Connect with us

ଅପରାଧ

ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ, ଲକ୍ଷାଧିକ ଟଙ୍କାର ଜର୍ଦ୍ଦା ଓ ଯନ୍ତ୍ରାଂଶ ଜବତ

ସାଙ୍କେତିକ

ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ, ଲକ୍ଷାଧିକ ଟଙ୍କାର ଜର୍ଦ୍ଦା ଓ ଯନ୍ତ୍ରାଂଶ ଜବତ
ଭଦ୍ରକ, ୧୯ ମାର୍ଚ୍ଚ – ପୁରୁଣାବଜାର ପୁଲିସ ଗତକାଲି ବିଳମ୍ବିତ ରାତିରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି । ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ୱରେ ଛଡାକମହଲା ସୁଲତାନ ନଗରରେ ବହୁଦିନଧରି ·ଲିଥିବା ଏହି ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର ବିଭିନ୍ନ କମ୍ପାନୀର ନକଲି ଜର୍ଦ୍ଦା, ପ୍ୟାକିଂ ମେଶିନ ଓ କଂଚାମାଲ ଜବତ କରିଛନ୍ତି । ପୁଲିସ ଚଢଉ କରିବାକୁ ଯିବାର ଖବର କୌଣସି ସୂତ୍ରରୁ ପାଇ ମାଲିକ ଫେରାର ହୋଇଯାଇଛନ୍ତି । ପୁଲିସ ଜର୍ଦ୍ଦା ତିଆରି ମେସିନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ପ୍ରକାଶ ଥାଉକି ଗତ ୨ ଦିନ ତଳେ ଏକ ଅଟୋରେ ନକଲି ଜର୍ଦ୍ଦା ବୋଝେଇ ହୋଇ ଯାଉଥିବା ବେଳେ ପୁରୁଣାବଜାର ପୁଲିସ ଅଟୋକୁ ଜବତ କରିଥିଲା ଏବଂ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଜର୍ଦ୍ଦାର ଖିଅ ଖୋଜୁ ଖୋଜୁ ପୁଲିସ କାରଖାନା ଠାବ କରି ଚଢଉ କରିଥିଲା । ଏହା ପୂର୍ବରୁ ଆଇଆଇସି ପ୍ରଜ୍ଞା ମହାନ୍ତି ପୁରୁଣାବଜାର ଅଞ୍ଚଳରେ ବାରମ୍ବାର ଚଢଉ କରି ପ୍ରାୟ ୮/୧୦ଟି ସ୍ଥାନରୁ ନକଲି ଜର୍ଦ୍ଦା କାରଖାନାକୁ ଜବତ କରିବା ସହିତ ବହୁ ଟଙ୍କାର ଜର୍ଦ୍ଦା ଜବତ ମଧ୍ୟ କରାଯାଇଛି । ବାରମ୍ବାର ଚଢଉ କରାଯିବା ଦ୍ୱାରା ଗତ କିଝି ଦିନ ଧରି ନକଲି କାରବାର ବନ୍ଦ ହୋଇଯାଇଥିଲା । ପୁଣି ଏହି କାରବାର ବୃଦ୍ଧି ପାଇବାକୁ ଲାଗିଥିବାରୁ ପୁଲିସ ପୁଣି ଚଢଉ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ