Connect with us

ଓଡିଶା

୨୨ ସୁଦ୍ଧା କାଳିଆ ଆବେଦନ ଫର୍ମର ଡାଟା ଏଂଟ୍ରି ସାରିବ

ସାଙ୍କେତିକ

୨୨ ସୁଦ୍ଧା କାଳିଆ ଆବେଦନ ଫର୍ମର ଡାଟା ଏଂଟ୍ରି ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୧୭ ଜାନୁଆରୀ – ଚଳିତ ମାସ ୨୨ ତାରିଖ ସୁଦ୍ଧା କାଳିଆ ଯୋଜନାରେ ଆବେଦନ ହୋଇଥିବା ସବୁଜ ଓ ନାଲି ଫର୍ମ ଆଦିର ଡାଟା ଏଂଟ୍ରି ସାରି ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର କୃଷକ ମାନଙ୍କର ଜିବୀକା ଏବଂ ଆୟ ବୃଦ୍ଧିରେ ସହାୟତା ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା କାଳିଆ ଯୋଜନାର କାର୍ଯ୍ୟାନ୍ୱୟନ ଅଗ୍ରଗତି ବିଷୟରେ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କ ସହ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ସମୀକ୍ଷା କରିବା ଅବସରରେ ଏହି ନିର୍ଦ୍ଦେଶ ଦେଇଥିଲେ ।
ସମୀକ୍ଷାରୁ ଜଣାପଡିଥିଲା ଯେ ବର୍ତମାନ ସୁଦ୍ଧା ନାମ ସଂଯୋଗ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରାୟ ୬୬ ଲକ୍ଷ ପର୍ଯ୍ୟନ୍ତ ସବୁଜ ଫର୍ମ ମିଳିଛି । ନାମ ବାଦ ଦେବା ପାଇଁ ପ୍ରାୟ ୧ ଲକ୍ଷ ପର୍ଯ୍ୟନ୍ତ ଦରଖାସ୍ତ ମିଳିଛି । ତାଛଡା, ଏକାଧିକ ଦରଖାସ୍ତ, ଧନୀ କୃଷକ, ଅବସର ପ୍ରାପ୍ତ ସରକାରୀ କର୍ମ·ରୀ, ବର୍ତମାନ ସେବାରତ ଥିବା ସରକାରୀ ଓ ସାଧାରଣ ଆୟୋଗ ଆଦିର କର୍ମ·ରୀ ଭିତିରେ ମଧ୍ୟ ତାଲିକାରୁ ନାମ ଦେବା ପାଇଁ ନୀରିକ୍ଷକ ଓ ଅନୁସନ୍ଧାନକାରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପଂଚାୟତ ବ୍ଲକ୍ ଓ ଜିଲ୍ଲାସ୍ତରରେ ଡାଟା ଏଂଟ୍ରି ପାଇଁ ପର୍ଯ୍ୟାପ୍ତ କଂପ୍ୟୁଟର ଏବଂ ବ୍ୟବସ୍ଥା କରାଯିବା ସହ ଡାଟା ଏଂଟ୍ରି ଅପରେଟର ମୁତୟନ କରାଯାଇଛି । ଯୁଦ୍ଧକାଳୀନ ଭିତିରେ ୩ଟି ସିଫ୍ଟରେ ଡାଟା ଏଂଟ୍ରି କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । ଦୈନିକ ପ୍ରାୟ ୧୦.୫୦ ଲକ୍ଷ ପର୍ଯ୍ୟନ୍ତ ଫର୍ମର ତଥ୍ୟ ସନ୍ନିବଶିତ କରିପାରିବାଭଳି କ୍ଷମତା ସଂପନ୍ନ କଂପ୍ୟୁଟର ସରଭର ବ୍ୟବସ୍ଥା କରାଯାଇଛି । ପ୍ରତି ଜିଲ୍ଲାକୁ ମଧ୍ୟ ପର୍ଯ୍ୟବେକ୍ଷକ ପଠାଯାଇଛି ଯେଉଁମାନେ କାର୍ଯ୍ୟାନ୍ୱୟନ ଅଗ୍ରଗତିକୁ ତ୍ୱରାନ୍ୱିତ କରୁଛନ୍ତି । ଆବଶ୍ୟକ ରାତ୍ରୀ ସିଫ୍ଟ୍ ପାଇଁ ଅଧିକ ଘରୋଇ ଡାଟା ଏଂଟ୍ରି ଅପରେଟରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ ଜିଲ୍ଲାପାଳ ମାନଙ୍କର ଅନୁରୋଧକୁ ବିଚାର କରି ମୁଖ୍ୟ ଶାସନ ସଚିବ ଏଥି ପାଇଁ ଅନୁମତି ଦେଇଥିଲେ ।
ବୈଠକପରେ ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ କହିଥିଲେ ଯେ ପୂର୍ବରୁ ବିଭିନ୍ନ ନିର୍ଭରଯୋଗ୍ୟ ସୁତ୍ରରୁ ପ୍ରାପ୍ତ ସୂଚନା ଭିତିରେ ୨୨.୫୦ ଲକ୍ଷ ଚାଷୀଙ୍କର ଚିଠା ତାଲିକା ସଂପୃକ୍ତ ପଂଚାୟତ ମାନଙ୍କରେ ବିଜ୍ଞାପିତ କରାଯାଇଥିଲା । ବ୍ୟବସ୍ଥା ଅନୁସାରେ ପ୍ରାୟ ୬୬ ଲକ୍ଷ ସବୁଜ ଫର୍ମରେ ଅ।ବେଦନ ମିଳିଛି । ଆବଶ୍ୟକୀୟ ତନଖି କରି ଚଳିତ ମାସ ୨୨ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜାନୁଆରୀ ମାସ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟ ତାଲିକା ଭୁକ୍ତ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ସହାୟତା ରାଶି ପଠାଯିବ ।
ଦ୍ୱିତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ ପାଇଁ ଜାନୁଆରୀ ୨୫ ତାରିଖରୁ ଫେବୃଆରୀ ୫ ତାରିଖ ମଧ୍ୟରେ ପଂଚାୟତ ସ୍ତରରେ ଚିଠା ତାଲିକା ପ୍ରକାଶନ କରାଯିବ । ଏହା ଛଡା ନିର୍ଦ୍ଧାରିତ ଫର୍ମରେ ମଧ୍ୟ ଆବେଦନ ଓ ଅଭିଯୋଗ ଗ୍ରହଣ କରାଯିବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଗର୍ଗ କହିଥିଲେ । ଏହି ଯୋଜନାରେ ସମସ୍ତ ଯୋଗ୍ୟ କ୍ଷୁଦ୍ର,ନାମମାତ୍ର ଓ ଭୂମିହୀନ କୃଷକମାନଙ୍କୁ ସହାୟତା ଦିଆଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା