Connect with us

ଅପରାଧ

ପିସି ନଦେବାରୁ ମିଳିଲାନି ସରକାରୀ ଯୋଜନା

ସାଙ୍କେତିକ

ପିସି ନଦେବାରୁ ମିଳିଲାନି ସରକାରୀ ଯୋଜନା
ଜୀବନ ହାରିଲେ ଲକ୍ଷ୍ମୀଧର
ଖୋର୍ଦ୍ଧା,୧୭ା୧ : ସାଧାରଣ ଗରିବ ଲୋକଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ସରକାରଙ୍କ ପଖରୁ ମାଳ ମାଳ ଯୋଜନା କରାଯାଇଛି । ହେଲେ ଏହି ଯୋଜନାରେ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଛନ୍ତି । ମାତ୍ର ଏହାର ଫାଇଦା ଉଠାଉଛନ୍ତି ଦଲାଲ । ଏହି ଯୋଜନର ମଧ୍ୟସ୍ଥି ସାଜି ଦଲାଲମାନେ କହୁଛନ୍ତି ଯେ, ଟଙ୍କା ନ ଦେଲେ କୌଣସି ସରକାରୀ ଯୋଜନା ମିଳିବନି । ଶେଷରେ ସବୁଆଡୁ ନିରାଶ ହେବା ପରେ ମୃତ୍ୟୁକୁ ଆପଣାଇ ନେଉଛି ଗରିବ ହିଦାଧିକାରୀ । ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଅଧିନସ୍ଥ ନିରାକାରପୁରରେ ।

ଯୁବକ ଜଣକ ଆତ୍ମହତ୍ୟା କିରବା ପରେ ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ମୃତ୍ୟୁ ପୂର୍ବରୁ ତାଙ୍କର ଏକ ଭିଡିଓ ଏବେ ଭାଇରାଲ ହୋଇଛି । ଘର ଦେବା ପାଇଁ ବ୍ଲକ କର୍ମଚାରୀ ତାଙ୍କୁ ଲାଞ୍ଚ ମାଗିଥିବା ସେ ଭିଡିଓରେ କହିଛନ୍ତି । ଭିଡିଓରେ ବିଜେଡି ସରକାର, ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ସରପଞ୍ଚକୁ ଦାୟୀ କରିଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ମିଶ୍ର । ସୂଚନାଥାଉ କି, ଗତକାଲି ସାହାଡାଯୋଡି ନିକଟରେ ନିରାକାରପୁରର ଲକ୍ଷ୍ମୀଧର ବେହେରାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । କିନ୍ତୁ ମୃତ୍ୟୁ ପୂର୍ବର ଏକ ଭିଡିଓ ରାଜ୍ୟ ସରକାରଙ୍କ ପାଇଁ କାଳ ହୋଇଛି । ଲକ୍ଷ୍ମୀଧର ଭିଡିଓରେ ସେ ଘରଟିଏ ପାଇଁ ନିବେଦନ କରିଛନ୍ତି ।

ଘର ପାଇଁ ସ୍ଥାନୀୟ ସରପଞ୍ଚ, ବିଜେଡି ନେତା ଓ ବ୍ଲକ ଅଧିକାରୀଙ୍କୁ କହିଥିଲେ । କିନ୍ତୁ ଘର ବଦଳରେ ତାଙ୍କୁ ଲାଞ୍ଚ ମଗାଯାଇଥିଲା । ୧୦ ରୁ ୧୫ ହଜାର ଟଙ୍କା ଦେଲେ ଘର ଦେବେ ବୋଲି କହିଥିଲେ ବୋଲି ଲକ୍ଷ୍ମୀଧର ଭିଡିଓରେ କହିଛନ୍ତି । ଏପରି ଗୋଟିଏ ନୁହେଁ ତିନିଟି ଭିଡିଓ ଭାଇରାଲ ହୋଇଛି । ସେ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ଦଳ, ବ୍ଲକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ସିଧାସଳଖ ଦାୟୀ କରିଛନ୍ତି । ସବୁଆଡୁ ନିରାଶ ହେବା ପରେ ଶେଷରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି ।

ତେବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ମିଶ୍ର । ଲକ୍ଷ୍ମୀଧରଙ୍କ ମୃତ୍ୟୁର କାରଣ କ’ଣ ଏବଂ ତାଙ୍କୁ ଘର ଦେବାକୁ କିଏ ଟଙ୍କା ମାଗିଥିଲା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ