Connect with us

ଅପରାଧ

ପୀଡିତ ଶିଖ୍ ପରବିନ୍ଦରଙ୍କ ପରିବାରକୁୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

ସାଙ୍କେତିକ

ପୋଲିସ ଉପସ୍ଥିତିରେ ପରବିନ୍ଦରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା
– ପୀଡିତ ଶିଖ୍ ପରବିନ୍ଦରଙ୍କ ପରିବାରକୁୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
– ବିଜେଡିର ନେତାମାନେ ଅପରାଧୀଙ୍କୁ ସୁରକ୍ଷା ଯୋଗାଉଛନ୍ତି
ଭୁବନେଶ୍ୱର, ୧୬ ଜାନୁଆରୀ – ପୋଲିସ ସାମ୍ନାରେ ଜଣେ ଶିଖ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅପରାଧୀଙ୍କ ଭିତରେ ବିଜେଡିର ପୂର୍ବତନ କର୍ପୋରେଟରଙ୍କ ପୁତୁରା ଏବଂ ତାଙ୍କ ସାଙ୍ଗମାନଙ୍କ ସଂପୃକ୍ତି ଥିବାରୁ ପୋଲିସ ସେମାନଙ୍କ ଉପରେ ଦଫା କମ ଲଗାଇ ଜାମିନ ଦେବାର ଷଡଯନ୍ତ୍ର କରିଥିଲା । ଶାସକ ଦଳ ଇଙ୍ଗିତରେ କମିସନରେଟ ପୋଲିସ ଏଠି ଜନସାଧାରଣଙ୍କୁ ସୁରକ୍ଷା ଦେବା ପରିବର୍ତେ ଅପରାଧୀଙ୍କୁ ଘଂଟ ଘୋଡାଇଚାଲିଛି । ଗତକାଲି ରାତି ଅଧରେ ବିଜେଡି ବିଧାୟକ ଅନନ୍ତ ଜେନା ଏବଂ ଡିସିପି ଅନୁପ କାନୁନଗୋ ପୀଡିତ ଘରକୁ ଯିବା ଘଟଣାରୁ ସ୍ପଷ୍ଟ ଜଣାପଡୁଛି କି, ପୋଲିସ ସହାୟତାରେ ବିଧାୟକ ପୀଡିତକୁ ଧମକାଇ ଘଟଣାକୁ ଚପେଇ ଦେବା ପାଇଁ ଯାଇଥିଲେ । ଏଭଳି ଘଟଣା ରାଜଧାନୀରେ ପୋଲିସ ସମ୍ମୁଖରେ ହେବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ବିଧାୟକ ଏବଂ ନେତାମାନଙ୍କୁ ସହନଶୀଳତାର ପାଠ ପଢାଉଛନ୍ତି । ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ଚିଠି ଲେଖୁଛନ୍ତି । କିନ୍ତୁ ଏଠି ଶାସକ ବିଜେଡିର ନେତାମାନେ ହିଂସା ସୃଷ୍ଟି କରି ଅପରାଧୀଙ୍କୁ ସୁରକ୍ଷା ଯୋଗାଉଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ଘରକୁ ଗୋବର ମାଡ କଲେ ୩୦୭ ଦଫା ଲାଗୁଛି । କିନ୍ତୁ ପୋଲିସ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ କଲେ ବିଜେଡି ଗୁଣ୍ଡାଙ୍କୁ ରାତି ଅଧରେ ଜାମିନ ମିଳୁଛି । ଏହା ହେଉଛି କମିସନରେଟ ପୋଲିସର ପାରିବାପଣିଆ । ଓଡିଶାବାସୀଙ୍କୁ ସୁରକ୍ଷା ଯୋଗାଇ ପାରିବନି ବୋଲି ପୋଲିସ ପ୍ରଶାସନ ସ୍ପଷ୍ଟ କରିବା ସହ ମୁଖ୍ୟମନ୍ତ୍ରୀ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁହଁ ଖୋଲିବା ଦରକାର ବୋଲି ଡ. ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ଭୁବନେଶ୍ୱର ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଭଟଲି ବିଜେପି ବିଧାୟକ ପ୍ରାର୍ଥୀ ଇରାଶୀଷ ଆଚାର୍ଯ୍ୟ ପ୍ରମୁଖ ସାମିଲ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ