Connect with us

ଦେଶ

ପାକ୍ ସେନାଙ୍କ ବର୍ବରତା : ବିଏସ୍ଏଫ୍ ଯବାନଙ୍କ ଗଳାକାଟି ହତ୍ୟା l

ପାକ୍ ସେନାଙ୍କ ବର୍ବରତା : ବିଏସ୍ଏଫ୍ ଯବାନଙ୍କ ଗଳାକାଟି ହତ୍ୟା l

ପାକ୍ ସେନାଙ୍କ ବର୍ବରତା : ବିଏସ୍ଏଫ୍ ଯବାନଙ୍କ ଗଳାକାଟି ହତ୍ୟା
ଜାମ୍ମୁ,୧୯ା୯ : ପାକିସ୍ତାନ ସେନାଙ୍କ ବର୍ବରତାର ନମୂନା ପୁଣି ଦେଖିବାକୁ ମିଳିଛି । ଜାମ୍ମୁ ନିକଟସ୍ଥ ଆନ୍ତର୍ଜାତିକ ସୀମା ରେଖା ନିକଟରେ ଜଣେ ବିଏସ୍ଏଫ୍ ଯବାନଙ୍କ ଗଳା କାଟି ହତ୍ୟା କରିଛନ୍ତି ପାକିସ୍ତାନୀ ସେନା । ଏହାପରେ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ପକ୍ଷରୁ ଭାରତ-ପାକ୍ ଆନ୍ତର୍ଜାତିକ ସୀମା ଓ ଏଲ୍ଓସିରେ ହାଇଆଲର୍ଟ ଜାରି କରାଯାଇଛି । ଘଟଣା ସମ୍ପର୍କରେ ପାକିସ୍ତାନ ରେଞ୍ଜର ଅଧିକାରୀଙ୍କ ପାଖରେ ଅଭିଯୋଗ କରାଯାଇଛି ।

ବିଏସ୍ଏଫ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ରାମଗଡ ସେକ୍ଟରର କାର୍ଯ୍ୟରତ ହେଡ୍ କନଷ୍ଟେବଳ ନରେନ୍ଦ୍ର କୁମାର ନିଖୋଜ ହୋଇଥିବା ଜଣାପଡିବା ପରେ ତାଙ୍କୁ ଖୋଜିବାକୁ ଭାରତ ପକ୍ଷରୁ ଓ ପାକ ସେନାକୁ ଅନୁରୋଧ କରାଯାଇଥିଲା । କିନ୍ତୁ ପାକ୍ ସେନା ପକ୍ଷରୁ ସହଯୋଗ ନ ମିଳିବାରୁ ସୂର୍ଯ୍ୟାସ୍ତ ପରେ ବିଏସ୍ଏଫ୍ ପକ୍ଷରୁ ଅନୁସନ୍ଧାନ ଅଭିଯାନ ଆରମ୍ଭ ହୋଇଥିଲା । ସୀମା ନିକଟସ୍ଥ ଏକ ବୁଦା ମୂଳରୁ ନରେନ୍ଦ୍ରଙ୍କ ମୃତ ଦେହ ଠାବ କରାଯାଇଥିଲା । ତାଙ୍କ ଶରୀରରେ ତିନିଟି ଗୁଳି ଚିହ୍ନ ରହିଥିବା ଦେଖାଯାଇଛି । ତେଣୁ ପ୍ରଥମେ ତାଙ୍କୁ ଗୁଳି କରିବା ପରେ ଗଳାକାଟି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଏହି ଘଟଣାକୁ ବିଏସ୍ଏଫ୍ ଓ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଗୁରୁତର ସହିତ ନିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ