Connect with us

ଦେଶ

ମେଘାଳୟ ଖଣି ଅଘଟଣ, ୧ ମୃତଦେହ ଠାବ

ସାଙ୍କେତିକ

ମେଘାଳୟ ଖଣି ଅଘଟଣ, ୧ ମୃତଦେହ ଠାବ
ନୂଆଦିଲ୍ଲୀ,୧୭ା୧ : ମେଘାଳୟର ବେଆଇନ କୋଇଲା ଖଣିରେ ଫସି ରହିଥିବା ୧୫ଜଣ ଶ୍ରମିକଙ୍କ ମଧ୍ୟରୁ ଜଣକ ମୃତଦେହ ଠାବ କରାଯାଇପାରିଛି । ଭାରତୀୟ ନୌସେନାର ଉଦ୍ଧାରକାରୀ ଦଳର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କୁହାଯାଉଛି । ସୂଚନାଥାଉ କି, ମେଘାଳୟର ପୂର୍ବ ଜୈନ୍ତିୟାର ହିଲ୍ସର ଲିଟେନ୍ ନଦୀ ତଟବର୍ତ୍ତୀ କାସାନ କୋଇଲା ଖଣିରେ ବେଆଇନ ଭାବେ ବର୍ଷ ବର୍ଷ ଧରି ଖନନ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ଏଥିପ୍ରତି ନିଘା ନଥିଲା । ଖଣି ଖନନ ପାଇଁ ଅଳ୍ପ ପାରିଶ୍ରମରେ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଥିଲା । ଏହାର ଫଳ ସ୍ୱରୂପ ଗତ ଡିସେମ୍ବର ୧୩ ତାରିଖରେ କିଛି ଶ୍ରମିକ ଖଣି ଭିତରେ ଫସି ରହିଯାଇଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କେତେଜଣ କଷ୍ଟେମଷ୍ଟେ ବାହାରି ଆସିଥିଲେ ମଧ୍ୟ ୧୫ଜଣ ଶ୍ରମିକ ରହିଯାଇଥିଲେ ।

ସ୍ଥାନୀୟ ପ୍ରଶାସନ, ଏନ୍ଡିଆରଏଫ୍, ନୌସେନା, ଓଡ଼ିଶାର ଅଗ୍ନିଶମ ବାହିନୀର ସକଳ ଉଦ୍ୟମ ସତ୍ତେ୍ୱ ୩୪ଦିନ ଧରି ସେମାନଙ୍କୁ ଉଦ୍ଧାର କରାଯାଇପାରୁନାହିଁ । ଏଥିପାଇଁ ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ଅବିରତ ଉଦ୍ୟମ ପରେ ନୌସେନା ଉଦ୍ଧାରକାରୀ ଦଳ ଜଣେ ଶ୍ରମିକଙ୍କ ମୃତଦେହ ଠାବ କରିଛନ୍ତି । ତେବେ ଖଣିର ୟାର୍ଟ ହୋଲର ଗଭୀରତା ୬୦ ଫୁଟ ବୋଲି ପୂର୍ବରୁ କୁହାଯାଉଥିବା ବେଳେ ତାହାର ଗଭୀରତା ପ୍ରକୃତରେ ୧୬୦ ଫୁଟ ବୋଲି ଅନୁମାନ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ