Connect with us

ଅପରାଧ

ପୁଣି ୧୬ ଦୁର୍ନୀତିଖୋର ଅଫିସରଙ୍କୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ପୁଣି ୧୬ ଦୁର୍ନୀତିଖୋର ଅଫିସରଙ୍କୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ – ମାସକରେ ୩୭ ଅଫିସର ବରଖାସ୍ତ

ଭୁବନେଶ୍ୱର,୧୩ ସେପ୍ଟେମ୍ବର – ଦୁର୍ନୀତି ଅଭିଯୋଗ ଆସିଥିବା ୧୬ ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଚାକିରୀରୁ ବରଖାସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣ ପ୍ରଧାନ ଶିକ୍ଷକ , ୪ ଜଣ ଇଂଜିନିୟର , ୨ ଜଣ  ଆରଆଇ , ଜଣେ ଫାର୍ମାଶିଷ୍ଟ , ଜଣେ ଅମୀନ , ଜଣେ ପିଇଓ ଓ ୨ ଜଣ କିରାଣୀ ଅନ୍ତର୍ଭୁକ୍ତ । ସେମାନେ ସମସ୍ତେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହାକୁ ମିଶାଇ ମୁଖ୍ୟମନ୍ତ୍ରୀ ଗତ ଏକ ମାସ ମଧ୍ୟରେ ୩୭ ଜଣ ଅଧିକାରୀଙ୍କୁ ବରଖାସ୍ତ କରିବା ସହ ୬ ଜଣଙ୍କ ପେନସନ୍ ବନ୍ଦ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବରଖାସ୍ତ ହୋଇଥିବା ଅଧିକାରୀ ମାନେ ହେଲେ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ୍ -୧ ର ଡେପୁଟି ଏକଜୁକ୍ୟୁଟିଭ୍ ଇଂଜିନିୟର ଜିବେଶ ଚନ୍ଦ୍ର ରଥ , ଦଶପଲ୍ଲା ରୁରାଲ୍ ୱାର୍କସ୍ ର ସହକାରୀ ଯନ୍ତ୍ରୀ ତିରୁପତି ଭେଙ୍କଟେଶ୍ୱର ପାଣି , କାମାକ୍ଷାନଗର ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ସିଂହ , ବଳରାମପୁର ଜଗତସିଂହପୁରର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ କୁମାର ବିଶ୍ୱାଳ , ମାଥିଲି ବ୍ଲକ୍ ର ସାରଙ୍ଗପାଲି ପ୍ରାଥମିକ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ କପିଳ ଚନ୍ଦ୍ର ନାୟକ , ନରଙ୍ଗପୁର ପାପଡାହାଣ୍ଡିର ପିୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପାତ୍ର , ଟିଓଏମଇ ସ୍କୁଲ ପାପଡାହାଣ୍ଡିର ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଧର ହରିଜନ ,କନ୍ଧମାଳ କୋଟଗଡ ବ୍ଲକ୍ ଏଇସି ଅଡାରି ନ୍ୟୁ ପ୍ରାଇମେରୀ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁଚରଣ ଡିଗଲ , କୋଦଳା ତହସିଲ ଅଫିସର ରେଭେନ୍ୟୁ ଇନସପେକ୍ଟର ମଙ୍ଗୁଳୁ ନାଏକ , ଶାଳପଡା ସ୍ପେଶାଲ ଲ୍ୟାଣ୍ଡ ଆକ୍ୟୁଜିସନ୍ ଅଫିସ୍ ର ଆରଆଇ ନରହରି ଓଝା , କେନ୍ଦୁଝର ବାସୁଦେବପୁର ପିଡି (ଆର ଆଣ୍ଡ ଆର)ର ଅମୀନ ଶରତ ଚନ୍ଦ୍ର ସେଠୀ , ବୌଦ ପୁରୁଣା କଟକ ସିଏଚସିର ପୂର୍ବତନ ଫାର୍ମାଶିଷ୍ଟ ସନ୍ତୋଷ କୁମାର ପଣ୍ଡା , ଇଚ୍ଛାପୁର ହାଇସ୍କୁଲର କନିଷ୍ଠ କିରାଣୀ ନକୁଳ କୁମାର ଖମାରୀ , ବୌଦ ହରଭଙ୍ଗାର ବିଇଓଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବିରେନ୍ଦ୍ର କୁମାର ପଣ୍ଡା ଓ କୋରାପୁଟ ନନ୍ଦପୁର ବ୍ଲକ୍ ର ପଂଚାୟତ ଏକଜିକ୍ୟୁଟିଭ୍ ଅଫିସର ପ୍ରଶାନ୍ତ ଚନ୍ଦ୍ର ନାୟକ ।

ବିକାଶର ସବୁଠୁ ବଡ ପ୍ରତିବନ୍ଧକ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୂର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଉପରେ ଗୁରୁତ୍ୱ ଦେଇଛନ୍ତି । ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବରଖାସ୍ତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ