Connect with us

ଓଡିଶା

ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ, ପ୍ରମୋଦ ପଟ୍ଟନାୟକ

ସାଙ୍କେତିକ

ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ, ପ୍ରମୋଦ ପଟ୍ଟନାୟକ
ଭୁବନେଶ୍ୱର,୧୯ ମାର୍ଚ୍ଚ – ଟିକେଟ୍ ନମିଳିବାରୁ ବିଜେଡିରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ । ଦୁଇ ଦିନ ତଳେ ସେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ସେ ଟିକେଟ୍ ପାଇବା ନେଇ ଆଶାବାଦୀ ଥିଲେ । ମାତ୍ର ଗତକାଲି ତାଙ୍କ ବଦଳରେ ଯୋଗେଶ ସିଂହଙ୍କୁ ବିଜେଡି ଟିକେଟ୍ ଦେଇଛି । ଯୋଗେଶ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ତେଣୁ ଏଥିରେ ଅସନ୍ତୁଷ୍ଟ ହୋଇ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି ଗଣମାଧ୍ୟମରେ କହିଛନ୍ତିି ।
ଶ୍ରୀମତୀ ଟେଟେ ଅଭିଯୋଗ କରିଛନ୍ତିି ଯେ ସେ ଗତ ୨୦୧୪ ନିର୍ବାଚନ ରେ ଲଢିଥିଲେ ଏବଂ ହାରିଯାଇଥିଲେ । ୫ ବର୍ଷ ହେଲା ସେ ଦଳ ପାଇଁ କାମ କରିଛନ୍ତି । ତାଙ୍କୁ ୨୦୧୯ରେ ଟିକେଟ୍ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୫ ବର୍ଷ ତାଙ୍କୁ ଚାକର ଭଳି ଖଟାଇଲେ । ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା କଥା ମିଛ । ବର୍ତମାନ ଇସ୍ତଫା ଦେବା ପରେ କର୍ମୀ ମାନଙ୍କ ସହ ଆଲୋଚନା କରିବା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ସେ କହିଛନ୍ତି । ତାଙ୍କ ସ୍ଥାନରେ ଯୋଗେଶ ସିଂହଙ୍କୁ ଟିକେଟ୍ ଦିଆଯିବାରୁ ସେ ଅସନ୍ତୁଷ୍ଟ ଥିଲେ ।
ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଯୋଗେଶ ସିଂହ କହିଛନ୍ତି ଯେ ବିକାଶ ଧାରେ ସାମିଲ ହୋଇଛନ୍ତିି । ଶ୍ରୀମତୀ ଟେଟେଙ୍କ ମନ୍ତବ୍ୟ ଉପରେ ସେ ମତାମତ ଦେବାକୁ ଚାହାନ୍ତିନାହିଁ । ବିଜେଡିରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆମେ ସମସ୍ତେ ଏକାଠି ଅଛୁ । ସୁନ୍ଦରଗଡର ବିକାଶଧାରାକୁ ଆଗେଇ ନେବା ପାଇଁ ଶତ ଚେଷ୍ଟିତ ହେବି ବୋଲି ସେ କହିଛନ୍ତିି ।
ଅପରପକ୍ଷରେ କଳାହାଣ୍ଡି ଜିଲ୍ଲା ବିଜେଡିର ସାଧାରଣ ସଂପାଦକ ପ୍ରମୋଦ ପଟ୍ଟନାୟକ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଜୁନାଗଡ ବିଧାନସଭା ଆସନ ପାଇଁ ଟିକେଟ୍ ନମିଳିବାରୁ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି । ପ୍ରମୋଦ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏଥିରେ ତାଙ୍କୁ ଟିକେଟ୍ ନ ଦିଆଯିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଇସ୍ତଫାପତ୍ରରେ ପ୍ରମୋଦ ଲେଖିଛନ୍ତି, ଗତ ନିର୍ବାଚନ ବେଳେ ଜଣେ ଅଜଣା ଓ ଅଣ-ରାଜନୀତିକ ବ୍ୟକ୍ତି କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଟିକେଟ୍ ଦିଆଗଲା । ୨୦୧୯ରେ ମୋତେ ଟିକେଟ୍ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯଦି ଦଳର ନେତା କଥା ରଖିପାରିବେନି, ତା’ହେଲେ ମୁଁ ନିଜକୁ ସୁରକ୍ଷିତ ମଣିପାରୁ ନାହିଁ ଓ ଏହା ମୋତେ ବାଧିଛି ବୋଲି ସେ ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା