Connect with us

ଦେଶ

ଗୋଆ ରାଜନୀତି ସରଗରମ l

ଗୋଆ ରାଜନୀତି ସରଗରମ l

ଗୋଆ ରାଜନୀତି ସରଗରମ
ନୂଆଦିଲ୍ଲୀ,୧୯ା୯ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ବର୍ତ୍ତମାନ ଚିକିତ୍ସା ପାଇଁ ଦିଲ୍ଲୀରେ ଅଛନ୍ତି । ତାଙ୍କ ଅନୁପସ୍ଥିତିରେ କଂଗ୍ରେସ ରାଜ୍ୟରେ ସରକାର ଗଢ଼ିବା ପାଇଁ ଅଣ୍ଟା ଭିଡିଛି । ଏହା ମଧ୍ୟରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଆଜି ପାର୍ଟିର ନେତା ଓ ଅନ୍ୟ ସହଯୋଗୀ ଦଳମାନଙ୍କ ସହ ଆଲୋଚନା କରିଛନ୍ତି । ସେ ଗୋଆରେ ଚାଲିଥିବା ରାଜନୈତିକ ଗତିବିଧିକୁ ସମୀକ୍ଷା କରିବେ ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ମହାରାଷ୍ଟ୍ରର ଗୋମନ୍ତକ ପାର୍ଟିର ମୁଖ୍ୟ ଏସ୍ ଧବଲିକରଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବା ପ୍ରସ୍ତାବକୁ ବିଜେପିର ସହଯୋଗୀ ଦଳ ଆଗ୍ରହ କରିବା ପରେ ଶାହା ବିଜୟ ସରଦେଶାଇଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି । ସରଦେଶାଇ ଗୋଆ ଫରୱାର୍ଡ କ୍ଲବର ମୁଖ୍ୟ ରହିଛନ୍ତି । ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ମେଡିକାଲରେ ଭର୍ତ୍ତି ହେବା ପରେ ରାଜ୍ୟରେ ରାଜନୀତି ସରଗରମ ରହିଛି । ଏହାପରେ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିବାକୁ ଜୋର କରିଛି । ଏହା ମଧ୍ୟରେ କଂଗ୍ରେସ ବିଧାୟକ ଗତକାଲି ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ଭେଟିଥିଲେ ।

ବିଧାନସଭା ଭଙ୍ଗ ନକରି କଂଗ୍ରେସ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ସହ ବିଜେପି ସରକାର ଫ୍ଲୋର ଟେଷ୍ଟ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ