Connect with us

ଦେଶ

ରାଜବଲ୍ଲଭଙ୍କୁ ଆଜୀବନ କାରାଦଣ୍ଡ

ସାଙ୍କେତିକ

ନାବାଳିକାକୁ ବଳାତ୍କାର ମାମଲା
ରାଜବଲ୍ଲଭଙ୍କୁ ଆଜୀବନ
ପାଟନା,୨୧ା୧୨ : ଏକ ବଳାତ୍କାର ମାମଲାରେ ଅଭିଯୁକ୍ତ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନିଲମ୍ବିତ ବିଧାୟକ ରାଜବଲ୍ଲଭ ଯାଦବ ଓ ଅଭିଯୁକ୍ତା ସୁଲେଖା ଦେବୀଙ୍କୁ ପାଟନାର ଏକ ଏମ୍ଏଲ୍ଏ-ଏମ୍ପି କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ଉଭୟଙ୍କୁ ଯଥାକ୍ରମେ ୫ ହଜାର ଓ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି । ଏହି ମାମଲାର ଅନ୍ୟ ୪ ଅଭିଯୁକ୍ତଙ୍କୁ କୋର୍ଟ ୧୦ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଇଛନ୍ତି । ୨୦୧୬ରେ ରାଜବଲ୍ଲଭ ନିଶାସକ୍ତ ଅବସ୍ଥାରେ ଜଣେ ନାବାଳିକାକୁ ବଳାତ୍କାର କରିଥିଲେ ।

ପୀଡିତା ଅଭିଯୋଗ କରିଥିଲା ଯେ, ସୁଲେଖା ଦେବୀ ନାମକ ମହିଳା ଜନ୍ମଦିନ ଉତ୍ସବରେ ତାକୁ ଏକ ଅଜଣା ସ୍ଥାନକୁ ନେଇଯାଇଥିଲା । ସେଠାରେ ତାକୁ ଜବରଦସ୍ତ ମଦ ପିଆଇ ରାଜବଲ୍ଲଭଙ୍କୁ ସମର୍ପି ଦିଆଯାଇଥିଲା । ରାଜବଲ୍ଲଭ ତା’ ସହ ବଳାତ୍କାର କରିଥିଲେ । ଚଳିତ ବର୍ଷ ଡିସେମ୍ବର ୧୫ରୁ ପାଟନାର ଏମ୍ଏଲ୍ଏ ଓ ଏମ୍ପି କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା ।

କୋର୍ଟ ଶୁକ୍ରବାର ଆଇପିସି ଧାରା ୩୭୬, ପୋସ୍କୋ ଆଇନ୍ ଧାରା ୪ ଏବଂ ୮ରେ ରାଜବଲ୍ଲଭଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ବେଳେ ସୁଲେଖା ଦେବୀଙ୍କୁ ଆଇପିସି ଧାରା ୧୦୯, ୧୨୦ (ଖ), ୩୭୬ ଏବଂ ପୋସ୍କୋ ଆଇନର ଧାରା ୪ ଏବଂ ୫ରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏମାନଙ୍କୁ ସହଯୋଗ କରିଥିବା ଅନ୍ୟ ୪ ଦୋଷୀଙ୍କୁ ବିଭିନ୍ନ ଧାରାରେ ଦୋଷୀ ସାବ୍ୟସ୍ତ କରି କୋର୍ଟ ରାୟ ପ୍ରଦାନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ