Connect with us

ଆଞ୍ଚଳିକ

ମୁକ୍ତେଶ୍ୱର ଉତ୍ସବର ଶେଷ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିମୁଗ୍ଧ

ସାଙ୍କେତିକ

ମୁକ୍ତେଶ୍ୱର ଉତ୍ସବର ଶେଷ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିମୁଗ୍ଧ
ଭୁବନେଶ୍ୱର, ୧୬ ଜାନୁଆରୀ – ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ ।
ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ରାମହରି ଦାସ ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନା ଓଁ ନମଃ ଶିବାୟରୁ, ଯାହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ରାମହରି ଦାସ । ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ କଲିକତାରୁ ଆସିଥିବା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୋମ୍ୟା ବୋଷଙ୍କ ଦ୍ୱାରା ପ୍ରଥମେ ରାଗ-ରାଗମାଳିକା ଓ ତାଳ-ତାଳମାଳିକା ଉପରେ ନିବଦ୍ଧ ଅଭିନୟ ରାବଣକୃତ ଶିବ ତାଣ୍ଡବ ପରେ ପରେ ରାଗ-ଆରଭୀ ଓ ତାଳ-ଏକତାଳୀ ଉପରେ ପର୍ଯ୍ୟବେସିତ ଅଭିନୟ କୃଷ୍ଣ ତାଣ୍ଡବ ନାଚନ୍ତି ରଙ୍ଗେ ଶ୍ରୀ ହରୀ ପରିବେଶିତ ହୋଇଥିଲା ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ଓ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ସୁଜାତା ମହାପାତ୍ର । ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ସନ୍ତୋଷ କୁମାର ରାମ ଓ ସମୀର କୁମାର ପାଣିଗ୍ରାହୀଙ୍କ ଦ୍ୱାରା ପ୍ରଥମେ ଆନନ୍ଦ ଭୈରବୀ ପଲ୍ଲବୀ ପରେ ପରେ ଅଭିନୟ ଅର୍ଦ୍ଧନାରିଶ୍ୱର ପରିବେଶିତ ହୋଇଥିଲା ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ । ଶିଳ୍ପୀଦ୍ୱୟଙ୍କର ଚମତ୍କାର ପରିବେଷଣରେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ ।
ଅନ୍ତିମ ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଦଳଗତ ନୃତ୍ୟ ଯାହାକୁ ପରିବେଶଣ କରିଥିଲେ କୁମକୁମ ମହାନ୍ତିଙ୍କ ଗୀତଗୋବିନ୍ଦ ଅନୁଷ୍ଠାନର ଶିଳ୍ପୀମାନେ । ସେମାନେ ପ୍ରଥମେ ଶିବ ବନ୍ଦନାରେ ମଙ୍ଗଳାଚରଣ ପରେ ପରେ ପଲ୍ଲବୀ ରାଗ ମୋହନା ଏବଂ ଶେଷରେ ଅଭିନୟ ଦେବୀ ବନ୍ଦନା ଭବାନ୍ୟାଷ୍ଟକମ ପରିବେଶଣ କରିଥିଲେ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ କୁମକୁମ ମହାନ୍ତି ଓ ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଡ଼. ଦାମୋଦର ହୋତା ।
ସନ୍ଧ୍ୟାର ଅତିଥୀମାନେ ଥିଲେ ବରିଷ୍ଟ ପ୍ରଶାସକ ସଞ୍ଜିବ ହୋତା, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ଼. ସଙ୍ଗୀତା ଗୋସାଇଁ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ମୃତ୍ୟଞ୍ଜୟ ରଥ ଏବଂ ସଂହତି ପାଣି । ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ, ସହ ନିର୍ଦ୍ଦେଶକ, ପର୍ଯ୍ୟଟନ ଅଧିକାରୀ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ