Connect with us

ଦେଶ

ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକ l

ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକ l

ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକ
ବାଲାଟ ପେପର ଭୋଟିଂ ପାଇଁ ପ୍ରସ୍ତାବ
ଭୁବନେଶ୍ୱର,୩୦ା୮: ଆଗାମୀ ସାଧାରଣ ନିର୍ବାଚନର ପ୍ରସ୍ତୁତି ନେଇ ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏଥିରେ ଅଧ୍ୟକ୍ଷତା କରିବା ସହ ଆରମ୍ଭ ହୋଇଥିବା ଭୋଟର ସଂଶୋଧନ ତାଲିକାରେ ଯୁବ ଭୋଟରମାନେ କିପରି ନିଜର ନାମ ପଂଜୀକରଣ କରିବେ ସେଥିନେଇ ରାଜନୈିତିକ ଦଳମାନଙ୍କ ସହଯୋଗ କାମନା କରିଥିଲେ । ଏହାବ୍ୟତୀତ ଇଭିଏମ୍ , ନୂଆ ବୁଥ୍ ଗଠନ , ବୁଥ୍ ଏଜେଂଟ, ସାଧାରଣ ନିର୍ବାଚନରେ କିପରି ନିରପେକ୍ଷ ଓ ଅବାଧ ରହିବ ତାହା ଉପରେ ଆଲୋଚନା କରାଯାଇଥିଲା । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ରଖିଥିବା ପ୍ରସ୍ତାବ ଏବଂ ମନ୍ତବ୍ୟକୁ ଲିପିବଦ୍ଧ କରାଯାଇଥିଲା ଏବଂ ଏହି ପ୍ରସ୍ତାବକୁ ନିର୍ବାଚନ କମିଶନଙ୍କ ନକଟକୁ ପଠାଇ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ କୁମାର ପ୍ରତିଶ୍ରୁତି ଦେଇଥିଲେ ।

ଅନ୍ୟପକ୍ଷରେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା କଂଗ୍ରେସ ଓ ବାମପନ୍ଥୀ ଦଳ ସିପିଆଇ ଓ ସିପିଏମ୍ ଇଭିଏମ୍ ମେସିନ୍ ର ବ୍ୟବହାର ନେଇ ବିଭିନ୍ନ ପ୍ରଶ୍ନ କରିଥିଲେ । ଇଭିଏମ୍ ବଦଳରେ ବାଲଟ ପେପରରେ ଭୋଟିଂ କରିବାପାଇଁ ସେମାନେ ପ୍ରସ୍ତାବ ଦେଇଥିଲେ । ଡିଲିସନ୍ ଓ ଆଡିସନ୍ ର ସ୍ୱଚ୍ଛତା ବଜାୟ ରଖିବା , ଏସମ୍ପର୍କରେ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଦାବି କରିଥିଲେ । ସେହିପରି ଯୁବ ଭୋଟରମାନେ ଯେପରି ଅଧିକ ସଂଖ୍ୟାରେ ସାମିଲ ହୋଇପାରିବେ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ବିଜେପି ଓ ବିଜେଡି ପକ୍ଷରୁ ଇଭିଏମ୍ ମେସିନ୍ ବ୍ୟବହାର ସମ୍ପର୍କରେ କୌଣସି ମତାମତ ଦିଆଯାଇନଥିଲା । ବୁଥ୍ ରେ ଭୋଟରଙ୍କ ସଂଖ୍ୟାରେ ସମାନତା ଆଣିବାପାଇଁ ପ୍ରସ୍ତାବ ଦିଆଯାଇଥିଲା । ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖାଯାଉ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା ।

ବୈଠକରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ୨୦୧୯ ସଂପର୍କରେ ବିସ୍ତୃତ ଭାବେ ଅ ।ଲୋଚନା କରାଯାଇଥିଲା । ଭାରତର ନିର୍ବାଚନ ଅ ।ୟୋଗଙ୍କ ଅନୁମୋଦନ କ୍ରମେ ତା ୦୧/୦୧/୨୦୧୯ରିଖକୁ ଯୋଗ୍ୟତା ତାରିଖ ରୂପେ ଭିତିକରି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅନୁସାରେ ତା.୦୧/୦୯/୨୦୧୮ରିଖ ଦିନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚିଠା ଭୋଟର ତାଲିକା ପ୍ରକାଶିତ ହେବ । ଏ ସଂପର୍କିତ ଦାବି ଓ ଅ।ପତି ତା.୦୧/୦୯/୨୦୧୮ରିଖଠାରୁ ତା.୩୧/୧୦/୨୦୧୮ରିଖ ସୁଦ୍ଧା ଦାଖଲ କରାଯାଇପାରିବ । ଦାବି ଓ ଅ।ପତିର ଫଏସଲା ତା.୩୦/୧୧/୨୦୧୮ରିଖ କରାଯିବା ପାଇଁ ସ୍ଥିର କରାଯାଇଛି ଏବଂ ତା.୦୪/୦୧/୨୦୧୯ରିଖ ଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ସମସ୍ତ ଯୋଗ୍ୟବ୍ୟକ୍ତି ବିଶେଷ କରି ତା.୦୧/୦୧/୨୦୧୯ରିଖ ସୁଦ୍ଧା ୧୮-୧୯ ବର୍ଷ ବର୍ଗର ଯୁବକଯୁବତୀଙ୍କୁ ଭୋଟର ତାଲିକରେ ଅନ୍ତର୍ଭୁକ୍ତ କରିବା ଏବଂ ମହିଳା, ଭିନ୍ନକ୍ଷମ, ଜନଜାତିବର୍ଗର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ସହ ମୃତ, ସ୍ଥାନାନ୍ତରିତ ଓ ଦୋହରା ଭୋଟରଙ୍କୁ ଚିହ୍ନଟ କରି ତାଲିକାରୁ ବାଦ ଦେବା ଉପରେ ପ୍ରାଧାନ୍ୟ ଦିଅ।ଯାଇଛି l

ଭୋଟର ତାଲିକାରେ ଶତପ୍ରତିଶତ ଭୋଟରଙ୍କ ଫଟୋ ସ୍ଥାନିତ କରିବା ନିମନ୍ତେ ଫଟୋ ନଥିବା ଭୋଟରଙ୍କଠାରୁ ଫଟୋ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦେବା ସହ ଭୋଟର ତାଲିକାରେ ଥିବା ତ୍ରୁଟିପୂର୍ଣ୍ଣ ତଥ୍ୟ ସଂଶୋଧନ କରିବା ଉପରେ ପ୍ରାଧାନ୍ୟ ଦିଅ।ଯାଇଛି । ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଜଣେ ଯୋଗ୍ୟ ଭୋଟର ଫର୍ମ ନଂ-୬ରେ ନିଜର ରଙ୍ଗୀନ ପାସପୋର୍ଟ ଫଟୋ, ଜନ୍ମତାରିଖ ଏବଂ ବାସସ୍ଥାନ ପ୍ରମାଣପତ୍ର ସହ ସଂପୃକ୍ତ ବୁଥ୍ ସ୍ତରୀୟ (ବିଏଲ୍ଓ)ଙ୍କ ପାଖରେ ଦାଖଲ କରିପାରିବେ । ଭୋଟରମାନେ ପ୍ରତିବ୍ଲକ୍ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୋଲା ଯାଇଥିବା ଭୋଟର ସହାୟତା କେନ୍ଦ୍ରର ମଧ୍ୟ ସାହାଯ୍ୟ ନେଇପାରିବେ ।
ଏତଦ୍ବ୍ୟତୀତ ଭୋଟରମାନେ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ସିଇଓଓଡିଶାଡଟ୍ ଏନଆଇସି ଡଟ୍ ଇନ୍ /ଡବ୍ଲୁୁଡବ୍ଲୁଡବ୍ଲୁ ଡଟ୍ ଏନଭିଏସପି ଡଟ୍ ଇନରେ ଅନଲାଇନରେ ମଧ୍ୟ ଦରଖାସ୍ତ କରିପାରିବେ । ଏହି ବୈଠକରେ ବହୁଜନ ସମାଜ ପାର୍ଟିର ରବୀନ୍ଦ୍ର ବଡ଼ଜେନା ଓ ନାଥୁରାମ ଦେହୁରି, ଭାରତୀୟ ଜନତା ପାର୍ଟିର ପିତାମ୍ବର ଅ।ଚାର୍ଯ୍ୟ ଓ ସମୀର ମହାନ୍ତି, ସିପିଅ।ଇର ଡ. ପ୍ରଶାନ୍ତ ମିଶ୍ର, ସିପିଅ।ଇଏମର ଦୁଷ୍ମନ୍ତ ଦାସ, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦ ରାୟ ଓ ଉକ୍ରଳ କେଶରୀ ରାଉତରାୟ ଏବଂ ବିଜୁ ଜନତା ଦଳର ଶଶିଭୂଷଣ ବେହେରାଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ ଆର୍ ଯାଦବ ଓ ଅଭୟ କୁମାର ନାୟକ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରଘୁରାମ ଅ।ୟାର ଯୋଗଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ