Connect with us

ଦେଶ

ନିୟମିତ ଡ୍ୟୁଟିରେ ଥିଲେ କର୍ମଚାରୀ : ଆଇବି

ସାଙ୍କେତିକ ଚିତ୍ର

ନିୟମିତ ଡ୍ୟୁଟିରେ ଥିଲେ କର୍ମଚାରୀ : ଆଇବି
ନୂଆଦିଲ୍ଲୀ,୨୫ା୧୦ : ଛୁଟିରେ ପଠାଯାଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଘର ପାଖରୁ ଗୁରୁବାର ସକାଳେ ଗୁପ୍ତଚର ଅଭିଯୋଗରେ ଅଟକ ରଖାଯାଇଥିବା ୪ଜଣ ଯୁବକ ଇଣ୍ଟେଲିଜେନ୍ସି ବ୍ୟୁରୋର ଅଫିସର ହୋଇଥିବା ଜଣାପଡିବା ପରେ ସେମାନଙ୍କୁ ମୁକ୍ତ କରାଯାଇଛି । ଆଇବି ସ୍ୱୀକାର କରିଛି ଯେ, ଏହି ଚାରିଜଣ ତାଙ୍କର ଅଧିକାରୀ ଏବଂ ସେମାନେ ରୁଟିନ ଅନୁସାରେ ଡ୍ୟୁଟିରେ ଥିଲେ ଏବଂ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଗୁଇନ୍ଦାଗିରି କରୁନଥିଲେ ।

ସରକାର ବୟାନ ଜାରି କରି କହିଛନ୍ତି ଯେ, ବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଧରା ଯାଇଥିବା ଅଧିକାରୀ ଆଇବିର । ଆଇବି ପାଖରେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଗୁଇନ୍ଦା ସୂଚନା ଏକତ୍ର କରିବାର ଦାୟିତ୍ୱ ରହିଛି । ଏହାବ୍ୟତୀତ ଏହି ୟୁନିଟକୁ ସମ୍ବେଦନଶୀଳ ଇଲାକାରେ ନିୟମିତ ମୁତୟନ କରାଯାଏ । ଏଥର ମଧ୍ୟ ସ୍ଥାନୀୟ ପ୍ରଶାସନ ସାହାଯ୍ୟରେ ଏମିତି କରାଯାଇଥିଲା । ଏଥିରେ ସ୍ଥାନୀୟ ଗୁଇନ୍ଦା ଏଜେନ୍ସି କୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶିକ୍ଷିତ ମଧ୍ୟ ହୁଅନ୍ତି । ରୁଟିନ ଡ୍ୟୁଟିରେ ଥିବାରୁ ସେମାନେ ନିଜ ସହିତ ପରିଚୟପତ୍ର ମଧ୍ୟ ନେଇଥିଲେ । ଏହି ଚାରି ଆଇବି ଅଧିକାରୀଙ୍କ ନାମ ଧୀରଜ କୁମାର, ଅଜୟ କୁମାର, ବୀନିତ କୁମାର ଓ ପ୍ରଶାନ୍ତ କୁମାର । ଆଇବିର ଚାରିଜଣ କର୍ମଚାରୀ ଗୁରୁବାର ସକାଳେ ବର୍ମାଙ୍କ ଜନପଥ ସ୍ଥିତ ବାସଭବନ ଆଗରୁ ଧରା ପଡିବା ପରେ ଏହା କୁହାଯାଉଥିଲା ଯେ, ଛୁଟିରେ ଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଗୁପ୍ତଚର କାର୍ଯ୍ୟ କରୁଥିଲେ । ଆଇବିର କହିବା କଥା ଉଚ୍ଚ ସୁରକ୍ଷା ବିଶିଷ୍ଟ କ୍ଷେତ୍ରରେ ନିଜର କର୍ମଚାରୀଙ୍କୁ ନିୟମିତ ତଦାରଖ କରିବାର ଦାୟିତ୍ୱ ଦିଆଯାଇଥାଏ । କାରଣ ଏହି କ୍ଷେତ୍ରରେ ଅନେକ ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ବାସଭବନ ରହିଛି । ଏହି କର୍ମଚାରୀ ନିୟମିତ ଡ୍ୟୁଟିରେ ଥିଲେ ଏବଂ ସେମାନଙ୍କ ଉପରେ ଭୁଲ ଅଭିଯୋଗ ଲଗାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ