Connect with us

ଦେଶ

ଆଲୋକ ବର୍ମାଙ୍କ ଉପରେ ଗୁଇନ୍ଦାଗିରି : ୪ ଅଟକ

ସାଙ୍କେତିକ ଚିତ୍ର

ଆଲୋକ ବର୍ମାଙ୍କ ଉପରେ ଗୁଇନ୍ଦାଗିରି : ୪ ଅଟକ
ନୂଆଦିଲ୍ଲୀ,୨୫ା୧୦ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ସରକାର ବୁଧବାରଠାରୁ ଛୁଟିରେ ପଠାଇ ଦେଇଥିବା ବେଳେ ଗୁରୁବାର ତାଙ୍କ ଘର ସମ୍ମୁଖରେ ବଡ ଧରଣର ହଙ୍ଗାମା ହୋଇଯାଇଛି । ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ ସନ୍ଦେହଜନକ ଭାବେ ବୁଲୁଥିବା ୪ଜଣ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି ।

ସୂଚନା ଅନୁସାରେ ଆଜି ସକାଳ ୭.୪୫ ସମୟରେ ୪ଜଣ ବ୍ୟକ୍ତି ବର୍ମାଙ୍କ ଘର ଉପରେ ନଜର ରଖୁଥିବା ଲକ୍ଷ୍ୟ କରାଯାଇଥିଲା । ଏହାପରେ ବର୍ମାଙ୍କ ପିଏସ୍ଓ ସେମାନଙ୍କୁ ଅଟକ ରଖିବା ସହ ତାଙ୍କ ପାଖରୁ ଗୁଇନ୍ଦା ବିଭାଗର ଆଇକାର୍ଡ ମଧ୍ୟ ଜବତ କରିଛି । ମିଳିଥିବା ସୂଚନା ଅନୁସାରେ ଏହି ଚାରିଜଣଙ୍କ ନାମ ପ୍ରଶାନ୍ତ କୁମାର, ଭିନୀତ କୁମାର ଗୁପ୍ତା, ଅଜୟ କୁମାର ଓ ଧରଜ କୁମାର ସିଂହ ବୋଲି ଜଣାପଡିଛି । ତେବେ ଏହି ୪ଜଣ ନିଜକୁ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଅଧିକାରୀ ବୋଲି ପରିଚୟ ଦେଇଛନ୍ତି ଓ ଆଧାର ସମେତ କିଛି ପ୍ରମାଣପତ୍ର ମଧ୍ୟ ପୋଲିସକୁ ଦେଇଛନ୍ତି । ବର୍ତ୍ତମାନ ପୋଲିସ ଏ ସମସ୍ତ ପ୍ରମାଣପତ୍ରର ଯାଞ୍ଚ କରିବା ସହ ପଚରାଉଚରା ଜାରି ରଖିଛି ।

ତେବେ ଆଇବିର ଏହି ଅଧିକାରୀମାନେ କେଉଁ ଉଦ୍ଦେଶ୍ୟରେ ଓ କେଉଁ କାରଣରୁ ଆଲୋକ ବର୍ମାଙ୍କ ଘର ଉପରେ ନଜର ରଖିଥିଲେ ଏ ସମ୍ପର୍କରେ କୌଣସି ସୂଚନା ପୋଲିସ ଗଣମାଧ୍ୟମରେ ପ୍ରକାଶ କରିନାହିଁ । କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ବାହାରେ ଥିବା ସିବିଆଇ ଉପରେ ଗୁଇନ୍ଦା ବିଭାଗ କେବଳ ସୁରକ୍ଷାଗତ ଦୃଷ୍ଟିକୋଣରୁ ନଜର ରଖିଥିଲା ନା’ ଏହା ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ରହିଛି ଏହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ