Connect with us

ଦେଶ

ନବମ ଭାଇବ୍ରାଣ୍ଟ ଗୁଜୁରାଟ ଶିଖର ସମ୍ମିଳନୀ ଉଦଘାଟିତ

ସାଙ୍କେତିକ

ନବମ ଭାଇବ୍ରାଣ୍ଟ ଗୁଜୁରାଟ ଶିଖର ସମ୍ମିଳନୀ ଉଦଘାଟିତ
‘ବ୍ୟବସାୟ ସୁଗମତା ତାଲିକାର ୫୦ତମ ସ୍ଥାନରେ ରହିବା ଆମର ଲକ୍ଷ୍ୟ’
ଗାନ୍ଧିନଗର,୧୮ା୧ : ବିଶ୍ୱ ବ୍ୟାଙ୍କର ବ୍ୟବସାୟ ସୁଗମତା ତାଲିକାରେ ଭାରତ ୬୫ତମ ସ୍ଥାନ ହାସଲ କରି ପାରିଛି । ବିଗତ ୪ ବର୍ଷ ମଧ୍ୟରେ ଦେଶରେ ବାଣିଜ୍ୟ-ବ୍ୟବସାୟ ପାଇଁ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହା ପୂର୍ବରୁ କେବେ ନଥିଲା । ଆଗାମୀ ଦିନରେ ଏହି ତାଲିକାର ୫୦ତମ ସ୍ଥାନରେ ରହିବା ପାଇଁ ସରକାର କଠିନ ପରିଶ୍ରମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ଶୁକ୍ରବାର ଗାନ୍ଧିନଗର ସ୍ଥିତ ମହାତ୍ମା ମନ୍ଦିର ପ୍ରଦର୍ଶନୀ ଓ ସମ୍ମେଳନ କକ୍ଷରେ ନବମ ଭାଇବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ-୨୦୧୯କୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ଏହି ଦ୍ୱିବାର୍ଷିକ ପୁଞ୍ଜିନିବେଶ ଶିଖର ସମ୍ମିଳନୀ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଭାଇବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀର ବିଷୟ ବସ୍ତୁ ରହିଛି ‘ଏକ ନୂତନ ଭାରତକୁ ସ୍ୱରୂପ ପ୍ରଦାନ କରିବା’ । ପାଞ୍ଚଟି ଦେଶର ରାଷ୍ଟ୍ର ମୁଖ୍ୟ ଏବଂ ଭାରତ ଓ ବିଦେଶର ବଡ ବଡ ଉଦ୍ୟୋଗ ଗୁଡିକର ମୁଖ୍ୟଙ୍କ ସମେତ ୩୦ ହଜାରରୁ ଊଦ୍ଧ୍ୱର୍ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିନିଧି ଏହି ତିନିଦିନିଆ ସମ୍ମିଳନୀରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗୁରୁବାର ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ବାଣିଜ୍ୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ବାଣିଜ୍ୟ ପ୍ରଦର୍ଶନକୀକୁ ଉଦ୍ଘାଟନ କରିବା ପରେ ଶ୍ରୀ ମୋଦି ଅଳ୍ପ କେତେକ ପ୍ରଦର୍ଶନୀ ମଣ୍ଡପରେ ପ୍ରଦର୍ଶିତ ଉତ୍ପାଦଗୁଡିକୁ ବୁଲି ଦେଖିଥିଲେ ।

ଏହି ବାଣିଜ୍ୟ ପ୍ରଦର୍ଶନୀ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୨୧ ଓ ୨୨ ତାରିଖ ଦିନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଅହମ୍ମଦାବାଦ୍ ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀରେ ୧୫ଟି ଦେଶ ଭାଗ ନେଉଛନ୍ତି । ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ ଓ ଜାପାନ୍ ଏଥର ଏହାର ଅଂଶୀଦାର ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ