଂଟୁ ମିତ୍ର ଓ ଲକ୍ଷ୍ମୀନଗର ପଂଚାୟତର ସମିତିସଭ୍ୟା ଅଞ୍ଜଳି ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

ଉମେଶଚନ୍ଦ୍ର ପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅନୁଷ୍ଠାନର ସଂପାଦକ ଅଞ୍ଜନକୁମାର ସାମଲ ସଂପାଦକୀୟ ବିବରଣୀ ପାଠକରିଥିଲେ । ବିଜେତା ଇଷ୍ଟକୋଷ୍ଟ ଭଦ୍ରକକୁ ଚମ୍ପିଆନ ଟ୍ରଫି ସହ ୨୦ହଜାର ଟଙ୍କାର ଚେକ ଓ ଉପବିଜେତା ପାରାମାଉଂଟ ଭୁବନେଶ୍ୱରକୁ ରନର୍ସ କପ ସହ ୧୫ହଜାର ଟଙ୍କାର ଚେକ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏଥି ସହିତ ‘ମ୍ୟାନ ଅଫ ଦି ମ୍ୟାଚ’ ଭଦ୍ରକର ଜ୍ୟୋତିରଞ୍ଜନ ମହରାରଣା, ‘ମ୍ୟାନ ଅଫ ଦି ସିରିଜ’ ଓ ‘ବେଷ୍ଟ ବୋଲର’ଭାବେ ଭୁବନେଶ୍ୱରର ଆଲୋକ ସେଠୀ, ‘ବେଷ୍ଟ ବ୍ୟାଟ୍ସ ମ୍ୟାନ’ ଆୟୁଷ୍ମାନ ଚୌଧୁରୀ(ଭୁବନେଶ୍ୱର) ଓ ବେଷ୍ଟ ଫିଲ୍ଡ୍‌ର’ ଭାବେ ଭଦ୍ରକର ପ୍ରକାଶ ଜେନାଙ୍କୁ ମଧ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ପରିଚାଳନାରେ ଉପସଭାପତି ରମାକାନ୍ତ ବେହେରା, ରଜତକୁମାର ବିଶ୍ୱାଳ, ପ୍ରକାଶ ବିଶ୍ୱାଳ, ନାରାୟଣ ରାଉତ, ବିମଳ ଜେନା, ରାଜେଶ ମହାନ୍ତି, ଅମୀୟ ବିଶ୍ୱାଳଙ୍କ ସମେତ ସମସ୍ତ କର୍ମକର୍ତା ଓ ସଦସ୍ୟ ସହଯୋଗିତା କରିଥିଲେ । ଶେଷରେ ସନ୍ତୋଷକୁମାର ଜେନା ଧନ୍ୟବାଦ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ