Connect with us

ଦେଶ

ଆପଣଙ୍କ କମ୍ପ୍ୟୁଟର ଉପରେ ସରକାରଙ୍କ ନଜର

ସାଙ୍କେତିକ

ଆପଣଙ୍କ କମ୍ପ୍ୟୁଟର ଉପରେ ସରକାରଙ୍କ ନଜର
ନୂଆଦିଲ୍ଲୀ,୨୧ା୧୨ : କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅଚାନକ ପ୍ରମୁଖ ୧୦ଟି ସଂସ୍ଥାକୁ ଦେଶର ଯେକୌଣସି କମ୍ପ୍ୟୁଟରରୁ ତଥ୍ୟ ଚୋରି କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ଦେଶର ପ୍ରମୁଖ ସୁରକ୍ଷା ଏଜେନ୍ସି ଯେକୌଣସି ବ୍ୟକ୍ତିର କମ୍ପ୍ୟୁଟରରୁ ଜେନେରେଟ, ଟ୍ରାନ୍ସମିଟ୍, ରିସିଭ ଓ ଷ୍ଟୋର କରାଯାଇଥିବା ତଥ୍ୟକୁ ଦେଖି ପାରିବେ ଦେଶର ପ୍ରମୁଖ ୧୦ଟି ସଂସ୍ଥା ।

ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ଇଣ୍ଟେଲିଜେନ୍ସ ବ୍ୟୁରୋ, ନାରକୋଟିକ୍ ବ୍ୟୁରୋ, ନାରକୋଟିକ୍ କଣ୍ଟ୍ରୋଲ ବ୍ୟୁରୋ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ, ଡାଇରେକ୍ଟର ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ, ସିବିଆଇ, ଏନ୍ଆଇଏ, କ୍ୟାବିନେଟ୍ ସେକ୍ରେଟାରିଏଟ(ର), ଡାଇରେକ୍ଟର ଅଫ୍ ସିଗ୍ନାଲ ଇଣ୍ଟେଲିଜେନ ଓ ଦିଲ୍ଲୀ କମିଶନରେଟକୁ ଦେଶରେ ଚାଲିଥିବା ସମସ୍ତ କମ୍ପ୍ୟୁଟର ଉପରେ ଗୁଇନ୍ଦାଗିରି କରିବାକୁ ଅନୁମତି ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ନିର୍ଦ୍ଦେଶକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଅଲ ଇଣ୍ଡିଆ ମଜଲିସ ଏ-ଇତେହାଦୁଲ ମୁସଲିମାନ ପାର୍ଟି ଅଧ୍ୟକ୍ଷ ଅସଦୁଦ୍ଦୀନ ଓବେସା ପ୍ରତିକ୍ରିୟା ପ୍ରକାଶ କରି କେନ୍ଦ୍ର ସରକାର ସାମାନ୍ୟ ଏକ ନିର୍ଦ୍ଦେଶ ଦ୍ୱାରା ଦେଶର ସମସ୍ତ କମ୍ପ୍ୟୁଟର ଉପରେ ଗୁଇନ୍ଦାଗିରି କରିବାର ନିର୍ଦ୍ଦେଶ ଦେଇଦେଲେ । ଏହି ପ୍ରକ୍ରିୟାକୁ କଟାକ୍ଷ କରି ଓବେସୀ ବିଜେପିର ସ୍ଲୋଗାନ ‘ଘର ଘର ମୋଦି’ ସଫଳ ହେଲା ବୋଲି ମନ୍ତବ୍ୟ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ