Connect with us

ଖେଳ

ଇତିହାସ ରଚିଲେ କୋହଲି କିନ୍ତୁ ମ୍ୟାଚ “ଟାଇ”

ସାଙ୍କେତିକ ଚିତ୍ର

ଇତିହାସ ରଚିଲେ କୋହଲି କିନ୍ତୁ ମ୍ୟାଚ “ଟାଇ”
ବିଶାଖପାଟଣା,୨୪ା୧୦ : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଦିନିକିଆ କ୍ରିକେଟରେ ରଚିଲେ ଇତିହାସ । କୋହଲି ଦିନିକିଆ ଅନ୍ତରାଷ୍ଟ୍ରୀୟରେ ସବୁଠୁ କମ ପାଳିରେ ୧୦ ହଜାର ରନ୍ ପୂରଣ କରିବାର ବ୍ୟାଟ୍ସମ୍ୟାନ୍ ହେବା ସହିତ ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷର ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ଏହି ମ୍ୟାଚ୍ ପୂର୍ବରୁ କୋହଲି ୨୧୨ଟି ମ୍ୟାଚ୍ରେ ୨୦୪ଟି ଇନିଂସରୁ ୯୯୧୯ ରନ୍ କରିଥିଲେ । ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିଶାଖପାଟଣା ମ୍ୟାଚ୍ରେ ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି ।

କୋହଲି ମାତ୍ର ୨୦୫ଟି ଇନିଂସରୁ ୧୦ ହଜାର ରନ୍ ପୂରଣ କରିଛନ୍ତି । ସଚିବ ୨୦୦୧ ମାର୍ଚ୍ଚ ୩୧ରେ ୨୫୯ଟି ଇନିଂସରେ ୧୦ ହଜାର ରନ୍ ପୂରଣ କରିଥିଲେ । ଏହି ଦୃଷ୍ଟିରୁ କୋହଲି ସଚିନଙ୍କଠୁ କମ ୫୪ଟି ଇନିଂସ୍ ଖେଳି ଏହି ସଫଳତା ହାସଲ କରିଛନ୍ତି । ଏହାସହିତ ତ୍ରୟୋଦଶ ଖେଳାଳି ଭାବେ ଏବଂ ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦଶ ହଜାର ରନ୍ କ୍ଲବରେ କୋହଲି ସାମିଲ ହୋଇଛନ୍ତି । ସବୁଠୁ କମ୍ ଇନିଂସରେ ୧୦ ହଜାର ରନ୍ ପୂରଣ କରିବା ମାମଲାରେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଦ୍ୱିତୀୟ ସ୍ଥାନରେ ଥିଲେ । ସେ ୨୬୩ଟି ଇନିଂସରୁ ଏହି ରେକର୍ଡ କରିଥିଲେ । ୨୦୦୮ ଅଗଷ୍ଟ ୧୮ରେ ଶ୍ରୀଲଙ୍କା ବିପକ୍ଷରେ ନିଜର ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା କୋହଲି ୨୦୧୭ ଜାନୁଆରୀରେ ସୀମିତ ଓଭରରେ ଭାରତର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ ।

ଦିନିକିଆରେ ସବୁଠୁ ଅଧିକ ରନ୍ କରିବାରେ ରେକର୍ଡ ତେନ୍ଦୁଲକରଙ୍କ ନାମରେ ରହିଛି । ସେ ମୋଟ ୧୮୪୨୬ ରନ୍ କରିଛନ୍ତି । ଏହାପରେ ଶ୍ରୀଲଙ୍କାର କୁମାର ସାଙ୍ଗାକାର (୧୪୨୩୪) ରନ୍, ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୧୩୭୦୪ ରନ୍), ଶ୍ରୀଲଙ୍କାର ସନଥ ଜୟସୁରିୟା (୧୩୪୩୦ ରନ୍), ମୋହେଲା ଜୟବର୍ଦ୍ଧନ (୧୨୬୫୦ ରନ୍) ଓ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମମ ଉଲ ହକ (୧୧୭୩୯ ରନ୍) କରିଛନ୍ତି । ସବୁଠୁ ଅଧିକ ରନ୍ କରିବା ଭାରତୀୟ ତାଲିକାରେ ସଚିନଙ୍କ ପରେ ଗାଙ୍ଗୁଲି ରହିଛନ୍ତି । ଗାଙ୍ଗୁଲି ୧୧୩୬୩ ଓ ଦ୍ରାବିଡ ୧୦୮୮୯ ରନ୍ କରିଥିବା ବେଳେ ଏହା ପଛକୁ ଧୋନି ୧୦୧୨୩ ରନ୍ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ