Connect with us

ଅପରାଧ

ଦ୍ରୋଣ କ୍ୟାମେରା ଦ୍ୱାରା ମହିଳାଙ୍କ ଆପତ୍ତିଜନକ ଫଟୋ ଉଠାଯିବାରୁ ଉତ୍ତେଜନା l

ଦ୍ରୋଣ କ୍ୟାମେରା ଦ୍ୱାରା ମହିଳାଙ୍କ ଆପତ୍ତିଜନକ ଫଟୋ ଉଠାଯିବାରୁ ଉତ୍ତେଜନା l

ମହିଳାଙ୍କ ଇଜ୍ଜତକୁ ନେଇ ଖେଳ ଖେଳୁଛି କଂଗ୍ରେସ : ବିଜେଡି
ପଟ୍ଟାମୁଣ୍ଡାଇ,୨ା୯: ମହିଳାଙ୍କ ଇଜ୍ଜତକୁ ନେଇ କଂଗ୍ରେସ ଖେଳ ଖେଳୁଛିବୋଲି ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ଭୋଳାନାଥ ପାଢ଼ୀ, ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ, ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷା ବୈଜୟନ୍ତୀମାଳା ଲେଙ୍କା, ଉପାଧ୍ୟକ୍ଷା ସୁମନ୍ତ ପାତ୍ର ଏକ ମିଳିତ ପ୍ରେସ ବିବୃତିରେ କହିଛନ୍ତି ଯେ,

ରାଜନଗର ବ୍ଲକ ଡେରା ପଂଚାୟତ କଇଁଥା ଗ୍ରାମରେ ଏକୋଇଶିଆ ଭୋଜି ଉତ୍ସବରେ ଭିଡିଓ ରେକର୍ଡ଼ିଂ କରିବାକୁ ଯାଇଥିବା ରାଜନଗର ଯୁବକଂଗ୍ରେସ ସଂପାଦକ କଖାରୁଣୀ ଗ୍ରାମର ଯୁବନେତା ସମୀର ଜେନା ବାତ୍ୟା ଆଶ୍ରୟସ୍ଥଳୀ କଡ଼ରେ ମହିଳାମାନେ ପରିସ୍ରା କରୁଥିବାବେଳେ ଡ୍ରୋନ କ୍ୟାମରାରେ ଆପତିଜନକ ଫଟୋ ଉଠାଇବାରୁ ସ୍ଥାନୀୟ ଲୋକମାନେ ଏହାର ପ୍ରତିବାଦ କରିଥିଲେ । ଏହାକୁ ନେଇ ସମୀର ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା ।

ଘଟଣାସ୍ଥଳରେ ଉପସ୍ଥିତ ଡେରା ପଂଚାୟତ ବିଜୁ ଜନତାଦଳ ସଭାପତି ପ୍ରଫୁଲ୍ଲ କଣ୍ଠ ଗଣ୍ଡଗୋଳ ସମାଧାନ କରିବା ସମୟରେ ସମୀରଙ୍କ କ୍ୟାମେରା ଷ୍ଟାଣ୍ଡ ବିଜେଡିନେତା କଣ୍ଠଙ୍କ ମୁଣ୍ଡରେ ବାଜିବାରୁ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ସମୀରଙ୍କ ଆକ୍ରମଣରେ ରାଜକିଶୋର ସ୍ୱାଇଁ ଓ ସନ୍ୟାସୀ ରାଉତ ମଧ୍ୟ ଆହତ ହୋଇଥିଲେ । ପ୍ରଫୁଲ୍ଲ, ରାଜକିଶୋର ଓ ସନ୍ୟାସୀ ଆହତ ହୋଇ ରାଜନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ହେବା ସହିତ ସମୀରଙ୍କ ବିରୋଧରେ ରାଜନଗର ଥାନାରେ ଏତଲା ଦେଇଛନ୍ତି ।

ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଯୁବକଂଗ୍ରେସ ନେତାଙ୍କ ପାଇଁ କଂଗ୍ରେସ ରାସ୍ତାକୁ ଓହ୍ଲାଇ ମହିଳାମାନଙ୍କ ଇଜ୍ଜତ ସହିତ ଖେଳ ଖେଳିଥିବାରୁ ପଟ୍ଟାମୁଣ୍ଡାଇ ଓ ରାଜନଗରବାସୀ ଏହାର କଡ଼ା ଜବାବ ଦେବେବୋଲି ବିଜେଡିନେତାମାନେ ଆଶା ପ୍ରକାଶ କରିବା ସହିତ କଂଗ୍ରେସଦଳ ଏଥିରୁ ନିବୃତ ନରହିଲେ ଆଗାମୀ ଦିନରେ ବିଜେଡି କଂଗ୍ରେସର ଅପକର୍ମକୁ ନେଇ ରାଜରାସ୍ତାକୁ ଓହ୍ଲାଇବବୋଲି ଚେତାବନୀ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ