Connect with us

ଅପରାଧ

ଚରଦିଆରେ ବିଷାକ୍ତ ମଦର ବିଭୀଷିକା

ସାଙ୍କେତିକ

ଚରଦିଆରେ ବିଷାକ୍ତ ମଦର ବିଭୀଷିକା
୧ ମୃତ, ନାବାଳକ ୩ ପୁଅ ବାର ଦୁଆର ଶୁଣ୍ଢିପିଣ୍ଢା
ଭଦ୍ରକ,୧୭ା୧: ବାଂଶଡା ଥାନା ଅର୍ନ୍ତଗତ ଚରଦିଆ ପଂଚାୟତରେ ବିଷାକ୍ତ ମଦ୍ୟପାନ କରି ଜଣଙ୍କର ମୃତ୍ୟୁ ହୋଇଛି । ଖବରରୁ ଜଣା ଯାଇଛି ଗତକାଲି ବିଳମ୍ବିତ ରାତିରେ ଚରଦିଆ ଗ୍ରାମର ମହେଶ୍ୱର ମାଝି(୩୬) ଚରଦିଆ ପଂଚାୟତରେ ଚୋରାରେ ବିକ୍ରି ହେଉଥିବା ମଦ୍ୟପାନ କରି ବିଳମ୍ବିତ ରାତିରେ ନିଜ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ଧରି ନେଇ ବିଛଣାରେ ଶୁଆଇ ଦେଇଥିଲେ । ଆଜି ସକାଳ ସମୟରେ ସେ ବିଛଣାରୁ ନ ଉଠିବାରୁ ତାଙ୍କ ସ୍ତ୍ରୀ ତାଙ୍କୁ ହଲାଇ ଉଠାଇବାକୁ ଚେଷ୍ଟା କରିଥିବା ବେଳେ ମହେଶ୍ୱର ମରି ଯାଇଥିବା ଜାଣିବାକୁ ପାଇଥିଲେ । ପରେ ଏ ନେଇ ତାଙ୍କ ପରିବାର ପକ୍ଷରୁ ବାଂଶଡା ଥାନାରେ ଏକ ଏତଲା ଦିଆ ଯାଇଛି ।

ଚରଦିଆ ପଂଚାୟତରେ ଦିନକୁ ଦିନ ଚୋରା ମଦର ବ୍ୟାପକ କାରବାର ଚାଲିଥିବା ବେଳେ ଏହି ମଦର ବିଭିଷିକାରେ ମହେଶ୍ୱର ମୃତ୍ୟୁ ବରଣ କରିଛି ବୋଲି ଅଂଚଳବାସୀ ଅଭିଯୋଗ ଆଣିବା ସହ ଆଜି ଚରଦିଆ ପଂଚାୟତବାସୀ ଚରଦିଆ ଠାରେ ଚରଦିଆ- ଚାନ୍ଦବାଲି ରାସ୍ତାରେ ଟାୟାର ଜାଳି ଯାତାୟତ ବନ୍ଦ କରିବା ସହ ସମସ୍ତ ଦୋକାନ ବଜାର ବନ୍ଦ କରି ଦେଇଥିଲେ । ଏହି ଚୋରା ମଦ ବେପାରକୁ ଖୁବଶୀଘ୍ର ବନ୍ଦ କରିବାକୁ ସାଧାରଣରେ ଦାବୀ ହୋଇଥିବା ବେଳେ ଏହାର ପ୍ରଭାରେ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏହି ଚୋରା ମଦ ବେପାରକୁ ବନ୍ଦ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀ ରହିବ ବୋଲି ପଂଚାୟତବାସୀଙ୍କ ନିକଟରୁ ପ୍ରକାଶ । ମହେଶ୍ୱର ମାଝୀ ବିଷାକ୍ତ ମଦ୍ୟପାନରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ୩ଟି ନାବାଳକ ପୁଅ ଅଛନ୍ତି । ବାପା ଙ୍କ ମୃତ୍ୟୁ ପରେ ଏହି ୩ଟି ନାବାଳକ ପିଲାଙ୍କ ଥଇଥାନ ହେବା ଜରୁରୀ ଏବଂ ସରକାରୀ ସାହାଯ୍ୟ ଅପେକ୍ଷାରେ ସେମାନଙ୍କ ପରିବାର କାଳତିପାତ କରୁଛନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି ।

ମହେଶ୍ୱରଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ସେ ନେଇ ବାଂଶଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୋଷ୍ଟମର୍ଟମ ପରେ ରିପୋର୍ଟ ଆସିଲେ ଏହାର କାରଣ ଜଣା ପଡିବ ବୋଲି ବାଂଶଡା ଥାନାଧିକାରୀ ରମେଶ ସିଂଙ୍କ ଠାରୁ ପ୍ରକାଶ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ