Connect with us

ଓଡିଶା

କିନ୍ନରମାନଙ୍କ ପକ୍ଷରୁ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ

ସାଙ୍କେତିକ

କିନ୍ନରମାନଙ୍କ ପକ୍ଷରୁ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୩ ସେପ୍ଟେମ୍ବର – ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ସମ୍ପର୍କରେ ଶୁକ୍ରବାର ଦିନ କିନ୍ନରମାନଙ୍କ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂତନ ଆଇନ ସମ୍ପର୍କରେ ଗାଡ଼ିଚାଳକମାନଙ୍କୁ ସଚେତନ କରିବାକୁ ଯାଇ ଟିଜି ସୁରକ୍ଷା ଟ୍ରଷ୍ଟ ଓ ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗୀ ମହାସଂଘ ତରଫରୁ ଭୁବନେଶ୍ୱର ଏ.ଜି. ଛକଠାରେ ୧୦୦ରୁ ଅଧିକ କିନ୍ନରମାନେ ଏକାଠି ହୋଇଥିଲେ  ।

ଏ.ଜି.ଛକରୁ ରାଜମହଲ, କ୍ୟାପିଟାଲ ହସ୍ପିଟାଲ ରାସ୍ତା, ଗଭର୍ଣ୍ଣର ହାଉସ ରାସ୍ତା ଓ ସଚ୍ଚିବାଳୟ ମାର୍ଗ ଦେଇ ଯାଉଥିବା ପଥଚାରୀମାନଙ୍କୁ ଗାଡ଼ି ଚଳାଇବା ସମୟରେ ହେଲ୍ମେଟ ବ୍ୟବହାର କରିବା,  ମଦ୍ୟପାନ କରି ଗାଡ଼ି ନଚଳାଇବା, ଗାଡ଼ି ଚଳାଇବା ସମୟରେ ଅନ୍ୟମନସ୍କ ନହେବା ଓ ମୋବାଇଲରେ ନ ଗପିବା, ସିଟ୍ ବେଲ୍ଟ ବାନ୍ଧିବା, ଗାଡ଼ି କାଗଜପତ୍ର ଡ୍ରାଇଭିଙ୍ଗ ଲାଇସେନ୍ସ ନିଜ ପାଖରେ ରଖିବା, ଦୁଇରୁ ଅଧିକ ବ୍ୟକ୍ତି ଦୁଇଚକିଆ ଯାନରେ ନଯିବା ଭଳି ବିଭିନ୍ନ ଆଇନ୍ ବିଷୟରେ ସଚେତନତାର ବାର୍ତା ବାଂଟିଥିଲେ ।

ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ କିନ୍ନର ସମାଜସେବୀ ମେନକା କିନ୍ନର ପରିଚାଳନା କରିଥିବା ବେଳେ ମହାସଂଘର ପ୍ରତିଷ୍ଠାତା ସଭପତି ତଥା ସମ।।ଜସେବୀ ପ୍ରତାପ କୁମାର ସାହୁ, ସୁଇଟି ସାହୁ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ଏଥିରେ ଏ.ସି.ପି. ଜୋନ୍-୧ର ବିଷ୍ଣୁ ମୋହନ ପାତ୍ର ଓ ଟ୍ରାଫିକ୍ ଏ.ସି.ପି. କେ.କେ. ପାଣିଗ୍ରାହୀ ଯୋଗ ଦେଇ କିନ୍ନରମାନଙ୍କ ନୂତନ ମୋଟର ଯାନ ଆଇନ୍ ସଚେତନତା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ  ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା