Connect with us

ଦେଶ

ନିର୍ବାଚନ କେବେ ?

ସାଙ୍କେତିକ

ନିର୍ବାଚନ କେବେ ?
ନୂଆଦିଲ୍ଲୀ,୧୮ା୧ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ତାରିଖ ଘୋଷଣା କରିପାରନ୍ତି ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବା ପାଇଁ ମିଳିଛି । ସୂଚନାଥାଉ କି, ଚଳିତ ଲୋକସଭାର କାର୍ଯ୍ୟକାଳ ଆସନ୍ତୁ ଜୁନ୍ ୩ ତାରିଖରେ ଶେଷ ହେବାକୁ ଥିବା ବେଳେ ଏହା ପୂର୍ବରୁ ନୂତନ ଲୋକସଭା ଗଠନ ପାଇଁ ସମସ୍ତ ପ୍ରକ୍ରିୟା ନିର୍ବାଚନ କମିଶନଙ୍କୁ ଶେଷ କରିବା ପାଇଁ ପଡିବ ।

ପିଟିଆଇ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ପ୍ରକାଶ ଯେ, କେତୋଟି ପର୍ଯ୍ୟାୟରେ ଓ କେଉଁ ମାସରେ ନିର୍ବାଚନ କରାଇବେ ସେ ନେଇ ବିଚାରବିମର୍ଶ ଆରମ୍ଭ କରି ଦେଇଛନ୍ତି । ନିର୍ବାଚନ କାଳରେ ମୁତୟନ ହେବାକୁ ଥିବା ସୁରକ୍ଷା ବାହିନୀର ଉପଲବ୍ଧତା ଓ ଆନୁସଙ୍ଗିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତୋଟି ପର୍ଯ୍ୟାୟରେ ଦେଶରେ ୨୦୧୯ ଲୋକସଭା ନିର୍ବାଚକୁ ସମ୍ପନ୍ନ କରାଯିବ ତାହାର ଚୂଡାନ୍ତ ନିଷ୍ପତ୍ତି ନେବେ ନିର୍ବାଚନ କମିଶନ । ତେବେ, ଯାହା ଜଣାପଡିଛି ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ କମିଶନ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିପାରନ୍ତି ।

୨୦୧୯ ଲୋକସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ୍ ରାଜ୍ୟର ବିଧାନସଭା ପାଇଁ ମଧ୍ୟ ଏକକାଳୀନ ନିର୍ବାଚନ ଆୟୋଜିତ କରାଇବା ପାଇଁ ନିଷ୍ପତ୍ତି ନେଇପାରନ୍ତି ନିର୍ବାଚନ କମିଶନ । କାରଣ ଏହି ଚାରିଟି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ମଧ୍ୟ ଏହି ସମୟ ସୀମା ମଧ୍ୟରେ ଶେଷ ହୋଇ ଯାଉଛି । ଏଥିସହ ଗତ ୨୦୧୮ ନଭେମ୍ବରରେ ଜାମ୍ମୁ-କାଶ୍ମୀର ବିଧାନସଭାକୁ ଭଙ୍ଗ କରି ଦିଆଯିବା ପରେ ଏବେ ସେଠାରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି ଏବଂ ଯାହାର କାର୍ଯ୍ୟକାଳ ୨୦୧୯ ମେ ମାସରେ ଶେଷ ହେଉଛି । ତେଣୁ ଲୋକସଭା ନିର୍ବାଚନ ସହ ଉପରୋକ୍ତ ୪ଟି ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ୍ ସମେତ ଜାମ୍ମୁ-କାଶ୍ମୀରରେ ମଧ୍ୟ ନିଷ୍ପତ୍ତି ନେଇ ପାରନ୍ତି ।

ସିକିମ୍ ବିଧାନସଭାର କାର୍ଯ୍ୟକାଳ ୨୦୧୯ ମେ ୨୭ରେ ଶେଷ ହେବାକୁ ଥିବା ବେଳେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଅରୁଣାଚଳ ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ଜୁନ୍ ୧୮, ଜୁନ୍ ୧୧ ଓ ଜୁନ୍ ୧ ତାରିଖରେ ଶେଷ ହେଉଛି । ସୂଚନାଥାଉ କି, ୨୦୧୪ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ନିର୍ବାଚନ କମିଶନ ମାର୍ଚ୍ଚ ୫ ତାରିଖରେ ଘୋଷଣା କରିଥିଲେ । ସେହିବର୍ଷ ଏପ୍ରିଲରୁ ମେ’ ମାସ ମଧ୍ୟରେ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ