Connect with us

ଓଡିଶା

ସ୍ୱାଧିକାର ସମ୍ବାଦପତ୍ରର ୭ମ ବାର୍ଷିକୋତ୍ସବ ଅନୁଷ୍ଠିତ

ସାଙ୍କେତିକ

ସ୍ୱାଧିକାର ସମ୍ବାଦପତ୍ରର ୭ମ ବାର୍ଷିକୋତ୍ସବ ଅନୁଷ୍ଠିତ
ଭୁବନେଶ୍ୱର, ୧୬ ଜାନୁଆରୀ – ଖୁବ୍ କମ୍ ବର୍ଷ ମଧ୍ୟରେ “ସ୍ୱାଧିକାର” ସମ୍ବାଦପତ୍ର ଜନସାଧାରଣଙ୍କର ଆଦୃତି ଲାଭ କରିଛି । ଅଧୁନା ବୈଷୟିକ ଜ୍ଞାନର ଉନ୍ନତି ଘଟିଛି । ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମର ବହୁଳ ବ୍ୟବହାର ଘଟିଥିଲେ ମଧ୍ୟ ମୁଦ୍ରଣ ଗଣମାଧ୍ୟମ ଏହାର ସ୍ୱତନ୍ତ୍ରତା ବଜାୟ ରଖିଛି । ସ୍ୱାଧିକାର ସମ୍ବାଦ ପତ୍ର ପାଠକପାଠିକାମାନଙ୍କର ପଠନ ରୁଚିକୁ ଅଧିକ କ୍ରିୟାଶୀଳ କରି ସମ୍ବାଦ ପରିବେଷଣ କରୁ ବୋଲି ଆଜି ପୂର୍ବାହ୍ନରେ ଜୟଦେବ ଭବନଠାରେ ଅନୁଷ୍ଠିତ ଦୈନିକ ସମ୍ବାଦ ପତ୍ର “ସ୍ୱାଧିକାର”ର ୭ମ ବାର୍ଷିକୋତ୍ସବରେ ଅତିଥିମାନେ ଯୋଗଦେଇ ପ୍ରକାଶ କରିଛନ୍ତି ।
ଏହି ଉତ୍ସବରେ ଅତିଥିଭାବେ ରାଜ୍ୟ ଖାଦ୍ୟ , ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ, ନଗର ଉନ୍ନୟନ, ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ସୁଶାନ୍ତ ସିଂ, ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ପୋଲିସ୍ କମିଶନର ବମ୍ବେ ତଥା ଓଡିଶା ସରକାରଙ୍କ “ମୋ ପରିବାର”ର ଆବାହକ ଅରୂପ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ପ୍ରମୁଖ ଯୋଗଦେଇଥିଲେ ।
ପ୍ରକାଶ ଥାଉକି ପ୍ରାରମ୍ଭରେ ସ୍ଥାନୀୟ ନବୀନ ନିବାସ ଠାରେ ସ୍ୱାଧିକାରର ବାର୍ଷିକୋତ୍ସବ ସଂଖ୍ୟାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ । ଦେଶର ସୁରକ୍ଷା ଓ ସଂହତି ରକ୍ଷାରେ ସ୍ୱର ଉତୋଳନ କରିବା, ଦାରିଦ୍ରତା ଦୂରୀକରଣ, ସମାନତା ରକ୍ଷା ଦିଗରେ “ସ୍ୱାଧିକାର” ସମ୍ବାଦପତ୍ର ଅଧିକରୁ ଅଧିକ ପ୍ରଯତ୍ନ କରି ଲେଖା ପ୍ରକାଶନ କରୁ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଏହି ଅବସରରେ ଯୁକ୍ତରାଷ୍ଟ୍ର ଆମେରିକା “ଆଲାସ୍କା ବିଶ୍ୱବିଦ୍ୟାଳୟ”ର ପ୍ରଫେସର ଦେବେନ୍ଦ୍ର କୁମାର ଦାସ ଗଣମାଧ୍ୟମର ଭୁମିକା ପ୍ରସଙ୍ଗରେ ମତ ରଖିଥିଲେ । ବାର୍ଷିକ ଉତ୍ସବ ଅବସରରେ ମହିଳା ସଶକ୍ତିକରଣ, ସାହିତ୍ୟ, ସାମ୍ବାଦିକତା, ଲୋକସଂପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ରହିଥିବା ବ୍ୟକ୍ତିବିଶେଷଙ୍କୁ “ସ୍ୱାଧିକାର” ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁନ୍‌ମୁନ୍ ସିଂଙ୍କ ସଂଯୋଜନାରେ ଆୟୋଜିତ ଏହି ବାର୍ଷିକୋତ୍ସବରେ “ସ୍ୱାଧିକାର”ର ସମ୍ପାଦକ ଅକ୍ଷୟ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା