Connect with us

ଓଡିଶା

ପୁରୀର ବିକାଶ ପାଇଁ ୫ ଯୁବ ଆଇଏଏସ୍ ଙ୍କୁ ନିଯୁକ୍ତି 

ସାଙ୍କେତିକ

ପୁରୀର ବିକାଶ ପାଇଁ ୫ ଯୁବ ଆଇଏଏସ୍ ଙ୍କୁ ନିଯୁକ୍ତି

ଭୁବନେଶ୍ୱର, ୧୩ ସେପ୍ଟେମ୍ବର – ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ବିକଶିତ କରିବାପାଇଁ ୫ ଜଣ ଯୁବ ଆଇଏଏସ୍ ଙ୍କୁ ପୁରୀ ପଠାଯାଇଛି । ସେମାନେ ହେଲେ ସୂର୍ଯ୍ୟବଂଶୀ ମୟୁର ବିକାଶ , କୀର୍ତିଭାସନ୍ ଭି , ଡ. ଶୁଭଙ୍କର ମହାପାତ୍ର , ଜେ. ସୋନାଲ ଓ ଭୁବନେଶ ଦେବଦାସ ପାଟିଲ । ୨୦୧୮ ବ୍ୟାଚ୍ ର ଏହି ଆଇଏଏସ୍ ଅଧିକାରୀମାନେ ଶୁକ୍ରବାର ପୁରୀ ଯାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ପୁରୀର ଭିତିଭୂମିର ବିକାଶ , କୀର୍ତିରାଜିର ସଂରକ୍ଷଣ ଓ ସୁରକ୍ଷାକୁ  ଦୃଷ୍ଟିରେ ରଖି ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଇଛି । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଜଣ ପ୍ରୋବେସନର ଆଇଏଏସ୍ ଅଫିସରଙ୍କୁ ପୁରୀରେ ନିଯୁକ୍ତି ଦେଇଛନ୍ତି । ନବନିଯୁକ୍ତ ଅଧିକାରୀମାନେ ପୁରୀର ବିକାଶ ପାଇଁ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଦାୟିତ୍ୱରେ ରହିବେ । ପୁରୀ ଯିବା ପୂର୍ବରୁ ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟପରାମର୍ଶଦାତା ଆର ବାଲାକ୍ରିଷ୍ଣନ୍  ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ସେମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ବୁଝାଇଥିଲେ  । ରାଜ୍ୟ ସରକାରଙ୍କ ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକମକୁ ସଫଳ କରିବାପାଇଁ ପ୍ରତିବଦ୍ଧତାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ  ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା