Connect with us

ଦେଶ

ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ବିମୁଦ୍ରାୟନ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି l

ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ବିମୁଦ୍ରାୟନ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି l

ନୂଆଦିଲ୍ଲୀ : ବିମୁଦ୍ରାୟନ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ବିମୁଦ୍ରାୟନ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁଞ୍ଜିପତି ବନ୍ଧୁମାନଙ୍କୁ ଫାଇଦା ପହଞ୍ଚାଇବାକୁ କରାଯାଇଥିଲା । ମୋଦିଙ୍କ ୧୫-୨୦ ପୁଞ୍ଜିପତିଙ୍କ କଳାଧନକୁ ଧଳା କରିବା ପାଇଁ କରାଯାଇଥିଲା l ଏହା ଏକ ବହୁତ ବଡ଼ ସ୍କାମ । ରାହୁଲଙ୍କ ଏହି ଆକ୍ରମଣର ତୁରନ୍ତ ଜବାବ ଦେଇଛି ବିଜେପି ।

ଦଳ ପକ୍ଷରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ ବିମୁଦ୍ରାୟନର ଲକ୍ଷ୍ୟ ହାସଲ ହୋଇଛି । ରାହୁଲ ଗାନ୍ଧିଙ୍କ ଅଳ୍ପ ବିଦ୍ୟା ବେଶ ଭୟଙ୍କରୀ ବୋଲି ସେ କହିଛନ୍ତି । ଗତକାଲି ରିଜର୍ଭ ବ୍ୟାଙ୍କ କହିଥିଲା ଯେ, ବିମୁଦ୍ରାୟନ ପରେ ପ୍ରାୟ ୯୯.୩୧ ପ୍ରତିଶତ ଅଚଳ ନୋଟ ଫେରିଆସିଛି । ୨୦୧୬ ମସିହା ନଭେମ୍ବର ମାସ ୮ ତାରିଖ ଦିନ ସରକାର ୫ଶହ ଟଙ୍କିଆ ଓ ହଜାର ଟଙ୍କିଆ ନୋଟର ବିମୁଦ୍ରୀକରଣ କରିଥିଲେ । ଯଦିଓ ବିମୁଦ୍ରୀକରଣର ଦୁଇ ବର୍ଷ ପରେ ସମସ୍ତ ଅଚଳ ନୋଟ୍ ରିଜର୍ଭ ବ୍ୟାଙ୍କକୁ ଫେରି ନାହିଁ, ତଥାପି ୯୯.୩୧ ପ୍ରତିଶତ ଅଚଳ ନୋଟ୍ ଫେରି ଆସିଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

Click to comment

Leave a Reply

Your email address will not be published. Required fields are marked *

More in ଦେଶ