Connect with us

ଦେଶ

ପଶ୍ଚିମବଙ୍ଗରେ ହେବାକୁ ଥିବା ବିଜେପିର ରଥଯାତ୍ରା ପୁଣି ସ୍ଥଗିତ

ସାଙ୍କେତିକ

ପଶ୍ଚିମବଙ୍ଗରେ ହେବାକୁ ଥିବା ବିଜେପିର ରଥଯାତ୍ରା ପୁଣି ସ୍ଥଗିତ : ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟକୁ ଯିବ ବିଜେପି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ହେବାକୁ ଥିବା ବିଜେପିର ରଥଯାତ୍ରାକୁ ପଶ୍ଚିମବଙ୍ଗ ହାଇକୋର୍ଟ ଅନୁମତି ଦେବାକୁ ମନା କରିଦେବା ପରେ ଏହି ରାୟକୁ ଚ୍ୟାଲେଞ୍ଜ କରି ବିଜେପି ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛି । ସୁପ୍ରିମକୋର୍ଟଙ୍କ ଅବସରକାଳୀନ ବେଞ୍ଚରେ ଆସନ୍ତା ସୋମବାରଦିନଏହି ଆବେଦନ କରାଯିବ ବୋଲି ସୂଚନା ମିଳିଛି ।

ଏଠାରେ ଉଲ୍ଲେଖଯୋଗ୍ୟଯେ , ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ରଥଯାତ୍ରା ଆୟୋଜନ ପାଇଁ ବିଜେପିକୁ ଅନୁମତି ଦେଇଥିବାବେଳେ ଏହି ରାୟକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଖାରଜ କରିଦେଇଥିଲେ । ଏକ ଡିଭିଜନ୍ ବେଞ୍ଚ୍ ମାମଲାର ପୁନର୍ବିଚାର ପାଇଁ ଏହାକୁ ପୁଣି ଏକ ଜଣିକିଆ ବେଞ୍ଚ ନିକଟକୁ ପଠାଇ ଦେଇଛନ୍ତି । ଫଳରେ ବିଜେପିର ରଥଯାତ୍ରା ପୁଣି ଝୁଲି ଯାଇଛି । ପଶ୍ଚିମବଙ୍ଗ ସରକାର ହାଇକୋର୍ଟର ରାୟକୁ ବିରୋଧ କରି ଡିଭିଜନ ବେଞ୍ଚରେ ପୁନଃ ଆବେଦନ କରିଥିଲେ ।

ମୁଖ୍ୟ ବିଚାରପତି ଓ ଜଷ୍ଟିସ୍ ଏସ୍ ସରକାରଙ୍କ ଖଣ୍ଡପୀଠ ପୂର୍ବ ରାୟକୁ ଖାରଜ କରି ମାମଲାକୁ ପୁଣି ଏକ ଜଣିକିଆ ବେଞ୍ଚ ନିକଟକୁ ପଠାଇ ଦେଇଛନ୍ତି । ପଶ୍ଚିମବଙ୍ଗ ସରକାର ବିଜେପିକୁ ରୋକିବାପାଇଁ ଆକ୍ରୋଶମୂଳକ ଭାବେ ପଦକ୍ଷେପ ନେଉଛନ୍ତି ବୋଲି ରାଜ୍ୟ ବିଜେପି ନେତାମାନେ ଅଭିଯୋଗ ବାଢ଼ିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ