Connect with us

ଓଡିଶା

ସୁରଟରେ ଦୁଇଦିନିଆ ଓଡିଆ ପର୍ବ ଉଦଘାଟିତ l

ସୁରଟରେ ଦୁଇଦିନିଆ ଓଡିଆ ପର୍ବ ଉଦଘାଟିତ l

ସୁରଟରେ ଦୁଇଦିନିଆ ଓଡିଆ ପର୍ବ ଉଦଘାଟୀତ
“ଗୁଜୁରାଟ ବିକାଶରେ ଓଡିଆଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
ସୁରଟ/ଭୁୁବନେଶ୍ୱର, ୨ା୮ : ସୁରଟ ଓ ଗୁଜୁରାଟର ବିକାଶରେ ଓଡିଆ ଲୋକମାନଙ୍କର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି । ସୁରଟ ଠାରେ ଦୁଇଦିନିଆ ଓଡିଆ ପର୍ବ ଉଦଘାଟନ ଅବସରରେ କହିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ଓଡିଆ ଓ ଗୁଜୁରାଟ ବାସୀଙ୍କ ମଧ୍ୟରେ ସାମାଜିକ, ସାଂସ୍କୁତିକ, ରାଜନୈତିକ ସମ୍ପର୍କ ଅତି ନିବିଡ । ଆମ ଓଡିଶାର କୋଣାର୍କରେ ସୂର୍ଯ୍ୟ ଉଦୟ ହୁଏ ଗୁଜୁରାଟର ସୁଡେରାରେ ସୂର୍ଯ୍ୟ ଅସ୍ତ ହୁଏ । ଓଡିଶାରେ ପୁରୀ ଧାମ, ଗୁଜୁରାଟର ଦ୍ୱାରିକାଧାମ ରହିଛି ।

ଗୁଜୁରାଟର ଅର୍ଥନୀତି ପରିବର୍ତନରେ ଓଡିଆ ମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । ସୁରଟରେ ଅନୁଷ୍ଠିତ ଓଡିଆ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗୁଜୁରାଟ ଓ ଓଡିଶାର ଭାବାବେଗ ସମ୍ପର୍କରେ ଏହି ଓଡିଆ ପର୍ବ ଆଜି ଆବେଗର ପର୍ବ । ସୁରଟରେ ଆଜି ଓଡିଆ ସଂସ୍କୁତି, ପରମ୍ପରା, ଶ୍ରୀ ଜଗନ୍ନାଥ ସଂସ୍କୁତିକୁ ପ୍ରତିଷ୍ଠା କରାଯାଇଥିବାରୁ ସେ ନିଜକୁ ଗର୍ବିତ ମନେ କରନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ଆଜି ପ୍ରଧାନମନ୍ତ୍ରୀ ନୂଆ ଭାରତ କଳ୍ପନା କରିଛନ୍ତି । ଆମେ ନୂଆ ଓଡିଶା କଳ୍ପନା କରିଛୁ । ନରେନ୍ଦ୍ର ମୋଦିଙ୍କ ନୂଆ ଭାରତରେ ଯଦି କିଏ ଆଗରେ ରହିବ ସେ ଓଡିଶା ଓ ଓଡିଆ ପରିଶ୍ରମୀ ଭାଇ ଓ ଭଉଣୀ ମାନେ ରହିବେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗୁଜୁରାଟ ଓ ଓଡିଶା ମଧ୍ୟରେ ସମ୍ପର୍କ ବେସ ନିବିଡ । ଓଡିଶା ସହ ମହତ୍ମା ଗାନ୍ଧୀ ଓ ସର୍ଦ୍ଦାର ବଲ୍ଲଭ ପଟେଲଙ୍କର ସମ୍ପର୍କ ଅନନ୍ୟ । ଓଡିଆ ଜାତିର ପ୍ରବାଦ ପୁରୁଷ ବିଶିଷ୍ଠ ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ଝିଅ ଉତରା ଦେବୀ ମହାତ୍ମାଗାନ୍ଧୀଙ୍କ ସଚିବ ମହାଦେବ ଦେଶାଇଙ୍କ ପୁଅ ନାରାୟଣ ଦେଶାଇଙ୍କୁ ବିବାହ କରିଥିଲେ । ସେମାନେ ଏଠାରେ ସମାଜସେବା କରିଥିଲେ । ଗୁଜୁରାଟ ଭାବନଗରର ଠକ୍କର ବାପା ଓଡିଶାକୁ ନିଜର କର୍ମଭୂମି କରିଥିଲେ । ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ଆଜି ସୁରଟରେ ଏକ କର୍ମଶାଳା ଆଯୋଜନ ହୋଇଥିଲା ।

ଗୁଜୁରାଟରେ ଯେପରି ପେଟ୍ରୋକେମିକାଲ, ପ୍ଲାଷ୍ଟିକ, କେମିକାଲ କ୍ଲଷ୍ଟର ହୋଇଛି । ଓଡିଶାରେ ମଧ୍ୟ ସେହିପରି ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା